୧୪ରେ ମୁଖ୍ୟମନ୍ତ୍ରୀଙ୍କ କୋରାପୁଟ ଗସ୍ତ ଜିଲ୍ଲା ବିଜେପିର ପ୍ରସ୍ତୁତି ବୈଠକ
କୋରାପୁଟ (ହେମନ୍ତ ପାଣଗ୍ରାହୀ) ଆସନ୍ତା ୧୪ ତାରିଖ ଦିନ ଜାତୀୟ ସ୍ତରୀୟ ଲୋକ ମହୋତ୍ସବ ପରବର ୫ ଦିନିଆ ଜିଲ୍ଲାସ୍ତରୀୟ ଉତ୍ସବ ଆରମ୍ଭ ହେବ। ଏହି ଉତ୍ସବରେ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି।ଏହି ଦୃଷ୍ଟିରୁ ଜିଲ୍ଲା ବିଜେପି ସଭାପତି ସୁମନ୍ତ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସ୍ଵତନ୍ତ୍ର ସର୍କିଟ ହାଉସ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।କୋରାପୁଟ ବିଧାୟକ ରଘୁରାମ ମାଛ, ପୂର୍ବତନ ବିଧାୟକ କୈଳାସ କୁଲେସିକା, ସଧାରଣ ସମ୍ପାଦକ ବୈଦନାଥ ମିଶ୍ର, ପୂର୍ବତନ ଜିଲ୍ଲା ସଭାପତି ବିଜୟ କୁମାର ମିଶ୍ର ଓ ଜୟରାମ ଗରଡ଼ା,ବିଜେପି ନେତା ଗୌତମ ସାମନ୍ତରାୟ, ଚୈତନ୍ୟ ନନ୍ଦିବାଲି, ସାହେବ ଖିଲ, ଶିବ ମୁଦୁଲି , ବିଜେପି ନେତ୍ରୀ ସବିତା ପ୍ରଧାନଙ୍କ ସହ ଅନ୍ୟାନ୍ୟ ନେତା ଓ କର୍ମୀ ଉପସ୍ଥିତ ଥିଲେ।ରାଜ୍ୟ ମୁଖ୍ୟମନ୍ତ୍ରୀ କୋରାପୁଟ ଗସ୍ତ କରୁଥିବାରୁ କର୍ମୀମାନଙ୍କ ମଧ୍ୟରେ ଉତ୍ସାହ ରହିଥିବା ଜିଲ୍ଲା ସଭାପତି ସୁମନ୍ତ କୁମାର ପ୍ରଧାନ କହିଛନ୍ତି । ପରବ ଉତ୍ସବ ଉଦଘାଟନ କରିବା ସହ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ସଂପର୍କରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଲୋଚନା କରିବେ ବୋଲି କୋରାପୁଟ ବିଧାୟକ ରଘୁରାମ ମାଛ କହିଛନ୍ତି।