ମୟୂରଭଞ୍ଜର ୨୬ ଶ୍ରେଷ୍ଠ ଚାଷୀ ଓ ୫ ପ୍ରତିଭାହେଲେ ସମ୍ମାନିତ ମୟୂରଭଞ୍ଜର ୨୬ ଶ୍ରେଷ୍ଠ ଚାଷୀ ଓ ୫ ପ୍ରତିଭାହେଲେ ସମ୍ମାନିତ
ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର ):ବେସରକାରୀ ଉଦ୍ୟମରେ ମୟୂରଭଞ୍ଜ ଜିଲାର ୨୬ଟି ବ୍ଲକର ଅଗ୍ରଣୀ କୃଷକଙ୍କୁ ଦୀର୍ଷ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ସମ୍ବର୍ଦ୍ଧିତ କରାଯିବା ପରମ୍ପରା ସମଗ୍ର ଓଡ଼ିଶାରେ ଅନନ୍ୟ ବୋଲି ରାଜ୍ୟସଭା ସାଂସଦ ମମତା ମହାନ୍ତ ମୁଖ୍ୟ ଅତିଥି ଭାବେ ସଦ୍ଭାବନା ସମିତିର ପ୍ରତିଷ୍ଠାତା ପୂର୍ଣ୍ଣଚନ୍ଦ୍ର ବୁଗୁଡେଇ ମୁଖ୍ୟବକ୍ତା ଏବଂ ଜିଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା, ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି ଓ ସମାଜସେବୀ ମୁରାରୀଲାଲ ଶର୍ମା ସ୍ଥାନୀୟ ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବାବୁଲାଲ ଅଗରୱାଲା ମେମୋରିଆଲ ଆୱାର୍ଡ ଫାଉଣ୍ଡେସନ ପକ୍ଷରୁ ସ୍ୱର୍ଗତ ବାବୁଲାଲ ଅଗରୱାଲାଙ୍କ ୨୭ତମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଆୟୋଜିତ ବାର୍ଷିକ ଜିଲାସ୍ତରୀୟ ବାବୁଲାଲ ଅଗରୱାଲ ସ୍ମୃତି ପୁରସ୍କାର ପ୍ରଦାନ ଉତ୍ସବରେ ଯୋଗଦେଇ ମତପୋଷଣ କରିଛନ୍ତି. ଜିଲା ମୁଖ୍ୟ କୃଷି ଅଧିକାରୀ ସିଦ୍ଧାର୍ଥ ବେହୁରାଙ୍କ ସଂଯୋଜନାରେ ବ୍ଲକୱାରି ଶ୍ରେଷ୍ଠ 26 ଜଣ କୃଷକଙ୍କୁ ଚୟନ କରାଯାଇ ଏହି ସ୍ମୃତି ବାର୍ଷିକ ପୁରସ୍କାର ପ୍ରଦାନ କରାଯାଇଛି. ଏଥିସହିତ ବିଭିନ୍ନ କ୍ଷେତ୍ରର କୃତି ସମ୍ପନ୍ନ ୫ଜଣ ବରିଷ୍ଠ ପ୍ରତିଭାଧାରୀ ରାଇରଙ୍ଗପୁରର ବର୍ଷିୟାନ ଆଇନଜୀବୀ ରସାନନ୍ଦ ଲେଙ୍କା, ବରିଷ୍ଠ ସାରସ୍ୱତ ସାଧକ ହରନାରାୟଣ ମିଶ୍ର, କୃଷି ବିଶେଷଜ୍ଞ ରାସେଶ୍ୱର ସାହୁ, ଜଷ୍ଟିସ ଦେବବ୍ରତ ଦାଶ ଏବଂ ଚଳଚିତ୍ର ଜଗତର ଚିନ୍ମୟ ଦାସ ପଟ୍ଟନାୟକଙ୍କୁ ସ୍ୱତନ୍ତ୍ରଭାବେ ମାନପତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିଲା.
ଫାଉଣ୍ଡେସନର ଚେୟାରମ୍ୟାନ ତଥା ଭାରତ କୃଷକ ସମାଜର ଆଜୀବନ ସଦସ୍ୟ ଡ. ବିଜୟ କୁମାର ଅଗରୱାଲାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ଅତିଥି ମାନଙ୍କ ସହ ବରିଷ୍ଠ ବୁଦ୍ଧିଜୀବୀ ମାନେ ବାବୁଲାଲ ଅଗରୱାଲାଙ୍କ ସ୍ମୃତିଚାରଣ କରି କର୍ମମୟ ଜୀବନ ସମ୍ପର୍କରେ ଆଲୋକପାତ କରିଥିଲେ. ମୟୂରଭଞ୍ଜ ଆୟୁର୍ବେଦିକ ମହାବିଦ୍ୟାଳୟର ଅଧ୍ୟକ୍ଷ ଡା. ଆଦିତ୍ୟ ପଣ୍ଡା, କୃତି ଶିକ୍ଷକ ଡ. ଶଶଧର ବିଶ୍ୱାଳ ଓ ପ୍ରାଧ୍ୟାପକ ଶ୍ରୀନିବାସ ଭଞ୍ଜ ପ୍ରମୁଖ ଉତ୍ସବର ବିଭିନ୍ନ କାର୍ଯ୍ୟ ନିର୍ବାହ କରିଥିବା ବେଳେ, ଫାଉଣ୍ଡେସନର ସମ୍ପାଦକ ଡ. ଅକ୍ଷୟ କୁମାର ଅଗରୱାଲା ଧନ୍ୟବାଦ ଅର୍ପଣ କରିଥିଲେ. ଏହି ଉତ୍ସବରେ ଜିଲାର ୨୬ ବ୍ଲକୱାରି ଶ୍ରେଷ୍ଠ କୃଷକଙ୍କ ମଧ୍ୟରେ ଗୌତମ ମହାନ୍ତ ବାରିପଦା, ସଂଜୀବ କୁମାର ନାୟକ ବଡସାହି, ନୀଳକଣ୍ଠ ସେଠୀ ବେତନଟୀ, କମଳ ଚନ୍ଦ୍ର ମହାନ୍ତ ବାଙ୍ଗିରିପୋଷି, ମନୋରଞ୍ଜନ ସାହୁ ମୋରଡା, ତାରାକାନ୍ତ ଭୋଇ ରାସଗୋବିନ୍ଦପୁର, ସୁନା ସିଂ ସାରସକଣା, ରବୀନ୍ଦ୍ର ହେମ୍ବ୍ରମ ଶୁଳିଆପଦା, ଭରତ ବେହେରା ଶାମାଖୁଣ୍ଟା, ରବୀନ କୁମାର ଦଣ୍ଡପାଟ କୁଳିଅଣା, ସୀମାରାଣୀ ଦାସ ଖୁଣ୍ଟା, ଅଜିତ କୁମାର ପରିଡା ଗୋପବନ୍ଧୁ ନଗର, ଶିବଶଙ୍କର ଟୁଡୁ ଉଦଳା, ରାଜୀବ କୁମାର ଜେନା କପ୍ତିପଦା, ଜେନା ନାଏକ ବିଶୋଇ, ସୁଗଦା ମାଝୀ ରାଇରଙ୍ଗପୁର, ମାସାଂ ହେମ୍ବ୍ରମ ବିଜାତୋଳା, ଯୋଗେନ୍ଦ୍ର ମହାନ୍ତ ବହଳଦା, ସୁନ୍ଦର ମୋହନ ହେମ୍ବ୍ରମ ତିରିଙ୍ଗ, ରାମେଶ୍ୱର କଣ୍ଡାଙ୍କେଲ ଜାମଦା, ସାମୁ ନାଏକ କୁସୁମୀ, କଟୀଚନ୍ଦ୍ର ମହାନ୍ତ ଯଶିପୁର, ଗହ୍ମା ମହାନ୍ତ କରଞ୍ଜିଆ, ପରେନ୍ଦ୍ର ମଢେଇ ଠାକୁରମୁଣ୍ଡା, ପ୍ରହ୍ଲାଦ ମହାନ୍ତ ରରୁଆଁ ଏବଂ ଦେବେନ୍ଦ୍ର ନାଥ ସାମୁରାୟ ଶୁକୃଳୀ ବ୍ଲକ ପ୍ରମୁଖ ଚାଷୀଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ.