ବରିଷ୍ଠ ମଞ୍ଚ କଳାକାର ତଥା ନାଟ୍ୟକାର ପ୍ରମୋଦ ଦଣ୍ଡସେନା ସମ୍ବର୍ଦ୍ଧିତ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସଂସ୍କୃତିକ ଅନୁଷ୍ଠାନ ର ସମ୍ପାଦକ ପ୍ରମୋଦ ଦଣ୍ଡସେନା ଙ୍କୁ ବାଲିଗୁଡା ଉପଖଣ୍ଡ ପ୍ରଶାସନ ପକ୍ଷରୁ ସାଧାରଣତନ୍ତ୍ର ଦିବସରେ ସମ୍ବର୍ଦ୍ଧିତ କରାଯାଇଛି l କନ୍ଧମାଳ ଜିଲ୍ଲାର ଅନନ୍ୟ ପ୍ରତିଭା ବରିଷ୍ଠ ମଞ୍ଚ ଅଭିନେତା ତଥା ନାଟ୍ୟକାର ପ୍ରମୋଦ କୁମାର ଦଣ୍ଡସେନା ଙ୍କୁ ଏକ ବର୍ଣ୍ଣାତ୍ୟ ପରିବେଶ ମଧ୍ୟରେ ମୂଖ୍ୟ ଅତିଥି ବାଲିଗୁଡା ଉପ ଜ଼ିଲ୍ଲାପାଳ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ମାନିତ କରିଛନ୍ତି l ସୂଚନାଯୋଗ୍ୟ ଯେ ପ୍ରମୋଦ ମାତ୍ର ପଞ୍ଚମ ଶ୍ରେଣୀରୁ ଅଭିନୟ ଜୀବନ ଆରମ୍ଭ କରି ଏଯାବତ୍ ୫୦ ରୁ ଉର୍ଦ୍ଧ୍ବ ମଞ୍ଚ ନାଟକ ରେ ଅଭିନୟ ର ପରାକାଷ୍ଠା ପ୍ରଦର୍ଶନ କରିଛନ୍ତି ଏଵଂ ତିନୋଟି ନାଟକ ରଚନା ଓ ନିର୍ଦ୍ଦେଶନା ଦେଇ ଉଚ୍ଚ ପ୍ରଶଂସିତ ହୋଇଛନ୍ତି l ନାଟକ ଗୁମୁରୀ କାନ୍ଦୁଛି ଗୁମୁଡୁମlହା , ଶିଶୁ ନାଟକ ଖେମୂଣ୍ଡି ର ପାଟ୍ଟରାଣୀ ମାଆ ପାଟ୍ଟଖଣ୍ଡା , ନାଟକ ” ଝାର୍” ଦି ଫରେଷ୍ଟ ଅନ୍ୟତମ l ଶହେ ରୁ ଉର୍ଦ୍ଧ୍ବ ପଥପ୍ରାନ୍ତ ନାଟକ ରେ ଅଭିନୟ ଓ ପଚାଶ ରୁ ଉର୍ଦ୍ଧ୍ବ ପଥପ୍ରାନ୍ତ ନାଟକର ରଚନା ଓ ନିର୍ଦ୍ଦେଶନା ଦେଇଛନ୍ତି l ପ୍ରମୋଦ ଙ୍କ ରଚିତ ଓ ନିର୍ଦ୍ଦେଶିତ ନାଟକ ଓଡ଼ିଶା ର ବିଭିନ୍ନ ମଞ୍ଚରେ ମଞ୍ଚସ୍ଥ ହୋଇ ଉଚ୍ଚ ପ୍ରଶଂସିତ ହୋଇଛି l ଓଡ଼ିଶା ବାହାରେ ମଧ୍ଯସେ ନାଟକ ପାଇଁ କାମ କରିଛନ୍ତି l କେବଳ ମଞ୍ଚ ନାଟକ ନୁହେଁ ଲୋକ କଳା ଲୋକ ସଙ୍ଗୀତ ପାରମ୍ପରିକ କଳାକୁ ରାଜ୍ୟ ତଥା ରାଜ୍ୟ ବାହାରେ ପ୍ରଦର୍ଶନ କରି କନ୍ଧମାଳ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣି ଦେଇଛନ୍ତି l ଉପଖଣ୍ଡ ପ୍ରଶାସନ ଏହିଭଳି ପ୍ରତିଭା କୁ ଚି଼ହ୍ନଟ କରି ସମ୍ମାନିତ କରିଥିବା ରୁ ପ୍ରମୋଦ ବେଶ ଖୁସି ପ୍ରକଟ କରିବା ସହିତ ପ୍ରଶାସନ କୁ କୃତଜ୍ଞତା ଜ୍ଞାପନ କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ