ଦିଲ୍ଲୀ ପୁସ୍ତକ ମେଳାରେ କୁଦୋପାଲି ର ୫୩ ଶହୀଦ ଙ୍କ ଗାଥା

ସମ୍ବଲପୁର, (ଲିପନ ନାଏକ):ଦିଲ୍ଲୀରେ ଚାଲିଥିବା ଆନ୍ତର୍ଜାତିକ ପୁସ୍ତକ ମେଳା ଅବସରରେ ଆଜି ମେଳା ପରିସର ଭାରତ ମଣ୍ଡପମ ର ଥିମ୍ ପେଭିଲିୟନରେ କୁଦୋପାଲିର ଶହୀଦ ବିଷୟ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ସମ୍ବଲପୁର ଆଇଆଇଏମ୍ ର ଅଧ୍ୟାପକ ଡ଼ଃ ସୁଜିତ ପୃଷେଠ ଏହାର ପରିଚାଳନା କରିଥିଲେ।ଡ଼ ସୁଜିତ ପୃଷେଠ ଭାରତର ସଶସ୍ତ୍ର ସଂଗ୍ରାମରେ ସମ୍ବଲପୁର ର ମହତ୍ତ୍ଵ ବାବଦରେ କହିବାକୁ ଯାଇ ଏହା ଦୀର୍ଘତମ ସଂଗ୍ରାମ ବୋଲି କହିଥିଲେ । ସେ ଅନ୍ୟାନ୍ୟ ବିଶେଷତ୍ଵ ବାବଦରେ‌ ମଧ୍ୟ ଆଲୋଚନା କରିଥିଲେ।ଇତିହାସ ଗବେଷକ ଦୀପକ କୁମାର ପଣ୍ଡା ସମ୍ବଲପୁର ସଂଗ୍ରାମର କାରଣ, ଅୟମାରମ୍ଭ ଓ ଏହାର ଗତି ସମ୍ପର୍କରେ ଆଲୋକପାତ କରିଥିଲେ। କୁଦୋପାଲି ଘଟଣାର ପୃଷ୍ଠଭୂମି ବାବଦରେ କହିବାକୁ ଯାଇ ଶ୍ରୀ ପଣ୍ଡା କହିଲେ ଡ଼ା ମୂରଙ୍କ ହତ୍ୟା, ସେନା ଛାଉଣୀ ଓ ଥାନା ଉପରେ ସଂଗ୍ରାମୀଙ୍କ ଆକ୍ରମଣ ଆଦି ଘଟଣା ବ୍ରିଟିଶ ଅଧିକାରୀମାନଙ୍କୁ ହତୋତ୍ସାହିତ କରିଥିଲା । ତେଣୁ ସରକାର ନାଗପୁରରୁ ଅଶ୍ବାରୋହୀ ବାହିନୀକୁ ପଠାଇଥିଲେ। ସେନା ପହଞ୍ଚିବା ମାତ୍ରେ ତୁରନ୍ତ ଏକ ଯୋଜନା ଓ ରଣନୀତି ଅବଲମ୍ବନ ପୂର୍ବକ ଆକ୍ରମଣ ହେତୁ ସଂଗ୍ରାମୀ ମାନେ ଚକମା ଖାଇ ପରାଜିତ ହେଲେ ଓ ୫୩ ଜଣ ଶହୀଦ ହେଇଥିଲେ।ଅନ୍ୟତମ ଆଲୋଚକ ଡ଼ ବିଭୂଦତ୍ତ ପ୍ରମୋଦ କୁମାର ମିଶ୍ର କୁଦୋପାଲି ଘଟଣାରେ ଶହୀଦ ହୋଇଥିବା ସଂଗ୍ରାମୀଙ୍କ ସମ୍ପର୍କରେ ଆଲୋଚନା କରିଥିଲେ। ବୀର ସୁରେନ୍ଦ୍ର ସାଏଙ୍କ ଭାଇ ଛବିଳ ସାଏ ପ୍ରମୁଖ ୫୩ ଜଣ ଘଟଣାସ୍ଥଳରେ ଶହୀଦ ହୋଇଥିବା ବେଳେ କୁଦୋପାଲି ସଂଘର୍ଷ ସମୟରେ ଗିରଫ ହୋଇଥିବା ୫ ଜଣଙ୍କୁ ପରେ ଫାଶୀ ଦିଆଯାଇଥିଲା । କୁଦୋପାଲି ଘଟଣାରେ ପ୍ରମୁଖ ସଂଗ୍ରାମୀ ଶହୀଦ ହେଇଥିଲେ ସୁଦ୍ଧା ସଂଗ୍ରାମୀ ଧୈର୍ଯ୍ୟ ନ ହରାଇ ଯୋରଦାର ସଂଗ୍ରାମ ଜାରି ରଖିଥିବାର ଶ୍ରୀ ମିଶ୍ର କହିଥିଲେ ।ନ୍ୟାସନାଲ ବୁକ୍ ଟ୍ରଷ୍ଟ ର ଦ୍ବିଜେନ୍ଦ୍ର କୁମାର ଧନ୍ୟବାଦ ଅର୍ପଣ କରିଥିଲେ।

 

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ