ନବଗତ ସ୍ୱେଚ୍ଛାସେବୀଙ୍କ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର):ଝାରପୋଖରିଆ ସ୍ଥିତ ସୀମାନ୍ତ ମହାବିଦ୍ୟାଳୟ ଜାତୀୟ ସେବାଯୋଜନା +୨ ଓ+୩ ଶାଖା ଆନୁକୁଲ୍ୟରେ ନବାଗତ ସ୍ୱେଚ୍ଛାସେବୀ ମାନଙ୍କ ଉଦ୍ଦେଶ୍ୟରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଉକ୍ତ ଉତ୍ସବରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଦ୍ୟୋତ କୁମାର ଅଧ୍ୟକ୍ଷତା କରିଥିବା ବେଳେ ଜାତୀୟ ସେବାଯୋଜନାର ଦୀର୍ଘ ବର୍ଷ କାର୍ଯ୍ୟ କରିଥିବା ଅବସର ପ୍ରାପ୍ତ ପ୍ରାଧ୍ୟାପକ ସରୋଜ କୁମାର ମିଶ୍ର ବିଶାରଦ ଭବେ ଯୋଗ ଦେଇ ସୀମାନ୍ତ ମହାବିଦ୍ୟାଳୟରେ ୧୯୮୦ ମସିହାରୁ ଖୋଲିଥିବା ଜାତୀୟ ସେବାଯୋଜନା ସହିତ ଥିବା ଦୀର୍ଘ ଦିନର ଅନୁଭୂତି ସହିତ ଜାତୀୟ ସେବାଯୋଜନା ର ବିଭିନ୍ନ ଦିଗ ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ।ସୀମାନ୍ତ ମହାବିଦ୍ୟାଳୟ ଆନୁକୁଲ୍ୟରେ ଆୟୋଜିତ ରକ୍ତଦାନ ଶିବିରରେ ତାଙ୍କ ସମୟରେ ୬୫୧ ୟୁନିଟ ରକ୍ତ ସଂଗୃହୀତ ହୋଇ ସେ ସମୟରେ ରାଜ୍ୟପାଳଙ୍କ ଦ୍ଵାରା ସମ୍ବର୍ଦ୍ଧିତ ହୋଇଥିଲେ ଯେଉଁ ରେକର୍ଡ ଆଜିଯାଏ ମହାବିଦ୍ୟାଳୟ ସ୍ତରରେ ଅତୁଟ ରହିଛି।ଅନ୍ୟମାନଙ୍କ ମଧ୍ୟରେ ଉଦ୍ଭିଦ ବିଜ୍ଞାନ ମୁଖ୍ୟ ଡଃ ଅଶୋକ କୁମାର ଶର୍ମା ଓ ଜାତୀୟ ସେବା ଯୋଜନା ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ବସା ଯୋଗ ଦେଇ ନବାଗତ ଛାତ୍ର ଛାତ୍ରୀ ମାନଙ୍କୁ ନିଜ ଅନୁଭବରେ ସେବା ଓ ଜାତୀୟ ସେବା ଯୋଜନା ଉପରେ ନବାଗତ ମାନଙ୍କୁ ଉଦବୋଧନ ଦେଇ ଉତ୍ସାହିତ କରିବା ସହ ଏଥିରେ ଯୋଗ ଦେବାପାଇଁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ +୨ କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀଯୁକ୍ତ ଶିଶିର କୁମାର ପଟ୍ଟନାୟକ,+୩ କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀଯୁକ୍ତ ଶରତ କୁମାର ପଢ଼ିଆରୀ ପୁରୁଷ ବିଭାଗ,ଆରାତି ହୋ ମହିଳା ବିଭାଗ
କାର୍ଯ୍ୟକ୍ରମ ଟିକୁ ପରିଚାଳନା କରିଥିଲେ।ଲେପ୍ଟନାଣ୍ଟ ନିହାର ରଞ୍ଜନ ମହାନ୍ତ, ଅଧ୍ୟାପକ ଡଃ ଜ୍ଞାନେନ୍ଦ୍ର ଧୀର,ଅଧ୍ୟାପକ ବିଶ୍ଵଜ୍ୟୋତି ସିଂହ, ଧନ୍ଦା ମୁଳକ ଶିକ୍ଷାର ସୁଜାତା ମହାନ୍ତ,ପୂର୍ବତନ ସ୍ଵେଚ୍ଛାସେବୀ ମଳୟ କୁମାର ନାୟକ,ଦେବାଶିଷ ଖଟୁଆ ,କନିଷ୍ଠ କିରାଣି ନିରଜ ରଞ୍ଜନ ମହାନ୍ତ ପ୍ରମୁଖ ସହଯୋଗ ଓ ଉପସ୍ଥିତ ହୋଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀଯୁକ୍ତ ଶିଶିର କୁମାର ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ କାର୍ଯ୍ୟକ୍ରମ ଅଧିକାରିଣୀ ଆରତୀ ହୋ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ