ହିନ୍ଦ୍ କୁଷ୍ଠ ନିବାରଣ ସଂଘର ପୁନବିନ୍ୟାସ ପାଇଁ ରାଜ୍ୟପାଳଙ୍କ ପ୍ରତିଶୃତି
ଭୂବନେଶ୍ୱର (ଯୁଗାବ୍ଦ ନ୍ୟୁଜ): କୁଷ୍ଠରୋଗୀ ମୁକ୍ତ ଓ କୁଷ୍ଠ ରୋଗର ଦୂରବସ୍ଥା କରିବା ପାଇଁ ରାଜ୍ୟପାଳ ଗଣେଷ ଲାଲ ତଥା କୁଷ୍ଠନିବାରଣ ସଂଘର ସଭାପତି ଗଣେଷଲାଲ ଆଜି ଇଣ୍ଡିଆନ ହାନ୍ସେନିଆନ୍ସ ଆସେସିଏସନର ଉଚ୍ଚସ୍ତରୀୟ ବୈଠକରେ ଯୋଗ ଦେଇ କୁଷ୍ଠରୋଗ ବିସୟରେ ସମୀକ୍ଷା କରିଥିଲେ ।ରାଜ୍ୟରେ ୧୧ ଲକ୍ଷ ୨୯ ହଜାର ୫୩୦ ଜଣ କୁଷ୍ଠରୋଗୀ ପିଡିତ ମାନଙ୍କର କାହାଣୀ ଶୁଶୀ ରାଜ୍ୟପାଳ ମର୍ମାହତ ହୋଇଥିଲେ । ଏହା ସହ ସେ କୁଷ୍ଟରୋଗ ବିସୟରେ ଚିକିସ୍ରା ପାଇଁ ଉପଯୁକ୍ତ ଡାକ୍ତର ଓ ସେବା ପାଇଁ ଗୁରୁତ୍ୱରୋପ କରିଛନ୍ତି । ଉକ୍ତ ବୈଠକରେ ଆସୋସିଏସନର ସାଧାରଣ ସଂପାଦକ ଦୁର୍ଯୋଧନ ସାହୁ , ପୂର୍ବତନ ସ୍ୱାସ୍ଥ ନିର୍ଦେଶକ ଓ କୁଷ୍ଠରୋଗ ପରାମର୍ଶଦାତା ଡା.ଡମ୍ଭୁରୁଧର ଭୂୟାଁ ପ୍ରତିନିଧିତ୍ୱ କରିଥିଲେ ।


