ମୋହନା ପ୍ରେସ କ୍ଲବ ପକ୍ଷରୁ ଚାରl ରୋପଣ
ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ପ୍ରେସ୍ କ୍ଳବ୍ ପକ୍ଷରୁ ବନ ମହୋତ୍ସବ ଅବସରରେ ଚlରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ମୋହନା ସରକାରୀ ଏସଏସଡି ହାଇସ୍କୁଲ୍ ହଷ୍ଟେଲ ପରିସରରେ ପ୍ରେସ କ୍ଲବ ସମ୍ପାଦକ ସୁମନ ପଟନାୟକଙ୍କ ସଂଯୋଜନାରେ ଆୟୋଜିତ କାର୍ଯକ୍ରମ ରେ ମୂଖ୍ୟ ଅତିଥି ବିଡ଼ିଓ ରାଜୀବ ଦାସ ଯୋଗଦେଇ ବର୍ତ୍ତମାନ ପରିସ୍ଥିତିରେ ଗଛର କେତେ ଆବଶ୍ୟକତା ରହିଛି ସେ ସଂମ୍ପର୍କରେ କହିଥିଲେ l ସମ୍ମାନିତ ଅତିଥି ଭାବେ ମୋହନା ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀ ପ୍ରସାଦ ବିଷୋୟୀ ଯୋଗଦେଇ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ କ୍ରମେ ଗୋଟିଏ ଗଛ ମା ନାମରେ ରୋପଣ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ l କାର୍ଯ୍ୟକ୍ରମରେ ଅନ୍ୟତମ ସମ୍ମାନୀତ ଅତିଥି ଭାବେ ହାଇସ୍କୁଲ୍ ପ୍ରଧାନ ଶିକ୍ଷକ ସତ୍ୟ ରଞ୍ଜନ କର, ପ୍ରେସ କ୍ଲବ ଆଇନ ପରାମର୍ଶଦାତା ଦୁର୍ଯ୍ୟଧନ କରଡl ଓ ବନପାଳ ଦେବାଶିଷ ଶତପଥୀ ପ୍ରମୁଖ ଯୋଗଦେଇଥିଲେ l ପ୍ରେସ କ୍ଲବ ସଭାପତି ପଞ୍ଚାନନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ଯ୍ୟମକ୍ରରେ ଉପସଭାପତି ନୃସିଂହନାଥ ପୂଜାରୀ, ସହ ସଂପାଦକ ଅଂଶୁମାନ ପଣ୍ଡା, ବରିଷ୍ଠ ଉପଦେଷ୍ଟା ଲକ୍ଷ୍ମଣ ଚୌଧୁରୀ, ବାବୁଲା ସେଠୀ, ବାଦଲ ବେହେରା, ପ୍ରେସ କ୍ଲବ ସଦସ୍ୟ ପ୍ରମୋଦ ଦୋରା, ବିମଳ ମଲ୍ଲିକ, ମୋଜେସ ରଇତ ଓ ଧିରେନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ l ଏହାପରେ ହଷ୍ଟେଲ ପରିସରରେ ସମସ୍ତ ଅତିଥି, ସାମ୍ୱାଦିକ, ଶିକ୍ଷୟିତ୍ରୀ , କର୍ମଚାରୀ ଓ ହାଇସ୍କୁଲ୍ ଛାତ୍ରୀ ଚାରl ରୋପଣ କରିଥିଲେ l