ଓଡ଼ିଶା ଆସୁଛନ୍ତି ଉପରାଷ୍ଟ୍ରପତି
ଭୁବନେଶ୍ୱର : ଉପରାଷ୍ଟ୍ରପତି ଏମ୍. ଭେଙ୍କେୟା ନାଇଡୁ ଆସନ୍ତା ୨୭ତାରିଖରେ ଓଡ଼ିଶା ଆସୁଛନ୍ତି। ବଲାଙ୍ଗିରରେ ନିର୍ମିତ ବିପିଏସିଏଲ୍ ଏଲପିଜି ବଟଲିଂ ପ୍ଲାଣ୍ଟର ଉଦଘାଟନ କରିବେ। ଏଥିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେବେ। ଗ୍ୟାସ ବିତରଣ ସୁଗମ କରିବା ଲାଗି ବିପିସିଏଲ୍ ପକ୍ଷରୁ ୧୦୩ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ଏହି ପ୍ଲାଣ୍ଟ। ବାର୍ଷିକ ୪୨ ଲକ୍ଷ ସିଲିଣ୍ଡର ଏଠାରେ ରିଫିଲିଂ ହୋଇପାରିବ। ୨୦୧୮ ମେ’ ୧୧ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଶିଳାନ୍ୟାସ କରିଥିଲେ। ତେବେ ଧାର୍ଯ୍ୟ ସମୟଠାରୁ କମ୍ ସମୟ ମାତ୍ର ୧୯ ମାସରେ ନିର୍ମାଣ ଶେଷ ହୋଇ ରେକର୍ଡ କରିଛି ଏହି ପ୍ଲାଣ୍ଟ। ଏହି ପ୍ଲାଣ୍ଟରୁ ପଶ୍ଚିମ ଓଡ଼ିଶାର ୧୪ଟି ଜିଲ୍ଲାକୁ ସିଲିଣ୍ଡର ଯୋଗାଇ ଦିଆଯିବ।