ଜାଲିଆତି ଓ ଠକେଇ ଅଭିଯୋଗରେ ୩ ଗିରଫ, ୩,୧୫,୦୦୦ ଟଙ୍କା ଜବତ

ବୁଗୁଡା,(ଅନିଲ କୁମାର ମହାରଣା):ଜାଲିଆତି ଓ ଠକେଇ ଅଭିଯୋଗ ରେ ବୁଗୁଡା ପୋଲିସ ତିନି ଜଣ ଅଭିଯୁକ୍ତଙ୍କୁ ଗତକାଲି ଗିରଫ କରିଥିବା ଜଣାପଡିଛି। ଗିରଫ ଆସାମୀ ତିନି ଜଣ ହେଲେ (୧)ପ୍ରଭାତ କୁମାର ପାତ୍ର(୩୭) ଷୋହଳ ମାଇଲ ବୁଗୁଡା, (୨)ରମେଶ ପାତ୍ର (୬୦) ଲଣ୍ଡେଇ ସାହି ଭଞ୍ଜନଗର, ଓ (୩)ଜନ୍ମେଜୟ ନନ୍ଦ ପାଣିଗ୍ରାହୀ ଓରଫ ଟୁଲୁ ପାଣିଗ୍ରାହୀ (୩୮), ଲଣ୍ଡେଇ ସାହି ଭଞ୍ଜନଗର। ମୁଖ୍ୟ ଆସାମୀ ପ୍ରଭାତ କୁମାର ପାତ୍ର ଗଞ୍ଜାମ ଜିଲ୍ଲା ଜୁଡିସିଆଲ ଜର୍ଜଙ୍କ ଏକ ଜାଲି ନିଯୁକ୍ତି ପତ୍ର ଦେଇ ଟଙ୍କା ଠକି ନେଇଥିବା ନେଇ ବୁଗୁଡା ଷୋହଳ ମଇଲର ପ୍ରଫୁଲ କୁମାର ପାତ୍ର ବୁଗୁଡା ପୋଲିସ ଥାନାରେ ୭/୮/୨୪ ତାରିଖ ଦିନ ଅଭିଯୋଗ କରିଥିଲେ। ଏନେଇ ବୁଗୁଡା ଥାନା କେଶ ନଂ ୩୯୮/୨୪ ପ୍ରକାରେ ଏକ ମାମଲା ରୁଜ୍ଜୁ ହୋଇଥିଲା। ବୁଗୁଡା ଆଇଆଇସି ପ୍ରଭାତ ରଞ୍ଜନ ମହାନ୍ତିଙ୍କ ନିର୍ଦ୍ଦେଶ ପ୍ରକାରେ ଏଏସଆଇ ସୁମନ୍ତ କୁମାର ବେହେରା ତଦନ୍ତ ଦାୟିତ୍ବ ଗ୍ରହଣ କରିଥିଲେ। ଅଗଷ୍ଟ ୯ ତାରିଖ ଦିନ ପ୍ରଭାତ କୁମାର ପାତ୍ର, ଜନ୍ମେଜୟ ନନ୍ଦ ପାଣିଗ୍ରାହୀ ଓ ରମେଶ ଚନ୍ଦ୍ର ପାତ୍ର ତିନି ଅଭିଯୁକ୍ତଙ୍କୁ ଗିରଫ କରି ୩,୧୫,୦୦୦/- ଟଙ୍କା ଓ ଜାଲ ଦଲିଲ ଜବତ କରିବା ସହ କୋର୍ଟ ଚାଲାଣ କାରାଯାଇଥିବା ଆଇଆଇସି ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ