ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ଜନଶୁଣାଣୀ ଶିବିର

ପାରଳାଖେମୁଣ୍ଡି,(ଯୁଗାବ୍ଦ ନ୍ୟୁଜ୍‌): ଗଜପତି ଜିଲ୍ଲା ପାରଳାଖେମୁ୍‌ଣ୍ଡି ସ୍ଥିତ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟ ହତାରେ ଜାତୀୟ ଶିଶୁ ସୁରକ୍ଷା ଆୟୋଗ ସଭ୍ୟ ଡକ୍ଟର ଆର.କେ. ଆନନ୍ଦ ଜାତୀୟ ଶିଶୁ ସୁରକ୍ଷା ଆୟୋଗଙ୍କ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶୁଣାଣୀରେ ଶିଶୁ ମାନଙ୍କ ପ୍ରତି ନିର୍ଯ୍ୟାତନା ଓ ଶିଶୁ ଅଧିକାରୀଙ୍କ ଉଲ୍ଲଂଘନ ଉପରେ ଜନଶୁଣାଣୀ କିପରି ଅଭିଯୋଗ ଆସିବ ସେ ଉପରେ ଅଭିଯୋଗ ଆସିବା ପାଇଁ ସେ ନିମନ୍ତେ ପ୍ରଶାସନ ତରଫରୁ ବିହିତ ପଦାକ୍ଷେପ ନିଆଯାଇଥିଲା ।ଏଥିରେ ଶିଶୁ ଶ୍ରମିକ, ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ,ଦିବ୍ୟାଙ୍ଗ ଭତ୍ତା,ପୋଶ୍ୟତା ଶିକ୍ଷା, ପ୍ରୟୋଜନ, ଶିଶୁ ଯୈାନ ନିର୍ଯ୍ୟାତନା, ବିଦ୍ୟାଳୟ ନିର୍ମାଣ ,ଅଙ୍ଗନବାଡି ନିର୍ମାଣ,ଦିବ୍ୟାଙ୍ଗ ଭତ୍ତା , ଆଶ୍ରୟ ,ଗ୍ରାମ୍ୟ ରାସ୍ତା ନିର୍ମାଣ ଆଦି ଅଭିଯୋଗ ହୋଇଥିଲା । ମଙ୍ଗଳବାର ଜନଶୁଣାଣୀରେ ଜିଲ୍ଲାରେ ୯୨୦ ସଂଖ୍ୟାରେ ଅଭିଯୋଗ ଆସିଥିବା ବେଳେ ୭୭୮ ଟି ତୁରନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଛି । ନିର୍ଭୟର ସହ ଅଭିଯୋଗ କରିବାକୁ ୪ ଗୋଟି ଦଳର ଗଠନ କରାଯାଇଛି ।ଏହି କାର୍ଯ୍ୟକ୍ରମରେ ସରକାରୀ ଓ ବେସରକାରୀ ସ୍ୱେଚ୍ଛାସେବୀ ୬୦ ଜଣଙ୍କୁ ନିୟୋଜିତ କରାଯାଇଛି ।ଉକ୍ତ ଷ୍ଟଲ ଗୃହ ଉପସ୍ଥିତ ମାନ୍ୟବର ଅତିଥି ମାନେ ପରିଭ୍ରମଣ କରିବା ସହ ଏହାର ଉପଯୋଗୀକୁ ଜ୍ଞାନ ପ୍ରଦାନ କରିଥିଲେ ।ଉପସ୍ଥିତ ଆବେଦନ କାରୀଙ୍କ ଅଭିଯୋଗ ଶୁଣାଣୀ ନିମନ୍ତେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟରେ ଥିବା ସମ୍ମୀଳନି ଗୃହରେ ଅନୁଷ୍ଠିତ ହୋଇଥିଲା ।ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ମାନ୍ୟବର ଜିଲ୍ଲାପାଳ , ଶ୍ରୀ ଅନୁପମ ଶାହା, ଆରକ୍ଷୀ ଅଧିକ୍ଷକା ସାରା ଶର୍ମା ,ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଂମ୍ପାଦିକା ଦୀପା ଦାସ ,ଅତିରିକ୍ତ ଜିଲ୍ଳାପାଳଙ୍କ ସହ ଜିଲ୍ଳାର ସମସ୍ତ ଉଚ୍ଚ ପଦସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।ଏହି କାର୍ଯ୍ୟକ୍ରମକୁ ସହାୟତା ନିମନ୍ତେ ପୋଲିସ,ଅଗ୍ନିଶମ ବିଭାଗ, ସ୍ୱାସ୍ର‌୍ୟ୍ଥ ବିଭାଗ, ନେହୁରୁ ଯୁବକେନ୍ଦ୍ର ,ଚାଇଲ୍ଡ ଲାଇନ୍ ,ସ୍ୱେଚ୍ଛାସେବୀ ସଂଗଠନ ଏନସିସିର କର୍ମକର୍ତ୍ତା ମାନଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ଯେଉଁଭଳି ସୂଚାରୁରୁପେ ଅନୁଷ୍ଠିତ ହେବ ତାହାର ଦାଇତ୍ୱ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗଜପତି ଓ ସେମାନଙ୍କ କର୍ମଚାରୀ ବୃନ୍ଦଙ୍କୁ ନ୍ୟସ୍ତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ