ସହରର ବିକାଶମୂଳକ ପ୍ରକଳ୍ପର ସ୍ଥିତି ପରଖିଲେ ଜିଲ୍ଲାପାଳ

କୋରାପୁଟ,୨୧/୧୧/୨୬ (ହେମନ୍ତ ପାଣିଗ୍ରାହୀ) : ସହରର ସାମଗ୍ରିକ ବିକାଶ ସହ ନାଗରିକଙ୍କୁ ଉନ୍ନତ ମୌଳିକ ସୁବିଧା ଯୋଗାଇଦେବା ଲକ୍ଷ୍ୟରେ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସ୍ଥିତି ସମୀକ୍ଷା କରିବା ସହ କ୍ଷେତ୍ର ପରିଦର୍ଶନ କରିଛନ୍ତି। ଏହି ପରିଦର୍ଶନ ସମୟରେ କୋରାପୁଟ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଜ୍ଞାନଜିତ ତ୍ରିପାଠୀ ଓ ପୌରାଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ ଉପସ୍ଥିତ ଥିଲେ। ଏହି ଅବସରରେ ଆମ୍ବେଦକର ପାର୍କ, ବିଶ୍ୱେଶ୍ୱର କଲୋନୀ, ନରେନ୍ଦ୍ର ସରୋବରସ୍ଥିତ ଶିଶୁ ଉଦ୍ୟାନ, ପୋଡ଼ା ଲାଇନସ୍ଥିତ ଖାଦ୍ୟ ଗଳି ଓ ପାର୍କ, ଖେଳପଡ଼ିଆ, ସୁନାରୀ ସାହିର ଅଙ୍ଗନବାଡ଼ି କେନ୍ଦ୍ର ଏବଂ ଡିପିଆରସିର ନବନିର୍ମିତ ପାଠାଗାର ପରିଦର୍ଶନ କରିଥିଲେ। ପରିଦର୍ଶନ ସମୟରେ ବିଭିନ୍ନ ପ୍ରକଳ୍ପର ନିର୍ମାଣ ଓ କାର୍ଯ୍ୟକାରିତାର ସ୍ଥିତି, ଭିତ୍ତିଭୂମିର ଗୁଣବତ୍ତା ଏବଂ ଜନସାଧାରଣଙ୍କ ପାଇଁ ଉପଲବ୍ଧ ସୁବିଧା ସମ୍ପର୍କରେ ଅନୁଧ୍ୟାନ କରାଯାଇଥିଲା। ସହରର ସୌନ୍ଦର୍ଯ୍ୟବୃଦ୍ଧି ସହ ଶିଶୁମାନଙ୍କ ପାଇଁ ଉପଯୁକ୍ତ ଖେଳାଖେଳିର ପରିବେଶ, ନାଗରିକଙ୍କ ପାଇଁ ମନୋରଞ୍ଜନ ସ୍ଥଳୀ ଏବଂ ପାଠାଗାର ଭଳି ଜ୍ଞାନବର୍ଦ୍ଧକ ଭିତ୍ତିଭୂମିର ବିକାଶ ଉପରେ ଗୁରୁତ୍ୱ ଦିଆଯାଇଥିଲା। ସହରର ଯୋଜନାବଦ୍ଧ ବିକାଶ ଓ ନାଗରିକଙ୍କ ଜୀବନଧାରଣର ମାନ ବୃଦ୍ଧି ଦିଗରେ ପୌରପାଳିକା ପକ୍ଷରୁ ଚାଲିଥିବା ବିଭିନ୍ନ କାର୍ଯ୍ୟର ଅଗ୍ରଗତି ଏହି ପରିଦର୍ଶନର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ