ପ୍ରଫେସର ଫକୀର ମୋହନ ନାହାକଙ୍କ ସମ୍ପାଦିତ ପୁସ୍ତକ ମାଷ୍ଟରିଂ ପବ୍ଲିକ୍ ରିଲେସନସ୍ ଉନ୍ମୋଚିତ

ଗଞ୍ଜାମ, (ବିନୋଦ ପଲାଇ):ରାଜସ୍ଥାନର ଜୟପୁର ସ୍ଥିତ ମଣିପାଲ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଓଡ଼ିଆ ପ୍ରଫେସର ଡକ୍ଟର ଫକୀର ମୋହନ ନାହାକ ଏବଂ ଚଣ୍ଡୀଗଡ଼ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଡକ୍ଟର ଚଞ୍ଚଲ ସଚ୍ଚଦେବା ସୁରୀଙ୍କ ଯୁଗ୍ମ ସମ୍ପାଦନାରେ ସମ୍ପାଦିତ ଇଂରାଜୀ ପୁସ୍ତକ “ମାଷ୍ଟରିଂ ପବ୍ଲିକ୍ ରିଲେସନସ୍- ପ୍ରିନସିପଲସ, ପ୍ରାକ୍ଟିସେସ୍ ଆଣ୍ଡ୍ ଫ୍ୟୁଚର ଟ୍ରେଣ୍ଡସ” ପୁସ୍ତକ ଉନ୍ମୋଚିତ ହୋଇଛି।ଭୁବନେଶ୍ୱର କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନସେସ୍ ସଭାଗୃହରେ ଆୟୋଜିତ ଅଷ୍ଟମ ନ୍ୟାସନାଲ ମିଡିଆ କନକ୍ଲେଭରେ ଏହି ପୁସ୍ତକକୁ ଉନ୍ମୋଚନ କରାଯାଇଛି। ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆର ବରିଷ୍ଠ ସଦସ୍ୟ ତଥା ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ବିଭାଗର ପ୍ରାକ୍ତନ ମୁଖ୍ୟ ପ୍ରଫେସର ଡକ୍ଟର ବଳଦେବ ରାଜ ଗୁପ୍ତା, ଭୋପାଳର ମାଖନଲାଲ ଚତୁର୍ବେଦୀ ରାଷ୍ଟ୍ରୀୟ ପତ୍ରକାରିତା ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର କେ.ଜି.ସୁରେଶ, ତାମିଲନାଡୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା କୁଳପତି ପ୍ରଫେସର ବି.ପି. ସଂଜୟ, ଚଣ୍ଡିଗଡ଼ ସ୍ଥିତ ପଞ୍ଜାବ ବିଶ୍ୱବିଦ୍ୟାଳୟର ପ୍ରଫେସର ଅର୍ଚ୍ଚନା ଆର୍. ସିଂହ, ଗାନ୍ଧିନଗର ସ୍ଥିତ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପେଟ୍ରୋଲିୟମ୍ ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ବିଭାଗାଧ୍ୟକ୍ଷ ଡକ୍ଟର ପ୍ରଦୀପ ମଲ୍ଲିକ ଏବଂ ନ୍ୟାସନାଲ ମିଡିଆ କନକ୍ଲେଭର ଅଧ୍ୟକ୍ଷ ପ୍ରଫେସର ଉପେନ୍ଦ୍ର ପାଢ଼ୀ ଏହି ପୁସ୍ତକକୁ ଉନ୍ମୋଚନ କରିଥିଲେ।ଏହି ପୁସ୍ତକରେ ମୋଟ ୧୩ ଟି ଭିନ୍ନ ଭିନ୍ନ ଅଧ୍ୟାୟ ରହିଥିବା ସହ ପୁସ୍ତକଟି ମୋଟ ୧୮୪ ପୃଷ୍ଠା ବିଶିଷ୍ଟ। ଏଥିରେ ଦେଶର ବିଭିନ୍ନ ଭାଗରେ କାର୍ଯ୍ୟରତ ପ୍ରଫେସର, ଲୋକସମ୍ପର୍କ ଅଧିକାରୀ ଏବଂ ଗବେଷକମାନେ ଅଧ୍ୟାୟ ରଚନା କରିଛନ୍ତି। ନୂଆଦିଲ୍ଲୀର ମିଶା ବୁକସ୍ ଏହି ପୁସ୍ତକକୁ ପ୍ରକାଶନ କରିଛନ୍ତି। ପୁସ୍ତକର ସମ୍ପାଦକ ଡକ୍ଟର ଫକୀର ମୋହନ ନାହାକ କହିଛନ୍ତି ଯେ, “ମାଷ୍ଟରିଂ ପବ୍ଲିକ୍ ରିଲେସନସ୍- ପ୍ରିନସିପଲସ, ପ୍ରାକ୍ଟିସେସ୍ ଆଣ୍ଡ୍ ଫ୍ୟୁଚର ଟ୍ରେଣ୍ଡସ” ପୁସ୍ତକ କେବଳ ସାମ୍ବାଦିକତା ଓ ଗଣଯୋଗାଯୋଗ ଛାତ୍ରଛାତ୍ରୀ ନୁହନ୍ତି, ବରଂ ଏହା ସମ୍ବାଦିକତା ଶିକ୍ଷକ, ଜନସମ୍ପର୍କ ଅଧିକାରୀ, କର୍ପୋରେଟ୍ କମ୍ୟୁନିକେଟର ଆଦି ପ୍ରଫେସନାଲଙ୍କ ପାଇଁ ଏକ ଉପାଦେୟ ପୁସ୍ତକ।ଡ଼କ୍ଟର ଫକୀର ମୋହନଙ୍କ ଘର ଗଞ୍ଜାମ ବ୍ଳକ ଅନ୍ତର୍ଗତ ବୁରିଡି ଗ୍ରାମ ଅଟେ l ଜଣେ ବରିଷ୍ଠ ସାମ୍ବାଦିକ, ସ୍ତମ୍ଭକାର, ଲେଖକ,ଗାଳ୍ପିକ ସୁବକ୍ତା, ସହ ରାଜ୍ୟ ଓ ଜାତୀୟ ସ୍ତରୀୟ ବିଭିନ୍ନ ବୈଦ୍ୟୁତିକ ଗଣମାଧ୍ୟମରେ ବାର୍ତ୍ତା ସମ୍ପାଦକ ରୂପେ ସ୍ୱତନ ପରିଚୟ ସୃଷ୍ଟି କରିପାରିଛନ୍ତି l.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ