ଝାଡ଼ଖଣ୍ଡ ଭୋଟ ଗଣତି: ପଛରେ ବିଜେପି

ରାଞ୍ଚି: ଆରମ୍ଭ ହୋଇସାରିଛି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଭୋଟ ଗଣତି। ୮୧ଟି ବିଧାନସଭା ଆସନ ନିମନ୍ତେ ଭୋଟ ଗଣନା ଚାଲିଥିବାବେଳେ ବର୍ତ୍ତମାନର ଖବର ଅନୁସାରେ ବିଜେପି ୩୧ଟି ଆସନରେ ଆଗରେ ରହିଛି। ଅପରପକ୍ଷରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ), ଆରଜେଡି ଓ କଂଗ୍ରେସ ମେଣ୍ଟ ୪୦ଟି ଆସନରେ ଆଗୁଆ ଥିବା ଜଣାପଡ଼ିଛି। ଠିକ୍ ସେହିପରି ଏଜେଏସୟୁ ୩ଟି ଆସନରେ, ଜେଭିଏମ ୩ଟି ଆସନରେ ଏବଂ ଅନ୍ୟାନ୍ୟ ୪ଟି ଆସନରେ ଆଗୁଆ ରହିଥିବାର ସୂଚନା ମିଳିଛି। ବର୍ତ୍ତମାନ ଚାଲିଥିବା ଟ୍ରେଣ୍ଡକୁ ଦେଖିଲେ ଜଣାପଡ଼ୁଛି ବିଜେପି ଶାସିତ ଝାଡ଼ଖଣ୍ଡ ମଧ୍ୟ ବିଜେପି ହାତରୁ ଚାଲିଯାଇପାରେ । ଏଭଳି ଘଟିଲେ ମହାରାଷ୍ଟ୍ର, ଛତିଶଗଡ଼, ରାଜସ୍ଥାନ, ମଧ୍ୟପ୍ରଦେଶ ତାଲିକାରେ ଝାଡ଼ଖଣ୍ଡ ମଧ୍ୟ ସାମିଲ ହୋଇଯିବ ।
ସ୍ମରଣଯୋଗ୍ୟ, ୮୧ ସିଟ୍ ବିଶିଷ୍ଟ ବିଧାନସଭା ପାଇଁ ଗତ ନଭେମ୍ବର ୩୦ରୁ ଡିସେମ୍ବର ୨୦ ମଧ୍ୟରେ ୫ଟି ପର୍ୟ୍ୟାୟରେ ମତଦାନ ହୋଇଛି । ମ୍ୟାଜିକ୍ ନମ୍ବର ୪୨ ହୋଇଥିବା ବେଳେ ମେଣ୍ଟ ସରକାର ଗଠନକୁ ନେଇ ଏବେଠାରୁ ଆଲୋଚନା ଆରମ୍ଭ ହୋଇଗଲାଣି । ସୂଚନାଯୋଗ୍ୟ ଏକଜିଟ ପୋଲରେ ଝାଡ଼ଖଣ୍ଡରେ ବିଜେପି ହାରି ପାରେ ବୋଲି ଆକଳନ କରାଯାଇଛି । ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ସର୍ଭେକ୍ଷଣରୁ ଜଣାଯାଇଛି ଯେ ୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭାରେ ଏଥର କଂଗ୍ରେସ- ଜେଏମ୍ଏମ୍- ଆରଜେଡି ଏଥର ସଂଖ୍ୟା ଗରିଷ୍ଠତା ହାସଲ କରି ରାଜ୍ୟରେ ନୂଆ ସରକାର ଗଢ଼ିବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ