ଜିଲ୍ଲା ରାଜସ୍ୱ ସମୀକ୍ଷା ବୈଠକ, ଚିହ୍ନଟ ହେବେ ଭୂମିହିନ ପରିବାର
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଗଞ୍ଜାମ ଜିଲ୍ଲା ରାଜସ୍ୱ ସମୀକ୍ଷା ବୈଠକ ଜିଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ରାଜସ୍ୱ ବିଭାଗ ପକ୍ଷରୁ ଚଳିତ ମାସ ୮ ତାରିଖରେ ଚିଠି ନଂ ୨୬୬୪୦ ଜିଲାପାଳଙ୍କୁ ଆସିଥିବା ବେଳେ ଏହିପରିପେକ୍ଷିରେ ଆଜିର ଏହି ରାଜସ୍ୱ ବୈଠକରେ ଗଞ୍ଜାମ ଜିଲାରେ ଥିବା ଭୂମିହିନ ପରିବାରକୁ ଚିହ୍ନଟ କରିବାକୁ ତହସିଲାଦର ମାନଙ୍କୁ କୁହାଯାଇଛି । ପୁଣି ଏକ ଫ୍ରେସ ସର୍ଭେ କରାଯିବ । ଏହି ସର୍ଭେ କାର୍ଯ୍ୟ ଆସନ୍ତା ୧୬ ତାରିଖରୁ ଆରମ୍ଭ ହୋଇ ସେପ୍ଟେମ୍ବର ୧୫ ତାରିଖ ପ୍ରର୍ଯ୍ୟନ୍ତ ଚାଲିବ । ପରେ ସମସ୍ତ ତହସିଲ ଅଚଂଳରେ ଭୂମିହିନ ପରିବାର ଚିହ୍ନଟ ପରେ ସେମାନଙ୍କୁ ୩୧ ଡିସେମ୍ବର ସୁଦ୍ଧା ପଟ୍ଟା ପ୍ରଦାନ କରାଯିବ ବୋଲି ବୈଠକରେ କୁହାଯାଇଛି । ତେଣୁ ସମସ୍ତ ତହସିଲଦାରମାନେ ଏହି କାର୍ଯ୍ୟକୁ ସଠିକ ଭାବେ ସମ୍ପାଦାନ କରିବାକୁ କୁହାଯାଇଛି । ଜିଲାରେ ୯ ତହସିଲ ଅଧିନରେ ୨୩ଟି ଗ୍ରାମରେ ହାଇଟେକ ସର୍ଭେ ଚାଲିଛ, ତାହା ତୁରନ୍ତ ସାରିବାକୁ ବୈଠକରେ ତହସିଲଦାର ମାନଙ୍କୁ ଜିଲାପାଳ କହିଥିଲେ । ସହରାଚଂଳ ହେଉବା ଗ୍ରାମାଚଂଳ ହେଉ ଯିଏ ବି ବଡ ବଡ ସରକାରୀ ଜମି ଜବଲଦଖଲ କରି ରଖିଛନ୍ତି ତୁରନ୍ତ ତାହା ଚିହ୍ନଟ କରି ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି । ୨୧୭୯ ସିକିମ ସ୍ୱତ୍ୱଧାରୀ ଚାଷୀମାନଙ୍କ ସ୍ଥିତିବାନ ପଟ୍ଟା ତୁରନ୍ତ ସେଟେଲମେଂଟ କରିବାକୁ ତହାସିଲଦାରମାନଙ୍କୁ କୁହାଯାଇଛି । ୩୩ହଜାର୧୫ ଗ୍ରାମକଣ୍ଠକ ପଟ୍ଟା ଫଇସଲା କରି ତାହା ବନ୍ଦୋବସ୍ତ କରି ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ କରିବାକୁ ଅତିରିକ୍ତ ଜିଲାପାଳ ରାଜସ୍ୱ ଦେବବ୍ରତ ସାହୁ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।ଏହି ଗ୍ରାମ କଣ୍ଠକ ଜମିର ବନ୍ଦୋବସ୍ତ ଆବେଦନ ଦରଖାସ୍ତ ସମୟ ସୀମା ବୃଦ୍ଧି ପାଇଁ ମାର୍ଚ୍ଚ ୩୧ ପ୍ରର୍ଯ୍ୟନ୍ତ ହୋଇଛି । ବେବନ୍ଦୋବସ୍ତ ଥିବା ଜମିକୁ ବନ୍ଦୋବସ୍ତ କରିବାକୁ ବୈଠକରେ କୁହାଯାଇଥିଲା । ଯେତେସବୁ ମିଶକେଶ ସାଟିଫିକେଟ ଆସୁଛି ତୁରନ୍ତ ପ୍ରଦାନ କରିବାକୁ କୁହାଯାଇଛି । ଜିଲାରେ ୫୬ଟି ନୁଆଁ ରାଜସ୍ୱ ଗ୍ରାମ ଚିହ୍ନଟ ହୋଇଥିବା ବେଳେ ମାତ୍ର ୧୪ ଟି ଭୁଲେକ ଅପଲୋଡ ହୋଇଛି, ବଳକା ୪୨ଟି ସେଗୁଡିକ ଭୁଲେକ ଅପଲୋଡ କରିବାକୁ କୁହାଯାଇଛି । ଜିଲାରେ ଯେଉଁ ସବୁ ପ୍ରକଳ୍ପ କାମ ଜମିଅଧିଗ୍ରହଣ ପାଇଁ ଅଟକି ରହିଛି ତୁରନ୍ତ ଜମିଅଧିଗ୍ରହଣ କାମ ସାରିବାକୁ କୁହାଯାଇଛି । ପ୍ରାକୃତିକ ବିପର୍ଯ୍ୟୟ ବେଳେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ ଆର୍ଥିକ ସହାୟତାରାଶି ପ୍ରଦାନ କରିବାକୁ କୁହାଯାଇଛି । ୧୯୬୬ଟି ପ୍ରାଥମିକ ବିଦ୍ୟାଳୟ ଓ ୪୭ ଟି କଲେଜକୁ ନିଜସ୍ୱ ପଟ୍ଟା ପ୍ରଦାନ କରାଯିବ । ବିଭିନ୍ନ ବିଭାଗର ଲକ୍ଷ୍ୟ ଧାର୍ଯ୍ୟକୁ ପୂରଣ କରିବା ପାଇଁ କୁହାଯାଇଥିବା ବେଳେ ସମୟସୀମା ମଧ୍ୟରେ ଲକ୍ଷ୍ୟ ହାସଲ କରିବାକୁ କୁହାଯାଇଛି । ଜିଲାରେ ବେଆଇନ ମଦ କାରବାର,ଚୋରାଚାଲାଣ ରୋକିବାକୁ କୁହାଯାଇଛି ଏନଫୋସମେଂଟ ଟିମ ଗଠନ କରି ଚଢାଉକୁ ଜୋରଦାର କରିବାକୁ କୁହାଯାଇଛି । ସେହିପରି ସଡକ ଦୃର୍ଘଟଣା ସଂଖ୍ୟା ହ୍ରାସ ପାଇଁ ଆରଟିଓ ଙ୍କ ପକ୍ଷରୁ ଅଧିକରୁ ଅଧିକ ଚଢାଉ କରିାବକୁ କୁହାଯାଇଥିଲା । ବିଶେଷକରି ସ୍କୁଲ,କଲେଜ ଓ ଗ୍ରାମାଚଂଳମାନଙ୍କରେ ନାବଳକ ମାନେ ଗାଡି ଚଲାଉଥିବାରୁ ତାହାକୁ ଧରିବା ପାଇଁ ଆରଟିଓଙ୍କୁ କୁହାଯାଇଛି । ମାପ ଓ ଓଜନ ବିଭାଗ ବିଭିନ୍ନ ପେଟ୍ରୋଲ ପମ୍ପ, ଚାଉଳକଳ ଆଦିରେ ବ୍ୟାପକ ଚଢାଉ କିରବାକୁ କୁହାଯାଇଛି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ଦେବବ୍ରତ ସାହୁ, ବ୍ରହ୍ମପୁର ଉପଜିଲାପାଳ ଧୀନା ଦସ୍ତାଗିର, ଛତ୍ରପୁର ଉପଜିଲାପାଳ ଦେବଦତ ମହାନ୍ତ,ଭଞ୍ଜନଗର ଉପଜିଲାପାଳ ଅନିଲ ସେଠୀଙ୍କ ସମେତ ସମସ୍ତ ତହସିଲଦାରଙ୍କ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।