ରାଜଘାଟରେ ସତ୍ୟାଗ୍ରହ ଧାରଣାରେ ଯୋଗଦେବାକୁ ରାହୁଲଙ୍କ ଆହ୍ବାନ
ନୂଆଦିଲ୍ଲୀ : ନାଗରିକତ୍ବ ସଂଶୋଧନ ବିଲ୍କୁ ନେଇ ରାଜଘାଟରେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଏକ ସତ୍ୟାଗ୍ରହ ଧାରଣା କରିବାକୁ ଯାଉଛନ୍ତି । ଯୁବସମାଜ ଏହି ଧାରଣାରେ ଯୋଗଦେଇ ଏହି ଧାରଣାକୁ ସଫଳ କରିବା ପାଇଁ ରାହୁଲ ଟ୍ବିଟ୍ଟର ଜରିଆରେ ନିବେଦନ କରିଛନ୍ତି । ଦେଶର ଛାତ୍ର ସମାଜ ଏହି ଆଇନ ବିରୋଧରେ ଏକତ୍ର ହୋଇ ଆନ୍ଦୋଳନ କରିବା ଉଚିତ୍ ବୋଲି ରାହୁଲ ଗାନ୍ଧୀ ଟ୍ବିଟ୍ଟର ଜରିଆରେ ନିବେଦନ କରିଛନ୍ତି । ସୋମବାର ଅପରାହ୍ନ ୩ଟାରେ ରାହୁଲ ମହାତ୍ମା ଗାନ୍ଧୀଙ୍କ ସମାଧି ସ୍ଥଳ ରାଜଘାଟରେ ଧାରଣାରେ ବସିବେ । ରାହୁଲଙ୍କ ସହିତ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ଅନ୍ୟାନ୍ୟ ବରିଷ୍ଠ ନେତା ଏହି ଧାରଣାରେ ଯୋଗ ଦେବେ ବୋଲି ଜଣାପଡିଛି ।


