କୁଚିଣ୍ଡା ମହାବିଦ୍ୟାଳୟ ର ୫୮ତମ ବାର୍ଷିକ କ୍ରୀଡା ଉଦଯାପିତ

କୁଚିଣ୍ଡା, (ରିଙ୍କୁ କୁସୁମ):ସମ୍ବଲପୁର ଜିଲ୍ଲା କୁଚିଣ୍ଡା ମହାବିଦ୍ୟାଳୟ ର ଖେଳ ପଡିଆ ରେ ୫୮ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଗୁରୁବାର ଉଦଯାପିତ ହୋଇଯାଇଛି। ଫେବୃଆରୀ ୫ ତାରିଖ ଆରମ୍ଭ ହୋଇଥିବା ବାର୍ଷିକ କ୍ରୀଡା ପ୍ରତିଯୋଗିତା ୬ ତାରିଖ ରେ ଏହାର ଉଦଯାପନୀ ସମାରୋହ ପାଳିତ ହୋଇଥିଲା।କୁଚିଣ୍ଡା ମହାବିଦ୍ୟାଳୟ ର ଅଧ୍ୟକ୍ଷା ସୁଚିତ୍ରା ମିଶ୍ର ଙ୍କ ତତ୍ବାବଧାନରେ ହୋଇଥିବା ବାର୍ଷିକ କ୍ରୀଡା ଉତ୍ସବ ରେ ଉପ ସଭାପତି ଅଧ୍ୟାପକ ପ୍ରମୋଦ ସ୍ବାଇଁ ଏବଂ ଅଧ୍ୟାପକ କାହ୍ନୁଚରଣ ମୁନ୍ନା ଉକ୍ତ କ୍ରୀଡା ଉତ୍ସବ ର ପରିଚାଳନା କରିଥିବାବେଳେ, ଉଦଯାପନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ପରମାଣପୁର କଲେଜ ର ଅବସର ପ୍ରାପ୍ତ ଅଧ୍ୟକ୍ଷ ବିପିନ ନନ୍ଦ ଯୋଗଦେଇଥିଲେ । ମୁଖ୍ୟ ବକ୍ତା ଭାବେ ଓଡ଼ିଶା ଅଲମ୍ପିକ୍ସ ଆସୋସିଏସନ୍ ଉପ ସଭାପତି ଦୁଲାଲ ପ୍ରଧାନ ଏବଂ କଲେଜ ର ସମସ୍ତ ଅଧ୍ୟାପକ ଅଧ୍ୟାପିକା ପ୍ରମୁଖ ଉପସ୍ଥିତ ରହିଥିଲେ। ପ୍ରଥମେ ଅଧ୍ୟାପକ ନିର୍ମଲ ଉର୍ମା ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ସହିତ ଅତିଥି ସମ୍ବର୍ଦ୍ଧନା ଦିଆଯାଇଥିଲା। ଉକ୍ତ ଉତ୍ସବରେ ସମୁଦାୟ ୭୨ ଟି ବିଭିନ୍ନ ପ୍ରକାର କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପିଇଟି ବିଜୟ କଉଡ଼ି ଏବଂ କୁଚିଣ୍ଡା ବ୍ଳକ ର ବିଭିନ୍ନ ଶିକ୍ଷାନୁଷ୍ଠାନ ରୁ ଆସିଥିବା ୧୦ ଜଣ ଖେଳ ଶିକ୍ଷକ ସମସ୍ତ କ୍ରୀଡା ର ପରିଚାଳନା କରିଥିଲେ। କ୍ରୀଡା ରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ଟ୍ରଫି ସହ ମାନପତ୍ର ପ୍ରଦାନ କରାଯାଇଥିଲା। କ୍ରୀଡା ପ୍ରତିଯୋଗିତା ରେ ଉଭୟ ଯୁକ୍ତ ଦୁଇ ଏବଂ ଯୁକ୍ତ ତିନି ର ସମୁଦାୟ ୪ ଜଣ ଚମ୍ପିୟାନ ହୋଇଥିଲେ।ଅଧ୍ୟାପକ ଭିକାରୀ ଓରାମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ର ବିବରଣୀ ପାଠ କରିଥିବାବେଳେ, ଶେଷରେ ଅଧ୍ୟାପକ ମହାଦେବ ମେହେର ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ