ମଣିଷ ଜାତି ଗାନ୍ଧିବାଦୀର ପ୍ରତୀକ ହେବା ଜରୁରୀ 

ଜଟଣୀ, (ୱାଏନଏସ):ସମାଜରେ ମଣିଷ ହେଉଛି ଶ୍ରେଷ୍ଠ ଜାତି। ଏହି ଶ୍ରେଷ୍ଠ ଜାତି ମଧ୍ୟରେ ଜଣେ ଉଦୟମାନ ମଣିଷ ହେଉଛନ୍ତି ଜାତିର ପିତା ମହାତ୍ମା ଗାନ୍ଧୀ। ଆଜି ଏହି ମହାନ ବ୍ୟକ୍ତିଙ୍କୁ ତାଙ୍କର ଏହି ଜନ୍ମଜୟନ୍ତୀ ଦିବସରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଆମେ ଦୁଇ ଭଉଣୀ ନିଜକୁ ଆତ୍ମସନ୍ତୋଷ ଲାଭ କରିଛୁ ବୋଲି ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ସ୍ଥାନୀୟ ଗାନ୍ଧୀପାର୍କ ଠାରେ ବାପୁଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିବା ଅବସରରେ କହିଛନ୍ତି। ଏହି ଦୁଇ ଭଉଣୀ ହେଉଛନ୍ତି ସାମ୍ବାଦିକ ମହେନ୍ଦ୍ର ସାହୁଙ୍କ ସୁକନ୍ୟା ମାହେଶ୍ୱରୀ କାଦମ୍ବିନୀ ଓ ମନେଶ୍ୱରି କାଦମ୍ବିନୀ। ପ୍ରତିବର୍ଷ ଭଳି ଆଜି ଦୁଇଛାତ୍ରୀ ବାପୁଙ୍କ ପ୍ରତିମୂର୍ତ୍ତିରେ ପାରମ୍ପାରିକ ପୁରାତନ ଢଙ୍ଗରେ ବାପୁଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଓ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ମହାତ୍ମାମାନଙ୍କ ଭୂମିଷ୍ଠ ଓ ଜନ୍ମଜୟନ୍ତୀ ଦିବସରେ ସମସ୍ତେ ସକାଳୁ ସକାଳୁ ପୂଜ୍ଯପୂଜାଙ୍କୁ ସ୍ମରଣ ଓ ଗୁଣଗାନ କରି ପୁଷ୍ପମାଲ୍ଯ ଅର୍ପଣ କରିଥାନ୍ତି। ହେଲେ ଦୁଇଛାତ୍ରୀ ବିଗତ ବର୍ଷମାନଙ୍କ ଭଲି ଆଜି ମଧ୍ୟ ଅନୁରୂପ ଭାବେ ସକାଳ ଓ ସନ୍ଧ୍ୟା ସମୟରେ ପୂଜାର୍ଚ୍ଚନା କରିଥିଲେ। ଏହି ଦୁଇ ଭଉଣୀ ହେଉଛନ୍ତି ଆଇଟି ଇଂଜିନିୟର ଛାତ୍ରୀ ମାହେଶ୍ଵରୀ କାଦମ୍ବିନୀ ଓ ସ୍ବସ୍ତିଜ୍ୟୋତି ସ୍କୁଲ ଅଫ୍ ବ୍ୟାସିକ୍ ସାଇନ୍ସର ଛାତ୍ରୀ ମନେଶ୍ବରୀ କାଦମ୍ବିନୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ