ବ୍ରହ୍ମାକୁମାରୀ ଈଶ୍ୱରୀୟ ସଂସ୍ଥାନରେ ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀ ପାଳିତ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି ଭବନରେ ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀ ବର୍ଣ୍ଣାଢ଼୍ୟ ସମାରୋହରେ ସୋମବାର ପାଳିତ ହୋଇଯାଇଛି ।କୃଷ୍ଣ ଜନ୍ମାଷ୍ଟମୀ ଅବସରରେ କେନ୍ଦ୍ରରେ ସୋମବାର ପୂର୍ବାହ୍ନ ରୁ ବିଧିବଦ୍ଧ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ସାଂସ୍କୃତିକଭରା ଶିଶୁ ସଂସାର କାର୍ଯ୍ୟକ୍ରମ ସହ ସମ୍ପନ୍ନ ହୋଇଥିଲା । ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଦ୍ଵିତୀୟ ପର୍ଯ୍ୟାୟରେ ଯୋଗଦେଇ ଈଶ୍ୱରୀୟ କୃପା ଲାଭ କରି ଖୁସିବ୍ୟକ୍ତ କରିଥିଲେ ଏବଂ ଅନୁଷ୍ଠାନର ବ୍ରହ୍ମାକୁମାରୀ ଭଉଣୀ ଓ ଭାଇମାନଙ୍କୁ ସାଧୁବାଦ ଜଣାଇଥିଲେ ।ତୃତୀୟ ପର୍ଯ୍ୟାୟ ମଧ୍ୟାହ୍ନରେ ଅନୁଷ୍ଠିତ ଆନୁଷ୍ଠାନିକ ସଭାରେ ଶାନ୍ତିର ସନ୍ଦେଶ ଶ୍ରୀ କୃଷ୍ଣ ଚେତନା ଓ ସଦଭାବନା ସଂପର୍କିତ ଆଲୋଚନାସଭା ଅନୁଷ୍ଠିତ ହେଇଥିଲା । ଭାରତୀୟ ତଟରକ୍ଷା ବାହୀନି ର କମାଣ୍ଡାଣ୍ଟ ବିକ୍ରମ୍ ପାୱଲ୍,ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଧନଞ୍ଜୟ କୁମାର୍ ମିଶ୍ରା, ଆଡଭୋକେଟ ପଦ୍ମଚରଣ ସାହୁ, ଡ଼ି. ସୁରେଶ ରେଡ୍ଡୀ ଓ କେ. ରଘୁନାଥ ରେଡ୍ଡୀ ଙ୍କ ସମେତ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦାନ ଆଧ୍ୟାତ୍ମିକ କୃଷ୍ଣ ଲୀଳା ନୃତ୍ୟ ସଙ୍ଗୀତ ପରିବେଷଣ କୁ ଉପଭୋଗ କରିଥିଲେ । ବ୍ରହ୍ମା କୁମାରୀ ପିଙ୍କି ଭଉଣୀ କାର୍ଯକ୍ରମ କୁ ସଂଯୋଜନା କରିଥିବା ବେଳେ ରାଜ ଯୋଗିନୀ ବ୍ରହ୍ମା କୁମାରୀ ବିଜୟ ଲକ୍ଷ୍ମୀ ଏଥିରେ ପୌରହିତ୍ୟ କରିଥିଲେ ।।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ