ଶାନ୍ତିଦୂତ ମହାମାନ୍ୟ ପୈଗମ୍ବର ମୁହମ୍ମଦ

(ପବିତ୍ର ମୁହମ୍ମଦ ଜୟନ୍ତୀ ଉପଲକ୍ଷେ)
ପରମେଶ୍ୱର ସକଳ ଧର୍ମ ଓ ସଂମ୍ପ୍ରଦାୟରେ ଅବତାର,ପ୍ରବର୍ତକ,ବାର୍ତାବହ,ମହାପୁରୁଷ ତଥା ସୁଧାରକମାନଙ୍କୁ ସତ୍ୟଧର୍ମର ପ୍ରଚାର କରିବା ପାଇଁ ଧରାପୃଷ୍ଠରେ ଅବତରଣ କରାଇଥାନ୍ତି । ସେଇଥି ପାଇଁ ଶାସ୍ତ୍ର କହିଥାଏ, ‘ବସୁଧୈବ କୁଟୁମ୍ବକମ’ । ସମଗ୍ର ବିଶ୍ୱବାସୀ ଏକ ପରିବାର ସଦୃଶ୍ୟ । ମାନବ ସମାଜ ସଭିଁଏ ଭାଇଭାଇ । ସେଇଭଳି ପୈଗମ୍ବର ହଜରତ ମୁହମ୍ମଦ ସଲ୍ଲମ ଇସଲାମ ଧର୍ମର ପ୍ରବର୍ତକ ଭାବେ ଧରାଧାମରେ ଆଗମନ କରିଥିଲେ । ସେ ୫୭୦ ମସିହାର ଅପ୍ରିଲ ୨୦ ତାରିଖରେ, ଅରବ ଦେଶର ମକ୍କା ସହରରେ ଜନ୍ମ ହୋଇଥିଲେ । ତାଙ୍କ ବାପାଙ୍କ ନାମ ‘ଅବଦ୍‌ୁଲ୍ଲାଃ’ଏବଂ ମାଆଙ୍କ ନାମ ‘ଆମନା’ ଥିଲା । ସେ ଶୈଶବରୁ ପିତାମାତାଙ୍କୁ ହରାଇ ଅନାଥ ହୋଇ ଯାଇଥିଲେ । ଜେଜେ ଅବ୍ଦୁଲ ମୁତଲିବ ବାପ-ମାଆ ଛେଉଣ୍ଡ ମୁହମ୍ମଦଙ୍କର ଲାଳନ-ପାଳନ ଭାର ଉଠାଇ ଥିଲେ । ମାତ୍ର ଦୁଇବର୍ଷ ପରେ ଜେଜେଙ୍କର ମଧ୍ୟ ଦେହାନ୍ତ ହୋଇଗଲା । ଶେଷରେ କକା ଅବୁ ତାଲିବ ମୁହମ୍ମଦଙ୍କର ପ୍ରତିପୋଷଣ କରିଥିଲେ । ସେ ଚାଳିଶ ବର୍ଷ ବୟସ ପର୍ଯ୍ୟନ୍ତ କକାଙ୍କ ତତ୍ୱାବଧାନରେ ରହିଥିଲେ । ଚାଳିଶ ବଷୟ ବୟସରେ ମହାମାନବ ପୈଗମ୍ବର ମୁହମ୍ମଦ ସଲ୍ଲମଙ୍କୁ ଦୈବୀବାଣୀ ହେଲା ଏବଂ ସେ ଈଶ୍ୱରଦୂତ ନିଯୁକ୍ତ ହେଲେ । ପରବର୍ତୀ ୨୩ ବର୍ଷ ଈଶ୍ୱରଦୂତ ଭାବେ ଦିବ୍ୟଧର୍ମର ପୁନଃସ୍ଥାପନା ପାଇଁ, ସମାଜକୁ ଅନ୍ୟାୟ ଓ କୁସଂସ୍କାରରୁ ମୁକ୍ତ କରିବା ପାଇଁ ସେ କଠୋର ସଂଗ୍ରାମ କରିଥିଲେ । ଫଳରେ ସେ ଏକ ଆଦର୍ଶ ସମାଜ ଗଢିବାକୁ ସମର୍ଥ ହୋଇ ପାରିଥିଲେ । ଖ୍ରୀ.ଅ. ୬୩୨ ଜୁନ ୮ ତାରିଖରେ ସେ ମଦିନାରେ ଇହଧାମ ତ୍ୟାଗ କରିଥିଲେ । ମହାମାନବ ସମଗ୍ର ସଂସାରବାସୀଙ୍କ ପାଇଁ କରୁଣାର ସାଗର ହୋଇ ଆସିଥିଲେ । ବିନା ଭେଦଭାବ ଏବଂ ବିନା ବୈରିରେ ସେ ମାନବ ଅଧିକାର ପାଇଁ ନିଜର ସମଗ୍ର ଜୀବନ ସଂଘର୍ଷ କରିଥିଲେ । ଶାନ୍ତି ଓ ନ୍ୟାୟ ପ୍ରତିଷ୍ଠା ପାଇଁ ସମାଜରେ ଏକ ବିପ୍ଳବ ସୃଷ୍ଟି କରିଥିଲେ । ଯାହା ଫଳରେ ଏପରି ଏକ କ୍ରାନ୍ତିକାରୀ ଅଧ୍ୟାୟ ଜନ୍ମ ନେଲା, ଯାହାର ଇତିହାସରେ କୌଣସି ପଟାନ୍ତର ନାହିଁ । ସର୍ବ ପ୍ରଥମେ ପୈଗମ୍ବର ମୁହମ୍ମଦ ସଲ୍ଲମ ମାନବ ଅଧିକାରକୁ ଶ୍ରେଷ୍ଠ ମଣି ସେମାନଙ୍କୁ ସାମାଜିକ,ନୈତିକ,ଭୌତିକ ଏବଂ ଆଧ୍ୟାତ୍ମିକ କ୍ଷେତ୍ରରେ ସମ୍ମାନ ଜନକ ଅଧିକା ଦେଇଥିଲେ ।
ବିଶ୍ୱଗୁରୁ ହଜରତ ମୁହମ୍ମଦ ସଲ୍ଲମଙ୍କ ଆବିର୍ଭାବ ସମୟରେ ବିଶ୍ୱସମାଜରେ ଆରବବାସୀଙ୍କ ଚିତ୍ର ଓ ଚରିତ୍ର ଭଲ ନଥିଲା । ମଣିଷ ସହ ପଶୁ ସମାନ ବ୍ୟବହାର କରାଯାଉଥିଲା । ମାତା ପିତା ତଥା କନ୍ୟା ସନ୍ତାନର ସମ୍ମାନ ଓ ସତ୍‌କାର ନଥିଲା । ଏପରି କି କନ୍ୟା ସନ୍ତାନ ଜନ୍ମ ହେଲା ମାତ୍ରେ ଘରେ ଓ ପରିବେଶରେ ଅଶୁଭ ମନେକରୁଥିଲେ ଏବଂ କନ୍ୟା ସନ୍ତାନକୁ ଜୀବିତ ସମାଧି ଦିଆଯାଉଥିଲା । ପିତା ମାତାର ସେବା ଓ ସତ୍‌କାର କରିଲେ ହିଁ ସ୍ୱର୍ଗପ୍ରାପ୍ତ ହେବ ବୋଲି ହଜରତ ମୁହମ୍ମଦ କହି ସର୍ବ ପ୍ରଥମେ ମାତା ପିତାଙ୍କୁ ତାଙ୍କର ଉଚିତ୍ ସମ୍ମାନ ଦେଇଥିଲେ । ଏପରି ବିି କହିଦେଲେ ଯେ ମାଆଙ୍କ ଚରଣରେ ସ୍ୱର୍ଗ ମିଳିଥାଏ । ହତଭାଗା ସେହି ବ୍ୟକ୍ତି ଯାହାକୁ ଜୀବନରେ ପିତା ମାତା ପରି ଅମୂଲ୍ୟ ସମ୍ପଦ ମିଳିଥାଏ, କିିନ୍ତୁ ସେ ତାଙ୍କର ସେବା ଓ ସତ୍‌କାର କରି ସ୍ୱର୍ଗଗାମୀ ହୋଇ ପାରିନଥାଏ । ପୁଣି ସେ କହିଲେ; ଈଶ୍ୱରଙ୍କୁ ସବୁଠାରୁ ଭଲ ଲାଗୁଥିବା ଉତମ କାର୍ଯ୍ୟ ମଧ୍ୟରୁ ମାତା ପିତାଙ୍କ ସହ ସଦ୍‌ବ୍ୟବହାର ପ୍ରଦର୍ଶନ କରିବା ଅନ୍ୟତମ । କନ୍ୟା ସନ୍ତାନକୁ ସୁରକ୍ଷା ଦେବା ପାଇଁ କହିଲେ, ଯଦି କାହା ଘରେ ଗୋଟିଏ ବା ତା’ଠାରୁ ଅଧିକ କନ୍ୟା ସନ୍ତାନ ଜନ୍ମ ହୋଇଥାନ୍ତି ଏବଂ ମାତା ପିତାମାନେ ତାଙ୍କର ଉଚିତ୍ ରକ୍ଷଣା ବ୍ୟକ୍ଷଣ କରିବା ସହ ସେମାନଙ୍କୁ ଉଚିତ୍ ଶିକ୍ଷା ଦେଇ କୃତକାର୍ଯ୍ୟ କରାଇଥାନ୍ତି, ତେବେ ସେହି ମାତା ପିତା ବୈକୁଣ୍ଠର ଅଧିକାରୀ ହୋଇଥାନ୍ତି । କନ୍ୟା ସନ୍ତାନ ହେଉ ବା ପୁତ୍ର ସନ୍ତାନ ସେମାନଙ୍କୁ ଉଚ୍ଚଶିକ୍ଷା ପ୍ରଦାନ କରିବା ପାଇଁ ଦରକାର ପଡ଼ିଲେ ଚୀନ ପରି ସୁଦୂର ଦେଶକୁ ପଠାଇବାକୁ ଅନୁମତି ଦେଇଥିଲେ । ପ୍ରତ୍ୟେକ ମଣିଷ ସେ ନର ହେଉ ବା ନାରୀ ଶିକ୍ଷା ଅର୍ଜନ କରିବା ଜରୁରୀ ବୋଲି ଘୋଷଣା କରିଥିଲେ । ପାଠ ପଢିବା ଦ୍ୱାରା ମଣିଷ ଭଲ ମନ୍ଦ ଏବଂ ଉଚିତ୍ ଓ ଅନୁଚିତ୍ ବିଷୟରେ ବୁଛିପାରିଥାଏ । ଯଦ୍ଦ୍ୱାରା ସେ ସତ୍‌ପଥ ଓ ଅସତ୍‌ପଥ ବିଷୟରେ ଜାଣିପାରିଥାଏ । ଯାହାଦ୍ୱାରା ସମାଜରେ ଉନ୍ନତି ଓ ଏକ ସଭ୍ୟ ସମାଜ ଗଢି ଉଠିଥାଏ । ଜଣେ ସ୍ତ୍ରୀ ପ୍ରତି ଉଦାରତା ଓ ସଦ୍‌ବ୍ୟବହାର ପ୍ରଦର୍ଶନ କରିବାକୁ ସେ ଆଦେଶ ଦେଇଥିଲେ । ସ୍ୱାମୀ ମରଣାନ୍ତେ ସ୍ତ୍ରୀ ପ୍ରତି ସମାଜରେ ଅନ୍ୟାୟ ଓ ଅତ୍ୟାଚାର ବଢିଥାଏ, କିନ୍ତୁ ମହାମାନବ ହଜରତ ମୁହମ୍ମଦ ସଲ୍ଲମ ସ୍ତ୍ରୀକୁ ସ୍ୱାମୀର ସମ୍ପତିର ଅଂଶୀଦାର ହେବାର ଘୋଷଣା କରି ସ୍ତ୍ରୀ ଜାତି ପ୍ରତି ଉଚିତ ନ୍ୟାୟ କରିଥିଲେ । ଏପରି କି ବିଧବା ସ୍ତ୍ରୀମାନଙ୍କୁ ଅନୁମତି ପ୍ରଦାନ କରିଥିଲେ ଯେ ସେମାନେ ଅନ୍ୟ କାହା ସହ ପୁନର୍ବିବାହ କରି ନିଜ ସୁଖ ବୈବାହିକ ଜୀବନ ଯାପନ କରିପାରିବେ । ସେ ଜଗତ ବାସୀଙ୍କ ପାଇଁ ଏପରି ଆଦର୍ଶ ଛାଡ଼ିଯାଇଛନ୍ତି କି ସ୍ତ୍ରୀର ପ୍ରତ୍ୟେକ ଅଧିକାରକୁ ପୁରଣ କରିବା ପୁରୁଷ ପ୍ରତି ଏକ ସଂପୂର୍ଣ୍ଣ ଦାୟିତ୍ୱ ବୋଲି କହି ମହିଳାଙ୍କ ପ୍ରତି ନ୍ୟାୟ ଓ ସମ୍ମାନ ବ୍ୟକ୍ତ କରିଛନ୍ତି । ପୈଗମ୍ବର ହଜରତ ମୁହମ୍ମଦ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ