ସରସ୍ଵତୀ ଶିଶୁ ବିଦ୍ୟା ଭବନରେ ୨୮ ତମ ଜ୍ଞାନ ବିଜ୍ଞାନ ମେଳା

ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ବେଲଗୁଣ୍ଠା ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ଭବନ ରେ ୨୮ ତମ ଜ୍ଞାନ ବିଜ୍ଞାନ ମେଳା ମହାସମାରୋହରେ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ଏହି ଜ୍ଞାନ ବିଜ୍ଞାନ ମେଳା କୁ ସ୍ଥାନୀୟ ତହସିଲଦାର କଳାକୃଷ୍ଣ ପ୍ରଧାନ ଉଦ୍ ଘାଟନ କରିବା ସହିତ ଦୀପ ପ୍ରଜ୍ଜ୍ୱଳନ କରି ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ପ୍ରାରମ୍ଭ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୨୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ବିଭିନ୍ନ ପ୍ରକାରର ପ୍ରକଳ୍ପ ଆଣି ଅଂଶ ଗ୍ରହଣ କରିଥିଲେ । ଏହାକୁ ୫ ଟି ବିଭାଗରେ ବିଭକ୍ତ କରାଯାଇଥିଲା।ବିଚାରପତି ଭାବେ ଜୁନିଅର ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟାପକ ପ୍ରଦ୍ୟୁମ୍ନ କୁମାର ସାହୁ, ରଜତ କୁମାର ରାଉତ, ଜି.ଟି. ହାଇସ୍କୁଲ ସୁନାଖି ଦିଗାଲ, ଅକ୍ଷୟ କୁମାର ଦାସ ,ଦୀପକ ଜେନା,ସତ୍ୟ ନାରାୟଣ ସିଅ ପ୍ରମୁଖ ଉପସ୍ଥିତ ରହି ୫ ଟି ବିଭାଗର ପ୍ରକଳ୍ପ ଗୁଡ଼ିକ ମୂଲ୍ୟାୟନ କରିଥିଲେ। ମାଆ ମାନଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ମାଆ ମାନେ ବିଭିନ୍ନ ପ୍ରକାରର ପିଠା,ମିଠା ଓ ବିଭିନ୍ନ ବର୍ଜ୍ୟ ବସ୍ତୁ ର ସଦୁପଯୋଗ ପାଇଁ ଉପକରଣ ପ୍ରସ୍ତୁତ କରି ଆଣିଥିଲେ । ପରେ ପୁରସ୍କାର ବିତରଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଭି ଦେବୀ ପ୍ରସାଦ ପାତ୍ର, ଅବସର ପ୍ରାପ୍ତ ବନବିଭାଗ କର୍ମଚାରୀ ଶୂଳପାଣି ଶତପଥୀ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ମୃତ୍ୟୁଞ୍ଜୟ ରଥ, ପୂର୍ବତନ ଉପନଗରପାଳ ପ୍ରଶାନ୍ତ କୁମାର ସାହୁ , ବେଲଗୁଣ୍ଠା ପ୍ରେସ କ୍ଲବ ସଭାପତି ପ୍ରଦ୍ୟୁମ୍ନ କୁମାର ପାତ୍ର, ବିଦ୍ୟାଳୟ ର ସମ୍ପାଦକ ସୂର୍ଯ୍ୟ ନାରାୟଣ ପାତ୍ର, ଓଡ଼ିଶା ଟୁଡେ ନିଉସ୍ ସମ୍ପାଦକ ବବି ରଥ, ସାମ୍ବାଦିକ ଶିବରାମ ଚୌଧୁରୀ ଓ ନାରାୟଣ ପଣ୍ଡା ଅତିଥି ଭାବେ ମଞ୍ଚାସୀନ ଥିଲେ। କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ ଓ ମାନପତ୍ର ପ୍ରଦାନ କରାଯାଇଥିଲା। ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ଶିବରାମ ଗୁରୁଜୀ ଅତିଥି ପରିଚୟ ପ୍ରଦାନ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ବିଦ୍ୟାଳୟର ସମସ୍ତ ଗୁରୁମା ତଥା ଆଶା, ମାମାଜିନୀ, ସୁମିତ୍ରା, ଅଲିଭା,ଅମ୍ବିକା,ଶୋଭା,ମିନି,ଗୁରୁଜୀ ପ୍ରମୋଦ,କୁମାରେଶ୍ୱର, ଗଣେଶ, ମୋନଜ ଆଦି ନିଜ ନିଜ ଦାୟିତ୍ଵ ସମ୍ପାଦନା କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ