ତୁରୁବୁଡି ଶ୍ରୀ ସତ୍ୟସାଇ ବିଦ୍ୟାମନ୍ଦିର ର ୨୩ ତମ ବାର୍ଷିକ ଉତ୍ସବ

ଚିକିଟୀ,(ପୁଷ୍ପାଞ୍ଜଳି ମିଶ୍ର): ପାତ୍ରପୁର ବ୍ଲକ ତୁରୁବୁଡି ସ୍ଥିତ ଶ୍ରୀ ସତ୍ୟାସାଇ ବିଦ୍ୟା ମନ୍ଦିର ରେ ୨୩ ତମ ବାର୍ଷିକ ଉତ୍ସଵ ଅନୁଷ୍ଠିତ ହୋଇଯାଇଛି। ପରିଚାଳନା କମିଟି ସଭାପତି ବୃନ୍ଦାବନ ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସ୍ଥାନୀୟ ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ, ଦକ୍ଷିଣ କ୍ଷେତ୍ର, ସଭ୍ୟ ସୂର୍ଯ୍ୟ ପ୍ରକାଶ ମିଶ୍ର,ବିଇଓ ସ୍ୱରୂପ ରଞ୍ଜନ ମହାନ୍ତି,ସାମ୍ବାଦିକ ରବୀନ୍ଦ୍ର କୁମାର ମିଶ୍ର, ସନ୍ତୋଷ କୁମାର ମହାପାତ୍ର,ତୁରୁବୁଡି ହାଇସ୍କୁଲ ପ୍ରଧାନ ଶିକ୍ଷକ ନିରାକାର ଗୌଡ଼,ସ୍ଥାନୀୟ ସରପଞ୍ଚ ଦୁର୍ଯ୍ୟୋଧନ ସାହୁ, ଉତ୍କଳ ବ୍ୟାଙ୍କ ମ୍ୟାନେଜର ଉମାକାନ୍ତ ବେହେରା, ପ୍ରଧାନ ଆଚାର୍ଯ୍ୟ ସଚ୍ଚିଦାନନ୍ଦ ପ୍ରଧାନପ୍ରମୁଖ ମଞ୍ଚାସିନ ରହି ଶ୍ରୀ ସତ୍ୟସାଇ ଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ସହ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ। ବିଦ୍ୟା ମନ୍ଦିର ର ଗୁରୁମା ମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀତ ଗାନ କରିବା ସହ ଅତିଥି ମାନଙ୍କୁ ଫୁଲତୋଡ଼ା ଓ ଉପଢୌକନ ପ୍ରଦାନ କରି ସ୍ୱାଗତ କରିଥିଲେ। ଶିଶୁ ମାନଙ୍କ ପ୍ରାରମ୍ଭିକ ଓ ବୌଦ୍ଧିକ ଶିକ୍ଷାର ବିକାଶ ଦିଗରେ ଅତିଥି ମାନେ ଆଲୋକପାତ କରିବା ସହିତ ମାଆ ମାନେ ଶିଶୁ ମାନଙ୍କ ପ୍ରଥମ ଗୁରୁ ହୋଇଥିବାରୁ ସେମାନେ ସେମାନଙ୍କ ଶିଶୁ ମାନଙ୍କୁ ଉଚିତ ଶିକ୍ଷା ଦେବାକୁ ପରାମର୍ଶ ଦେଇଥିଲେ। ସମ୍ପାଦକ ଉମାକାନ୍ତ ସାହୁ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ବିଜୟ ଗୁରୁଜୀ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ପୂର୍ବରୁ ଅନୁଷ୍ଠିତ ହୋଇଥିବା କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ରଙ୍ଗରଙ୍ଗ କାର୍ଯ୍ୟକ୍ରମ ଅଭିଭାବକ ଓ ଅଭିଭାବିକା ମାନଙ୍କ ମନୋରଞ୍ଜନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସମ୍ପାଦକ ଉମାକାନ୍ତ ସାହୁ ମଞ୍ଚାସିନ ରହିଥିବା ବେଳେ ସମସ୍ତ ଗୁରୁଜୀ, ଗୁରୁମା, ପରିଚାଳନା ରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ