ଗୋଚର ଜମିରୁ ଜବରଦଖଲ କାରୀଙ୍କୁ ଉଚ୍ଛେଦ ପାଇଁ ଗ୍ରାମବାସୀଙ୍କ ପ୍ରତିବାଦ ଥାନାରେ ଅଭିଯୋଗ
ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ):ପାଟପୁର ଥାନା ଅନ୍ତର୍ଗତ ଟି ଗୋବିନ୍ଦପୁର ପଞ୍ଚାୟତ ସାନଖେମୁଣ୍ଡି ତହସିଲ ପୋଡାମାରୀ ରାଜସ୍ବ ନୀରିକ୍ଷକ କାର୍ଯ୍ୟାଳୟ ଅଧିନରେ ରହିଥିବା ସାମନ୍ତରାପୁର ଗ୍ରାମର ସରକାରୀ ଗୋଚର ଜମିକୁ କେତେକ ବ୍ୟକ୍ତି ଜବରଦଖଲ କୁ ନେଇ ଗ୍ରାମବାସୀଙ୍କ ପକ୍ଷରୁ ପ୍ରତିବାଦ ଅଭିଯୋଗ କରାଯାଇଛି । ସରକାରୀ ଗୋଚର ଜମି ଜବରଦଖଲ କାରୀ ଙ୍କବିରୋଧରେ ମଙ୍ଗଳବାର ଅପରାହ୍ନରେ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ପାଟପୁର ଥାନାର ଦ୍ବାରସ୍ଥ ହୋଇ ଉକ୍ତ ବ୍ୟକ୍ତି ଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି। ସୂଚନା ପ୍ରକାରେ, ଉକ୍ତ ସରକାରୀ ଗୋଚର ଜମି ଉପରେ ପୋଡାମାରୀ ଗ୍ରାମର ପବିତ୍ର ଗୌଡ଼ , ଶଙ୍କର ଗୈାଡ , ବାବୁ ଗୌଡ଼ ,ବତାଗଡ ଗ୍ରାମର ବାସୁ ଗୌଡ଼ ,ଉଜ୍ବଳ ଗୈାଡ , ବାବୁଲା ଗୌଡ଼,ବୃନ୍ଦା ଗୈାଡ , ଏବଂ ଜାନକୀ ପଲ୍ଲୀ ଗ୍ରାମର ଦୈତାରୀ ନାୟକ ଜବରଦଖଲ କରି ଟ୍ରାକ୍ଟର ଯୋଗେ ଚାଷ କରି ଆସୁଛନ୍ତି । ତେବେ ୨୦୨୦ ମସିହାରେ ଉକ୍ତ ସରକାରୀ ଜମିରେ ପ୍ରଶାସନ ପକ୍ଷରୁ ଏମ୍ ସି ନଂ ୪୨ ଅନୁଯାୟୀ ୧୪୪ ଧାରା ଜାରି କରାଯାଇଥିଲା । ଯାହାଫଳରେ ଗତ କିଛି ବର୍ଷ ଧରି ଉକ୍ତ ବ୍ୟକ୍ତି ମାନେ ନୀରବ ରହି ପୁଣିଥରେ ରାଜସ୍ବ ଆଇନକୁ ବିରୋଧ କରି ପୁଣିଥରେ ଜବରଦଖଲ କରି ଚାଷକାର୍ଯ୍ୟ କରୁଥିବା ବେଳେ ଗ୍ରାମବାସୀ ପ୍ରତିବାଦ କରିବାରୁ ସେମାନେଙ୍କୁ ଧମକ ଚମକ ଦେଇ ଆକ୍ରମଣ କରିବାକୁ ଆସିଥିବା ନେଇ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି । ଆଗାମୀ ଦିନରେ ସେମାନଙ୍କୁ ଉଚ୍ଛେଦ ନ କରାଯାଏ ତେବେ ଗ୍ରାମବାସୀ ପକ୍ଷରୁ କୋର୍ଟର ଆଶ୍ରୟ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି । ଏନେଇ ନୂତନ ଭାବେ ଦାୟୀତ୍ବ ଗ୍ରହଣ କରିଥିବା ଥାନା ଅଧିକାରୀ ଦିପ୍ତୀରଞ୍ଜନ ବେହେରା ଉଭୟ ପକ୍ଷ ଗ୍ରାମବାସୀ ଏବଂ ଜବରଦଖଲ କାରି ଙ୍କ ମଧ୍ୟରେ ଆପୋଷ ବୁଝାସୁଝା କରିଥିବା ବେଳେ ଉଭୟ ପକ୍ଷ ନିଜ ଜିଦ ରେ ଅଟଳ ରହିଥିବା ଜଣାପଡ଼ିଛି।