ସାପ କାମୁଡାରେ ଚିକିତ୍ସାଧୀନ ବାଳକର ମୃତ୍ୟୁ

କୁକୁଡାଖଣ୍ଡି,(ବିଭୁ ନନ୍ଦନ ପଣ୍ଡା):ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଆମ୍ବଗଡ଼ ଗ୍ରାମର ଉପେନ୍ଦ୍ର ଦାସ ଙ୍କ ପୁଅ ରୋହନ ଦାସ(୧୫) ଗତ ୩ ତାରିଖ ରାତିରେ ଘରେ ସୋଇଥିବା ସମୟରେ ଏକ ବିଷାକ୍ତ ସାପ କାମୁଡି ଦେଇଥିଲା ।ଫଳରେ ପରିବାର ଲୋକ ରୋହନ କୁ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ । ହେଲେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତ୍ର ୧୨ଟା ୫୦ମିନଟ ସମୟରେ ମୃତ୍ୟୁ ବରଣ କରିଥିବା ନେଇ ଡାକ୍ତର ପରିବାର ଲୋକଙ୍କୁ ସୂଚନା ଦେଇଥିଲେ ।ବର୍ତ୍ତମାନ ସ୍ଥାନୀୟ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ କରାଇ ତାଙ୍କ ପରବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ନେଇ ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ