ସ୍ୱତନ୍ତ୍ର ପରିଚୟ ଚାହାନ୍ତି ମହିଳା

ଜଣେ ମହିଳାର ସ୍ୱପ୍ନ କ’ଣ? ଜଣେ ମହିଳା ପାଇଁ ସ୍ୱାଧୀନତାର ଅର୍ଥ କ’ଣ? ଏହା ଜାଣିବା ପାଇଁ ନିକଟରେ ସହରାଞ୍ଚଳରେ ରହୁଥିବା ୨୦ରୁ୩୫ ବର୍ଷ ବୟସର ମହିଳାଙ୍କୁ ନେଇ ଏକ ସର୍ଭେ ହୋଇଥିଲା । ଯେଉଁଥିରେ ଘରୁ ଆରମ୍ଭ କରି ଅଫିସ ପର୍ଯ୍ୟନ୍ତ ସମସ୍ତ କଥାରେ ମହିଳାଙ୍କ ରାୟ ପଚରାଯାଇଥିଲା । ସୋସିଆଲ୍ ନେଟୱାର୍କିଂ ପ୍ଲାଟଫର୍ମ ଶିରୋଜ ଦ୍ୱାରା କରାଯାଇଥିବା ଏହି ସର୍ଭେରେ ଅନେକ ରୋଚକ ତଥ୍ୟ ସାମ୍ନାକୁ ଆସିଛି । ମହିଳାମାନେ କ’ଣ ଚାହୁଁଛନ୍ତି ଏବଂ ସେମାନଙ୍କ ବଡ଼ ସ୍ୱପ୍ନ କ’ଣ ପ୍ରଶ୍ନର ଉତ୍ତରରେ ସର୍ଭେରେ ସାମିଲ ହୋଇଥିବା ୩୧ ପ୍ରତିଶତ ମହିଳା ସେମାନଙ୍କ ଦକ୍ଷତା ଏବଂ ସୃଜନଶୀଳତାକୁ ସୁଯୋଗ ଦେବାକୁ ଚାହୁଁଛନ୍ତି ବୋଲି କହିଥିଲେ । ୨୬ ପ୍ରତିଶତ ମହିଳା ଦୁନିଆକୁ ଭିନ୍ନ କିଛି କରି ଦେଖାଇବାକୁ ଚାହୁଁଥିବା କହିଥିଲେ । ୨୧ ପ୍ରତିଶତ ମହିଳା ନିଜ ଦକ୍ଷତା ବଳରେ ଏକ ଉତ୍ତମ କ୍ୟାରିଅର ସୃଷ୍ଟି କରିବାକୁ ଚାହୁଁଥିବା କହିଛନ୍ତି । ମାତ୍ର ୧୩ ପ୍ରତିଶତ ମହିଳା ପାରିବାରିକ ଜୀବନରେ ବାନ୍ଧି ହୋଇ ରହିଥିବା ଚାହିଁଥିବା କହିଥିବା ଜଣାପଡିଛି । ମହିଳାଙ୍କ ପାଇଁ ସ୍ୱାଧୀନତାର ଅର୍ଥ କ’ଣ ପ୍ରଶ୍ନର ଉତ୍ତରରେ ୭୫ ପ୍ରତିଶତ ମହିଳା ଜୀବନକୁ ନିଜ ହିସାବରେ ବଞ୍ଚିବାକୁ ଚାହୁଁଥିବା କହିଛନ୍ତି । ଏହା ଏମିତି ଏକ ବିଷୟ ଯେଉଁଥିରେ ମହିଳାମାନେ ଯେ କୌଣସି ବୁଝାମଣା କରିବାକୁ ଚାହୁଁନଥିବା କହିଛନ୍ତି । ସବୁଠାରୁ ବଡ଼ କଥା ହେଲା ମହିଳାଙ୍କୁ ନିଜ କ୍ୟାରିଅର, ବ୍ୟକ୍ତିଗତ ଜୀବନ ଓ ପେସାଗତ ଜୀବନରେ ସନ୍ତୁଳନ ରକ୍ଷା କରିବା କଷ୍ଟକର ହେଉଥିବା ଏହି ସର୍ଭେରୁ ଜଣାପଡ଼ିଛି । ସର୍ଭେରେ ସାମିଲ ହୋଇଥିବା ୩୨ ପ୍ରତିଶତ ମହିଳା କହିଛନ୍ତି ଯେ ସେମାନଙ୍କୁ ଚାକିରି ଚିନ୍ତା ରହୁଛି । ସେହିପରି ୨୩ ପ୍ରତିଶତ ମହିଳା ନିଜ ବ୍ୟକ୍ତିଗତ ଜୀବନ ଓ ପେସାଗତ ଜୀବନ ଭିତରେ ସନ୍ତୁଳନ ରକ୍ଷା କରିବା ଏବଂ ୧୦ ପ୍ରତିଶତ ମହିଳାଙ୍କୁ ଟଙ୍କା ଚିନ୍ତା ରହୁଥିବା ଏହି ସର୍ଭେରୁ ଜଣାପଡ଼ିଛି । ସର୍ଭେ ରିପୋର୍ଟ ଅନୁସାରେ ୪୪ ପ୍ରତିଶତ ମହିଳା ବିବାହ କରିବା ଜରୁରୀ ଭାବୁଥିବାବେଳେ ୩୮ ପ୍ରତିଶତ ମହିଳା ଏହା ଜରୁରୀ ଭାବୁନଥିବା କହିଛନ୍ତି । ସମୟ ବଦଳିବା ସହ ମହିଳାଙ୍କ ପସନ୍ଦ ବି ବଦଳିବାରେ ଲାଗିଛି । ଏବେ ମହିଳାମାନେ ଆଉ ଚାରି କାନ୍ଥରୁ ବାହାରି କିଛି ଭଲ ଏବଂ ଗୁରୁତ୍ୱପୂର୍ଣ୍ଣ କାମ, ନାମ କମାଇବା, ବିଶ୍ୱ ଭ୍ରମଣ କରିବା ଏବଂ ସଶ୍ଛକୟଙ୍କର ସମାନତା ଭଳି କାମକୁ ପସନ୍ଦ କରୁଛନ୍ତି । ଏହା ବ୍ୟତୀତ ଏବେ ବି ଅଧିକାଂଶ ମହିଳା ଜଣେ ଭଲ ମଣିଷ ଓ ତାଙ୍କୁ ବହୁତ ପ୍ରେମ କରୁଥିବା ଜୀବନସାଥୀ ଖୋଜୁଛନ୍ତି । ବିବାହ ପୂର୍ବରୁ ଶାରୀରିକ ସଶ୍ଛକୟ ରଖିବା ଜରୁରୀ ପ୍ରଶ୍ନରେ ୪୨ ପ୍ରତିଶତ ମହିଳା ଜଣାନାହିଁ କହିଥିବା ବେଳେ ୩୨ ପ୍ରତିଶତ ଏହା ଜରୁରୀ ନୁହେଁ ବୋଲି କହିଥିଲେ । ମାତ୍ର ୧୧ ପ୍ରତିଶତ ମହିଳା ବିବାହ ପୂର୍ବରୁ ଶାରୀରିକ
ସମ୍ପର୍କ ବହୁତ ଜରୁରୀ ବୋଲି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ