ରିଟେଲ ବିଭାଗ ଛାତ୍ରଙ୍କ ଇଣ୍ଡଷ୍ଟ୍ରି ଭିଜିଟ
ଦାନଗଦି,(ସ୍ୱରାଜ କୁମାର ଜେନା):ଉଚ୍ଚବିଦ୍ୟାଳୟ ସ୍ଥରରେ ଧନ୍ଦାମୂଳକ ଶିକ୍ଷା ଯୋଡି ହେବାର ସଫଳତା ଏବେ ସାରା ରାଜ୍ୟରେ ଦେଖିବାକୁ ମିଳୁଛି | ସୁଦୂର ଢେଙ୍କାନାଳ ଜିଲ୍ଲାର ଭୁବନ ହାଇସ୍କୁଲର ରିଟେଲ ମ୍ୟାନେଜମେଣ୍ଟ ବିଭାଗର ଛାତ୍ରମାନେ ଖୁଚୁରା ବ୍ୟବସାୟର ସଫଳମୂଲ୍ୟାୟନ ଏବଂ ବାସ୍ତବିକ ଶିକ୍ଷା ଆହରଣ ପାଇଁ ପହଂଚିଥିଲେ ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳର ବ୍ୟାସନଗର ସହରର ସବୁଠାରୁ ବଡ ଡିଜିଟାଲ ହବ ରିଲିଆନ୍ସ ଡିଜିଟାଲ ଏବଂ ଉତ୍କଳ ସେଣ୍ଟରରେ ଉପସ୍ଥିତ ଫ୍ୟାସନ ହବ ମେକ୍ସ, ଭି2 ଆଦି ରିଟେଲର ସପ ଗୁଡିକରେ | ଶିକ୍ଷୟତ୍ରୀ ମୋନାଲିସା ଜେନାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଛାତ୍ରମାନେ ମଲ ଗୁଡିକରେ ବୁଲି ମାନବସମ୍ବଳ, ମାର୍କେଟିଙ୍ଗ ଆଧାରିତ ଲାଭ କ୍ଷତି ତଥା ଧନ୍ଦା ମୂଳକ ଶିକ୍ଷା ଅଧୟନ ରେ କିପରି ଉନ୍ନତି କରିପାରିବେ ଏବଂ ଭବିଷ୍ୟତ ରେ ସଫଳତା ପାଇପାରିବେ ସେ ବିଷୟରେ ହବର ମ୍ୟାନେଜେରଙ୍କଠୁ ପଚାରିବୁଝିଥିଲେ, ପ୍ରକୃତରେ ଧନ୍ଦାମୂଳକ ଶିକ୍ଷାରେ ରିଟେଲ ମ୍ୟାନେଜମେଣ୍ଟ ବିଭାଗ ଏକ ରୋଜଗାର କ୍ଷମ ଶିକ୍ଷା ଭାବେ ନିଜର ପରିଚୟ ସୃଷ୍ଟି କରିପାରିଛି ବୋଲି ସମସ୍ତ ମଲ ର ମ୍ୟାନେଜର ଓ ରିଟେଲର ମାନେ ଛାତ୍ର ମାନଙ୍କୁ ବୁଝେଇବା ସହ ସେମାନଙ୍କୁ ଉତ୍ସାହିତ କରିବା ପାଇଁ ବିଭିନ୍ନ ପ୍ରକାର ର ମୂଲ୍ୟବାନ ସାମଗ୍ରୀ ସବୁ ବ୍ୟବହାର କରିବାକୁ ଦେଇଥିଲେ ଏବଂ ଛାତ୍ରମାନେ ବେଶ କିଛି ଉପଯୋଗୀ ସରଞ୍ଜାମ କିଣିଥିଲେ | ତତସହିତ ଯାଜପୁର ର ଐତିହ ସ୍ଥାନ ବ୍ୟାସସରୋବର ମଧ୍ୟ ଛାତ୍ର ମାନେ ବୁଲିଦେଖିଥିଲେ |ଭୁବନ ହାଇସ୍କୁଲ ଶିକ୍ଷୟତ୍ରୀ ମୋନାଲିସା ଜେନା ଙ୍କ ତରଫରୁ ଛାତ୍ର ମାନଙ୍କ ଗୁଣାତ୍ମକ ଶିକ୍ଷାର ଅଭିବୃଦ୍ଧି ପାଇଁ ଏଭଳି ପ୍ରୟାସ କୁ ବିଭିନ୍ନ ମହଲ ରେ ପ୍ରଶଂସା ମିଳବାର ଦେଖିବାକୁ ମିଳିଛି