ଭୁବନେଶ୍ୱର-ଉତ୍ତର ବିଧାୟକ ପ୍ରାର୍ଥୀ ଭାବେ ମହେନ୍ଦ୍ର ପରିଡ଼ାଙ୍କ ପ୍ରାର୍ଥୀପତ୍ର ଦାଖଲ
ଭୁବନେଶ୍ୱର : ପୂର୍ବାହ୍ନ ୧୧ ଘଟିକା ସମୟରେ ସି.ପି.ଆଇ. (ଏମ୍.ଏଲ୍) ଲିବରେସନ ତରଫରୁ ଭୁବନେଶ୍ୱର-ଉତ୍ତର ବିଧାୟକ ପ୍ରାର୍ଥୀ ଭାବେ ଶ୍ରମିକ ନେତା ମହେନ୍ଦ୍ର ପରିଡ଼ା ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ୧୫୦ରୁ ଉଦ୍ଧ୍ୱର୍ ସମର୍ଥକମାନଙ୍କୁ ସାଥୀରେ ଧରି ୧୨୦ ବଟାଲିୟନରୁ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ଯାଇ ଭୁବନେଶ୍ୱର-ଉତ୍ତର ନିର୍ବାଚନ ମଣ୍ଡଳୀ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ପ୍ରାର୍ଥୀପତ୍ର ଦାଖଲ କଲାବେଳେ ମହେନ୍ଦ୍ର ପରିଡ଼ା ଠିକା ଶ୍ରମିକ, ଘରୋଇ ମହିଳା ଶ୍ରମିକ, ଭୁବନେଶ୍ୱର ବସ୍ତବାସିନ୍ଦାମାନଙ୍କ ଅଧିକାର ଲାଗି ଲଢେଇ କରିବା ସହିତ ଭୁବନେଶ୍ୱର-ଉତ୍ତର ନିର୍ବାଚନ ମଣ୍ଡଳୀରେ ଏକ ପାଠାଗାର, ଗୋଟିଏ ଶ୍ମଶାନ ନିର୍ମାଣ କରିବା ସହିତ ୫ଟି ପଞ୍ଚାୟତରେ ବାସ କରୁଥିବା ଶ୍ରମିକ ଓ କୃଷକମାନଙ୍କର ବିକାଶ ଲାଗି କାମ କରିବେ ବୋଲି ପ୍ରକାଶ କରିଥିଲେ । ଶୋଭାଯାତ୍ରାରେ ପାର୍ଟିର ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର, କେନ୍ଦ୍ରୀୟ କମିଟି ସଦସ୍ୟ ତଥା ପୂର୍ବତନ ବିଧାୟକ ରଧାକାନ୍ତ ସେଠୀ, ନାରୀନେତ୍ରୀ ଜ୍ୟୋତ୍ସ୍ନା ମିଶ୍ର ଓ ବିଭିନ୍ନ ଶ୍ରମିକ ସଂଗଠନର ନେତାମାନେ ଯୋଗ ଦେଇଥିଲେ ।


