ଉପଖଣ୍ଡ ଚିକିତ୍ସାଳୟରେ ବିଶେଷଜ୍ଞ ଡାକ୍ତର ପୁରଣ ଦାବୀରେ ପଞ୍ଚାୟତ ଜନପ୍ରତିନିଧି ପରିଷଦ ପକ୍ଷରୁ ୬ଘଣ୍ଟିଆ ଗଣ ଧାରଣା

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲାର ସର୍ବ ବୃହତ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ବିଶେଷଜ୍ଞ ଡାକ୍ତର,ଟେକନିସିୟାନ ପଦବୀ ସାଙ୍ଗକୁ ବିଭିନ୍ନ ଖାଲି ପଡିଥିବା ପଦବୀ ପୁରଣ ଦାବୀରେ ପଞ୍ଚାୟତ ଜନପ୍ରତିନିଧି ପରିଷଦ ପକ୍ଷରୁ ୬ଘଣ୍ଟିଆ ଗଣ ଧାରଣା ଦିଆଯାଇଥିଲା । ଏହି ସମସ୍ୟାର ସମାଧାନ ନିମନ୍ତେ ବାରମ୍ଵାର ପ୍ରଶାସନ କୁ ଲେଖ୍ ଜଣାଇଲେ ସୁଧା କୌଣସି ସୁଫଳ ମିଳିନାହଁ ଯାହା ଫଳରେ ଆଜି ବାଧ୍ୟ ହୋଇ ଏଭଳି ନିଷ୍ପତି ନିଆଗଲା ବୋଲି କହିଛନ୍ତି ପଞ୍ଚାୟତ ଜନପ୍ରତିନିଧି ପରିଷଦ ସଭାପତି ପ୍ରତାପ ମଲ୍ଲିକ । ବାଲିଗୁଡା ବ୍ଲକ ର ୧୪ ଟି ପଞ୍ଚାୟତର ସରପଞ୍ଚ ,ସମିତି ସଭ୍ୟ ,ନାଏବ ସରପଞ୍ଚ ଓ ଅନ୍ୟ ସଦସ୍ୟ ମାନେ ଏକତ୍ରିତ ହୋଇ ସକାଳ ୭ ଟା ରୁ ୧୫ ଦଫା ଦାବି ନେଇ ହାତରେ ଫ୍ଲାଗ କାର୍ଡ ଧରି ଓ ବିଭିନ୍ନ ସ୍ଲୋଗାନ ଦେଇ ସମସ୍ୟାର ସମାଧାନ ନିମନ୍ତେ ଉପଖଣ୍ଡ ଚିକିତ୍ସାଳୟରେ ଫାଟକ ନିକଟରେ ଧାରଣ ବସିଥିଲେ । ଉପଖଣ୍ଡ ଚିକିତ୍ସାଳୟରେ ସ୍ତ୍ରୀ ଓ ପ୍ରସୂତି ବିଭାଗ ,ଶିଶୁ ବିଭାଗ ,ମେଡ଼ିସିନ ବିଭାଗ ,ଚକ୍ଷୁ ବିଭାଗ ,ଶଲ୍ୟ ବିଭାଗ ,ସମେତ ୪୦ ଡାକ୍ତର ପଦବୀ ଖାଲି ପଡିଥିବା ବେଳେ ଅଲଟ୍ରାସାଉଣ୍ଡ ସେବା ସବୁବେଳେ ଯୋଗାଇବା ସହ ଖାଲି ଥିବା ଟେକନିସିୟାନ ପଦବୀ ପୂରଣ ,ଆନୁଷଙ୍ଗିକ ସାମଗ୍ରୀ ଯୋଗାଇବା ପାଇଁ ଦାବୀ କରିଛନ୍ତି । ସକାଳ ୭ ଟାରୁ ଦିବା ୧ ଘଣ୍ଟା ପର୍ଯ୍ୟନ୍ତ ଧାରଣ ଦେବା ପରେ ଏକ ଶୋଭାଯାତ୍ରା ରେ ଉପଜିଲ୍ଲାପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ । ଏହି ଧାରଣରେ ପଞ୍ଚାୟତ ଜନପ୍ରତିନିଧି ପରିଷଦ ସଭାପତି ପ୍ରତାପ ମଲ୍ଲିକ ,ସମ୍ପାଦକ ଅଶୋକ ମଲ୍ଲିକ ,ପରମାନନ୍ଦ ନାୟକ ,ଜାନକୀ କହଁର ,ଉପଦେଷ୍ଟା ଅଭିରାମ ରାଣା ,ଅନୁଶୟା ପ୍ରଧାନ ,ସରିତା ମଲ୍ଲିକ , ଦୟାନିଧି ମଲ୍ଲିକ ,ପ୍ରତିମା ଦିଗାଳ ,ରଞ୍ଜିତ କୁମାର ଦିଗାଳ ପ୍ରମୁଖ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ