ସୀମାନ୍ତ ମହାବିଦ୍ୟାଳୟ ପ୍ରାଣୀ ବିଜ୍ଞାନ ବିଭାଗର ବାର୍ଷିକ ଆଲୋଚନା ଚକ୍ର ଅନୁଷ୍ଠିତ
ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର): ଝାରପୋଖରିଆ ସ୍ଥିତ ସୀମାନ୍ତ ମହାବିଦ୍ୟାଳୟ ପ୍ରାଣୀ ବିଜ୍ଞାନ ବିଭାଗର ବାର୍ଷିକ ଆଲୋଚନା ଚକ୍ର ବିଭାଗୀୟ ମୁଖ୍ୟ ଅଧ୍ୟାପିକା ଆକାଂକ୍ଷା ଅପରୂପା ଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି।ଉକ୍ତ ଆଲୋଚନା ଚକ୍ରରେ ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଦ୍ୟୋତ କୁମାର ,ମୁଖ୍ୟ ବକ୍ତା ତଥା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର ସହକାରୀ ପ୍ରଫେସର ଡଃ ଦେବାଶିଷ ନାୟକ ବିଶାରଦ ଭାବେ ,ଉଦ୍ଭିଦ ବିଜ୍ଞାନ ବିଭାଗୀୟ ମୁଖ୍ୟ ଡଃ ଅଶୋକ କୁମାର ଶର୍ମା,ଅଧ୍ୟାପିକା ଆରତୀ ହୋ ପ୍ରମୁଖ ମଞ୍ଚାସିନ ଥିଲେ।ବନ୍ୟପ୍ରାଣୀ ଓ ଜୈବ ବିବିଧତା ସଂରକ୍ଷଣ ର ପାରମ୍ପରିକ ଜ୍ଞାନ କୌଶଳ ଉପରେ ଡଃ ନାୟକ ଛାତ୍ର ଛାତ୍ରୀ ମାନଙ୍କୁ ବହୁ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ।ଛାତ୍ରୀ ପ୍ରିତିଶ୍ମିତା ବାରିକ ଓ ଅଙ୍କିତା କୁମାରୀ ଅତିଥି ମାନଙ୍କ ପରିଚୟ ତଥା ବାର୍ଷିକ ବିବରଣୀ ପାଠ କରିଥିଲେ। ଅଧ୍ୟାପିକା ଆକାଂକ୍ଷିତା ମହାନ୍ତି,ଶ୍ରୀଯୁକ୍ତ ବିଶ୍ୱଜିତ୍ ମହାନ୍ତି,ସୁଚିଶ୍ମିତା ପାଲଙ୍କ ପ୍ରମୁଖଙ୍କ ପ୍ରତ୍ୟକ୍ଷ ତତ୍ୱା ବାଧା କାର୍ଯ୍ୟକ୍ରମ ପରିଚାଳିତ ହୋଇଥିବା ବେଳେ।ତିନି ବର୍ଷର ଛାତ୍ର ଛାତ୍ରୀ ମାନେ ସହଯୋଗ କରିଥିଲେ।ଅଧ୍ୟାପିକା ଆରତୀ ହୋ ଧନ୍ୟବାଦ ଅର୍ପଣ କରିଥିଲେ।