ସାହିତ୍ୟ ଘର ଏବଂ ପ୍ରେସକ୍ଲବର ମିଳିତ ବୃକ୍ଷରୋପଣ

ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ପବିତ୍ର ୭୮ତମ ସ୍ୱାଧୀନତା ଦିବସ ଅବସରରେ ବେଲଗୁଣ୍ଠା ପ୍ରେସକ୍ଲବ ତରଫରୁ ପେଣ୍ଠ ସାହି ସ୍ଥିତ ଶିବ ମନ୍ଦିର ନିକଟରେ ପ୍ରତିବର୍ଷ ଭଳି ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର ଜାତୀୟ ପତାକା ଉତ୍ତୋଳନ କରିବା ସହ ଭାରତର ସ୍ୱାଧୀନତା ସଂଗ୍ରାମ ଏବଂ ସ୍ୱାଧୀନତା ସଂଗ୍ରାମୀମାନଙ୍କ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏହା ପରେ ପ୍ରତିବର୍ଷ ଭଳି ବେଲଗୁଣ୍ଠା ପ୍ରେସକ୍ଲବ ଏବଂ ସମ୍ବାଦ ସାହିତ୍ୟ ଘର ମିଳିତ ଆନୁକୂଲ୍ୟରେ ମାଆ କୁମାରଶୁଣି ପର୍ବତ ପାଦଦେଶରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏଥିରେ ବିଭିନ୍ନ କିସମର ପ୍ରାୟ ୨୧୦ଟି ଚାରା ରୋପଣ କରାଯାଇଥିଲା। ଆଗାମୀ ଦିନରେ ଅଧିକ ଚାରା ରୋପଣ କରିବା ପାଇଁ ପ୍ରେସକ୍ଲବ ସଦସ୍ୟ,ସମ୍ବାଦ ସାହିତ୍ୟ ଘର ସଦସ୍ୟ ଏବଂ କୀରାପଲ୍ଲୀର ଯୁବ ସ୍ଵେଚ୍ଛାସେବୀମାନେ ଶପଥ ନେଇଥିଲେ। ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ବେଲଗୁଣ୍ଠା ବଣିକ ସଂଘ ସଭାପତି ସନତ୍ କୁମାର ସୁବୁଦ୍ଧି ଓ ବେଲଗୁଣ୍ଠା ସମ୍ବାଦ ସାହିତ୍ୟ ଘର ସଭାପତି ମୋତିଲାଲ ପତି ଯୋଗଦେଇଥିବା ବେଳେ ପ୍ରେସ କ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ସମ୍ପାଦକ ଅଶ୍ୱିନୀ କୁମାର ମହାନ୍ତି ଓ ଉପସଭାପତି ପ୍ରଭାତ କୁମାର ସାହୁ,ବରିଷ୍ଟ ସାମ୍ବାଦିକ ଚନ୍ଦନ ସାହୁ, ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିର ସମ୍ପାଦକ ସୁଶାନ୍ତ କୁମାର ବେହେରା, ସାମ୍ବାଦିକ ତୋଫାନ କୁମାର ସାହୁ ଏହାକୁ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ସଦାଶିବ ପାଣିଗ୍ରାହୀ, ଶିଶୁ ପରିବେଶ ପ୍ରେମୀ ବିଦ୍ୱାନ୍ ପାତ୍ର, ସାହିତ୍ୟିକ ପଞ୍ଚାନନ ପ୍ରଧାନ,ସ୍ଵେଚ୍ଛାସେବୀ ବିଚିତ୍ର ପ୍ରଧାନ, ସାହିତ୍ୟ ଘର ସଦସ୍ୟ ଗିରୀଶ ପ୍ରଧାନ, ସନତ୍ କୁମାର ପରିଡ଼ା, ରବୀନ୍ଦ୍ର ଗୌଡ଼, ବିନୋଦ କୁମାର ପଲେଇ ପ୍ରମୁଖ ଯୋଗ ଦେଇଥିବା ବେଳେ କିରାପୋଲି ଗ୍ରାମର କିଛି ବ୍ୟକ୍ତି ଗାତ ଖୋଳିବାରେ ସହଯୋଗ କରିଥିଲେ I ଆଗାମୀ ଦିନରେ ମନ୍ଦିରର ଉନ୍ନତିକରଣ ଏବଂ ଦୈନିକ ରୀତିନୀତି ପାଇଁ ସାହିତ୍ୟ ଘର ତରଫରୁ ପଦକ୍ଷେପ ନିଆଯିବ ବୋଲି ପ୍ରେସ କ୍ଲବ ସମ୍ପାଦକ ଅଶ୍ୱିନୀ ମହାନ୍ତି, ସ୍ୱାମୀ ବିବେକାନନ୍ଦ ଶିଶୁମନ୍ଦିର ସମ୍ପାଦକ ସୁଶାନ୍ତ ବେହେରା, ବଣିକ ସଂଘ ସଭାପତି ସନତ କୁମାର ସୁବୁଦ୍ଧି,ସାହିତ୍ୟ ଘର ସାଂଗଠନିକ ସମ୍ପାଦକ ପ୍ରଦ୍ୟୁମ୍ନ ପାତ୍ର, ଏବଂ ସଭାପତି ମୋତିଲାଲ ପତି ପ୍ରକାଶ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ