କେନ୍ଦ୍ରାପଡା ମଦ୍ରାସା ଶିକ୍ଷକ ସଂଘର ପୁନର୍ଗଠନ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ପୌରାଞ୍ଚଳ ଅନ୍ତର୍ଗତ ଦିଲାୱରପୁରସ୍ଥିତ ମଦ୍ରାସା ଇସ୍ଲାମିଆ ଆରବିୟାରେ କେନ୍ଦ୍ରାପଡା ମଦ୍ରାସା ଶିକ୍ଷକ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସୟଦା ସୁହିଲ୍ ଅଖତରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ମଦ୍ରାସାମାନଙ୍କର ଶିକ୍ଷକ/ଶିକ୍ଷୟତ୍ରୀମାନେ ଉପସ୍ଥିତ ଥିଲେ । ସଭାପତି ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ । ଏହାପରେ କେନ୍ଦ୍ରାପଡା ମଦ୍ରାସା ଶିକ୍ଷକ ସଙ୍ଘର ପୁନର୍ଗଠନ କରାଯାଇ ଏକ ୧୧ଜଣିଆ କମିଟିର ଗଠନଁ କରାଯାଇଥିଲା । ଏହି କମିଟିର ସଭାପତି ଭାବେ ସୟଦା ସୁହିଲ ଅଖତର, ଉପସଭାପତି ଭାବେ ମହମ୍ମଦ ଜାହାଙ୍ଗୀର, ସାଧାରଣ ସମ୍ପାଦକ ଭାବେ ସେଖ୍ ଦିୱାନ, ସହକାରୀ ସମ୍ପାଦକ ଭାବେ ସେଖ୍ ମହମ୍ମଦ ଫାରୁକ୍, କୋଷାଧ୍ୟକ୍ଷ ଭାବେ ସେଖ୍ ଲିୟାକତ୍ ହୁସେନ ଓ ସଦସ୍ୟ ଭାବରେ ସେଖ ଫକ୍ରୁଦ୍ଦିନ, ସେଖ ସକିରୁଲ ରହେମାନ, ସେକ ସିକନ୍ଦର, ମୋବାରକ ଖାନ, ସେଖ ସମସେର ଏବଂ ମହମ୍ମଦ ନସିମୁଦ୍ଦିନଙ୍କୁ ସର୍ବସମ୍ମତିକ୍ରମେ ଚୟନ କରାଯାଇଥିଲା । ଏଥିସହିତ ଉପଦେଷ୍ଟା ଭାବେ ଅବଦୁଲ ହଲିମ୍, ସେଖ୍ ଗୋଲାମ ମହମ୍ମଦ, ସେଖ୍ ଲିୟାକତ୍ ଅଲ୍ଲୀ, ମହମ୍ମଦ ଫୁରକାନ ଆଲମ, ମହମ୍ମଦ ଖୁର୍ସିଦ୍ ଅନୱାର, ସେଖ୍ ସିରାଜୁଦ୍ଦିନ, ମହମ୍ମଦ ଅବଦୁଲ ସଲାମ ପ୍ରମୁଖଙ୍କୁ ଚୟନ କରାଯାଇଥିଲା ।


