ଯୁବାଂସ ଯୁବ ସଂଗଠନକୁ ପ୍ରକୃତି ମିତ୍ର ପୁରସ୍କାର

ବୁଗୁଡ଼ା,(ଅନିଲ କୁମାର ମହାରଣା):ପ୍ରକୃତିର ସଂରକ୍ଷଣ ପାଇଁ ପାଞ୍ଚ ଶହରୁ ଉର୍ଦ୍ଧ୍ବ ବୃକ୍ଷ ରୋପଣ ଓ ପରିବେଶ ସଚେତନତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଗଞ୍ଜାମ ଜିଲ୍ଲାର ବୁଗୁଡା ସହରର ଯୁବାଂସ ଯୁବ ସଙ୍ଗଠନକୁ ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ୭୦ ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ୨୦୨୪ ବର୍ଷ ପାଇଁ ସମ୍ମାନ ଜନକ “ପ୍ରକୃତି ମିତ୍ର” ପୁରସ୍କାର ପ୍ରଦାନ କରାଯାଇଛି। ବ୍ରହ୍ମପୁରର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆରସିସିଏଫ୍ ଡକ୍ଟର ସଞ୍ଜୟ ସ୍ବାଇଁ,ଏବଂ ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ଡିଏଫ୍ଓ ସନି ଖୋକାର, ଉତ୍ତର ଘୁମୁସର ଡିଏଫ୍ଓ ହିମାଂଶୁ ଶେଖର ମହାନ୍ତି, ଦକ୍ଷିଣ ଘୁମୁସୁର ଡିଏଫ୍ଓ ବିନୋଦ ଆଚାର୍ଯ୍ୟ, ବ୍ରହ୍ମପୁର ଡିସିଏଫ୍ ଦିଲ୍ଲୀପ କୁମାର ବାରିକ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଯୁବାଂସ ଯୁବ ସଂଗଠନ ପକ୍ଷରୁ ସଙ୍ଘର ସଭାପତି ଓ ସମ୍ପାଦକ ବିନାୟକ ପାଢ଼ୀ ଓ ଲିପ୍ସା ଦାଶ ଦ୍ବୟଙ୍କୁ ମାନପତ୍ର, ଉପଢୌକନ ଓ ୨୦ ହଜାର ଟଙ୍କାର ଅର୍ଥରାଶି ଦେଇ ସମ୍ବର୍ଦ୍ଧିତ କାରାଯାଇଥିଲା। ଏହି ସମ୍ମାନଜନକ ପ୍ରକୃତି ମିତ୍ର ପୁରସ୍କାର ପାଇଁ ସଂଗଠନ ପକ୍ଷରୁ ବୁଗୁଡା ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ର ଓ ବନ ବିଭାଗର କର୍ମଚାରୀଙ୍କ ପ୍ରେରଣା ଓ ସହଯୋଗ ପାଇଁ ଧନ୍ୟବାଦ ପ୍ରଦାନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ