ଗଣେଶ ଚତୁର୍ଥୀ ଯାତ୍ରା ନେଇ ଅନ୍ତରୀଣ ଟ୍ରଷ୍ଟି ତରଫରୁ ଧନ୍ୟବାଦ ପ୍ରଦାନ

ବ୍ରହ୍ମପୁର,(ଅନିଲ କୁମାର): ପଞ୍ଚମା ସ୍ଥିତ ଶ୍ରୀ ଶ୍ରୀ ସିଦ୍ଧ ବିନାୟକ ପୀଠରେ ଶ୍ରୀ ଗଣେଶ ଚତୁର୍ଥୀ ଯାତ୍ରା ଶାନ୍ତି ଶୃଙ୍ଖଳା ଏବଂ ସଫଳତାର ସହ ସମାପନ ହୋଇଥିବାରୁ ଅନ୍ତରୀଣ ଟ୍ରଷ୍ଟି ତରଫରୁ ଆଗତ ଧନ୍ୟବାଦ ସଭାରେ ପ୍ରଶାସନିକ କର୍ମଚାରୀ ଶିଶିର ରଥ ମନ୍ଦିର ସେବାରେ ନିଯୁକ୍ତି ଥିବା ସମସ୍ତ ସେବା ପ୍ରଦାନକାରୀ ଭକ୍ତ ମାନଙ୍କ ସହ ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ଏବଂ ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ତଦାରଖ ସହ ପୂର୍ଣ୍ଣ ସହଯୋଗରେ ଯାତ୍ରା ସଫଳତାର ସହ ସମାପନ ହୋଇଥିବାରୁ ମାନ୍ୟବର ମନ୍ତ୍ରୀ ଶ୍ରୀ ଜେନାଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ତଦାରଖ ସହ ପୂର୍ଣ୍ଣ ସହଯୋଗକୁ ଅଞ୍ଚଳ ବାସୀ ଭୂରୀ ଭୂରୀ ପ୍ରଶଂସା କରିଛନ୍ତି । ଏଥର ପୂଜାର୍ଚ୍ଚନା ସହ ଶ୍ରୀ ଗଣେଶଙ୍କ ଦର୍ଶନ ଅତି ସୁନ୍ଦର ଏବଂ ବ୍ୟବସ୍ଥିତ ଢ଼ଙ୍ଗରେ ହୋଇପାରିଥିବାରୁ ଏବଂ ଏହା ସହ ପୂର୍ବ ବର୍ଷ ତୁଳନାରେ ଏହି ବର୍ଷ ଭକ୍ତ ମାନେ ୧୫ ରୁ ୨୦ ମିନିଟ୍ ମଧ୍ୟରେ ଦର୍ଶନ କରିପାରିଥିବାରୁ ଭକ୍ତ ମାନଙ୍କ ମଧ୍ୟରେ ଆନନ୍ଦ ଖେଳିଯାଇଛି । ଭକ୍ତ ମାନଙ୍କୁ ନିଶୁଳ୍କ ଦର୍ଶନ, ମାଗଣା ଲଡୁ ଓ ଖେଚୁଡ଼ି ପ୍ରସାଦ ବଣ୍ଟନ, ଦିବ୍ୟାଙ୍ଗ, ବୃଦ୍ଧ ବୃଦ୍ଧା ଓ ଗର୍ଭବତୀ ମହିଳାଙ୍କ ପାଇଁ ରଣ୍ଢା ଛକ ଠାରୁ ମାଗଣା ଗାଡ଼ି ବ୍ୟବସ୍ଥା, ରଣ୍ଢା ଛକ ଠାରୁ ପଞ୍ଚମା ମନ୍ଦିର ମଧ୍ୟରେ ଚାରୋଟି ସ୍ଥାନରେ ଅସ୍ଥାୟୀ ବିଶ୍ରାମ ସ୍ଥଳୀରେ ପାନୀୟ ଜଳ ସହ ପ୍ରୋଜେକ୍ଟର୍ ଦ୍ୱାରା ମନ୍ଦିରରୁ ଭକ୍ତ ମାନଙ୍କ ପାଇଁ ସିଧା ପ୍ରସାରଣର ବ୍ୟବସ୍ଥା, ରଣ୍ଢା ଛକ ଠାରେ ଏବଂ ମନ୍ଦିର ପଛ ପାର୍ଶ୍ଵରେ ଗାଡ଼ି ପାର୍କିଂ ବ୍ୟବସ୍ଥା, ଟେଣ୍ଟ ,ଲାଇଟ୍ ସାଉଣ୍ଡର ବ୍ୟବସ୍ଥା ସଠିକ୍ ଭାବରେ ହୋଇପାରିଥିବାରୁ ଅଞ୍ଚଳ ବାସୀ, ପରିଚାଳନା କମିଟି, ପ୍ରଶାସନିକ ଅଧିକାରୀ, ସ୍ୱେଚ୍ଛାସେବୀ, ମିଡ଼ିଆ ବନ୍ଧୁ ମାନଙ୍କୁ ପ୍ରଶାସନିକ ଅଧିକାରୀ ଶିଶିର ରଥ ଧନ୍ୟବାଦ ଦେଇଛନ୍ତି । ଆଜି ଅନୁଷ୍ଠିତ ହୋଇଥିବା ଧନ୍ୟବାଦ ସଭାରେ ଗୋୖରୀ ଶଙ୍କର ସାମନ୍ତରା,କୈଳାସ ମହାନ୍ତି,ଟୁନା ଜେନା,ସୁଧିର ମଣ୍ଡଳ,ଦିବାକର ନାହାକ,ସୁଧିର ଖାଡ଼ଙ୍ଗା,ବୃନ୍ଦାବନ ଗୋୖଡ଼,ଗଙ୍ଗାଧର ଶତପଥି,ରାଜେଶ ଦାସ,ସୁନିଲ ପାତ୍ର,ବାଲ୍ୟରାମ ଦଳେଇ,ରାଜେଶ କୁମାର ସାହୁ,ବିନୋଦ ଚନ୍ଦ୍ର ମିଶ୍ର,ରଜତ ପଣ୍ଡିତ,ଲକ୍ଷ୍ମୀ ଚୋୖଧୁରୀ,କୈଳାସ ପ୍ରଧାନ,ହରିବନ୍ଧୁ ମଣ୍ଡଳ,ମନୁ ନାହାକ,ଦିଲ୍ଲି ପ୍ରଧାନ,ନିଲେଶ ନାହାକ,ମିଟୁ ସାହୁ,ବିକି ଦାସ,ଶିବରାମ ପାତ୍ର,ସନତ ନାହାକ,କୃଷ୍ଣ ଚନ୍ଦ୍ର ଚୌଧୁରୀ,ସୁନିଲ କୁମାର ସାହୁ ପ୍ରମୁଖ ପରିଚାଳନା କମିଟି ସଦସ୍ୟ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ