ଟ୍ରକ ପରିବହନରେ ଓଭରଲୋଡିଙ୍ଗ, କାର୍ଯ୍ୟାନୁଷ୍ଠାନ ଶୁନ
କୋରାପୁଟ,(ହେମନ୍ତ ପାଣଗ୍ରାହୀ) : ଦକ୍ଷିଣ ଓଡିଶାର ଔଦ୍ୟୋଗିକ ଓ ଖଣିଅଞ୍ଚଳ, ଯେଉଁମାନଙ୍କ ମଧ୍ୟରେ କୋରାପୁଟ , ରାୟଗଡ଼ା, ନବରଂଗପୁର ଓ ମାଲକାନାଗିରି ସାମିଲ ଅଛି ସେଠାକାର ଓଭରଲୋଡ ଟ୍ରକ୍ ମାନଙ୍କ ସମସ୍ୟା ଲଗାତାର ବୃଦ୍ଧି ପାଉଛି। ଏହି ଟ୍ରକ୍ କେବଳ ସଡ଼କର ଭୂମିକାଗତ ଗଠନକୁ ଗୁରୁତର ଭାବେ କ୍ଷତି କରୁନାହିଁ,ବରଂ ସାର୍ବଜନୀନ ସୁରକ୍ଷାକୁ ମଧ୍ୟ ବିପଦରେ ପକାଇ ଦେଉଛି।ବିଶେଷକରି ଛତିଶଗଡ଼ ଓ ବିଶାଖା ପାଟଣା ଦିଗରେ ଯାଉଥିବା ଏହି ଓଭରଲୋଡ ଟ୍ରକ ଗୁଡିକ ଦ୍ୱାରା ବାରମ୍ବାର ଦୁର୍ଘଟଣା ବଢୁଥିବା ସହ ସଡ଼କର ମଧ୍ୟ କ୍ଷତି ଦିନକୁ ଦିନ ବଢ଼ି ଚାଲିଛି । ଜାଞ୍ଚ ସମୟରେ ଜଣାପଡ଼ିଛି ଯେ, ଅନେକ ପ୍ରମୁଖ କମ୍ପାନୀର ଟ୍ରକ୍ ନିୟମିତ ଭାବରେ ଓଭରଲୋଡ କରିବାରେ ଜଡିତ ଅଛନ୍ତି। ଏହାର ଫଳରେ ସଂପୂର୍ଣ୍ଣ ଅଞ୍ଚଳର ସଡ଼କର ଅବସ୍ଥା ଦିନକୁ ଦିନ ଖରାପ ହୋଇଯାଉଛି। ଯାହା ସ୍ଥାନୀୟ ନିବାସୀ ଓ ଯାତ୍ରୀମାନଙ୍କ ସୁରକ୍ଷାକୁ ପ୍ରଭାବିତ କରୁଛି।