ସଡ଼କ ଦୁର୍ଘଟଣା ୨୨ ବର୍ଷ ଯୁବକ ମୃତ୍ୟୁ

ନୂଆପଡ଼ା,(ଯୁଗାବ୍ଦ ନ୍ୟୁଜ):ନୂଆପଡ଼ା ଜିଲ୍ଲା ଖଡିଆଳ ଭବାନୀପାଟଣା ୧୬ ନମ୍ୱର୍ ରାଜ୍ୟ ରାଜପଥ ରିଶଗାଁ ଠାରେ ସଡ଼କ ଦୁର୍ଘଟଣା, ଟ୍ରକ ମାଡ଼ି ଯିବା ବେଳେ ୨୨ ବର୍ଷ ଯୁବକ ଉଦ୍ଧବ ରଣାଙ୍କ ଘଟଣା ସ୍ଥଳ ରେ ମୃତ୍ୟୁ ହୋଇଅଛି। ଟ୍ରକ ଚାଳକ ଘଟଣା ସ୍ଥଳ ଫେରାର ହୋଇଥିବା ବେଳେ ଉତ୍ୟକ୍ତ ଗ୍ରାମବାସୀ ମୃତକ ପରିବାର ଙ୍କୁ କ୍ଷତିପୂରଣ ଦାବୀ ରେ ରାଜ୍ୟ ରାଜପଥ ଅବରୋଧ କରିଛନ୍ତି। ତୁକଲା ଗ୍ରାମର ଶଶି ରଣାଙ୍କ ପୁଅ ଉଦ୍ଧବ ରଣା ଆଜି ସନ୍ଧ୍ୟାରେ ଖଡ଼ିଆଳ ପଟୁ ଆସୁଥିବା ବେଳେ ଭବାନୀପାଟଣାରୁ ଖଡ଼ିଆଳ କୁ ଯାଉଥିବା ଏକ ଦ୍ରୁତଗାମୀ ଟ୍ରକ ବାଇକ୍ ଆରୋହୀ ଙ୍କୁ ଧକ୍କା ଦେଇଥିଲା। ଉଦ୍ଧବ ବାଇକ୍ ସହ ଟ୍ରକ ଚକା ତଳେ ପଡି ଯାଇଥିଲେ ଓ ତାଙ୍କର ମୃତ୍ୟୁ ଘଟିଥିଲା। ଖଡ଼ିଆଳ ପୁଲିସ ଆସି ଉତ୍ୟକ୍ତ ଅବରୋଧ କାରୀଙ୍କୁ ବୁଝାସୁଝା କରୁଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ