ଭବେଶ ଚାନ୍ଦଙ୍କ ଶ୍ରଦ୍ଧାଞ୍ଜଳୀ ସଭା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡ଼ା ସହରର ବିଶିଷ୍ଟ ଫୁଟ୍‌ବଲ ଖେଳାଳୀ ତଥା ସହରର ବିଶଷ୍ଟ ସୁନା ବ୍ୟବସାୟୀ ଭବେଶ ଚାନ୍ଦଙ୍କ ଶ୍ରଦ୍ଧାଞ୍ଜଳୀ ସଭା ସାନ୍ତସାହସ୍ଥିତ ଶ୍ରୀବଳଦେବଜୀଉଙ୍କ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇ, ଅଂଶୁମାନ ମହାନ୍ତି, ବିଜେଡି ରାଜ୍ୟ ସଂପାଦକ ରଞ୍ଜିତ ସାହୁ, ରାଜେଶ ପଣ୍ଡା, ପୂର୍ବତନ କାଉନସିଲର ହିିରଣ୍ୟ ପଣ୍ଡା, ମଙ୍ଗଳ ବରଣ ସିଂ, ପ୍ରଶାନ୍ତ ସିଂ, ହିବଜୁର ମହମ୍ମଦ, ପୂର୍ବତନ ପୌରାଧ୍ୟକ୍ଷ ମହମ୍ମଦ ଆକବର ଅଲ୍ଲୀ, ବିଜେଡି ଜିଲ୍ଲା ସଭାପତି ଧୀରେନ ସାହୁ, ସଲିମ ଖାଁ, ଶରତ ବେହୁରା ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଚାନ୍ଦଙ୍କ ଫୁଟ୍‌ବଲ ଖେଳ ପ୍ରତି ଥିବା ଅବଦାନ ସମ୍ପର୍କରେ ମତବ୍ୟକ୍ତ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ସୂଚନା ଥାଉକି ସ୍ୱର୍ଗତ ଚାନ୍ଦ ଜଣେ ବ୍ୟବସାୟୀ ଭାବେ ଯେତିକି ପରିଚିତ ଥିଲେ ଜଣେ ସମାଜସେବୀ ଭାବେ ସେତିକି ପରିଚିତ ଥିଲେ । କୌଣସି ଗରିବ ଘରର ଝିଅ ବିବାହ ହୋଇ ନ ପାରିଲେ ସେ ସହାୟତାର ହାତ ବଢାଉଥିଲେ । ସେହିପରି ଗରିବ ପିଲାମାନଙ୍କୁ ପାଠ ପଢା ଖର୍ଚ୍ଚ ପ୍ରଦାନ କରୁଥିଲେ । ତାଙ୍କର ଏହି ବଦାନ୍ୟ ଗୁଣ ଯୋଗୁ କେନ୍ଦ୍ରାପଡ଼ା ସହର ସମେତ ସମଗ୍ର ଜିଲ୍ଲାରେ ସେ ବେଶ ଲୋକପ୍ରିୟ ବ୍ୟକ୍ତି ହୋଇ ପାରିଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭା ପରିଚାନା କରିବାରେ ତାଙ୍କ ଭାଇ ସୁବାସ ଚାନ୍ଦ, ସୁକୁମାର ଚାନ୍ଦ, ସମିର ଚାନ୍ଦ, ଶମ୍ଭୁ ଚାନ୍ଦ, ପୁତ୍ର ବିବେକ ଚାନ୍ଦ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ