ଏମସିଏଏମ କଲେଜରେ ନୂତନ ମୁଟ କୋର୍ଟ ଗୃହ ଉଦଘାଟିତ

ବାରିପଦା,(ମୁରାରୀ ମୋହନ ମହାପାତ୍ର): ବାରିପଦା ସ୍ଥିତ ମୟୁରଭଞ୍ଜ କଲେଜ ଅଫ ଆକାଉଣ୍ଟନସି ଆଣ୍ଡ ମ୍ୟାନେଜମେଣ୍ଟକୁ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ: କମଲଜିତ ସିଂହ ପରିଦର୍ଶନ ରେ ଆସି ଉକ୍ତ ମହାବିଦ୍ୟାଳୟର ବିଏ.ଏଲଏଲବି ଡିପାର୍ଟମେଣ୍ଟର ନୂତନ ମୁଟ କୋର୍ଟ ଗୃହ ଉଦଘାଟନ କରିଛନ୍ତି. ତାଙ୍କ ସହ ମଧୁସୂଦନ ବିଶ୍ୱ ବିଦ୍ୟାଳୟର ପିଜି କାଉନସିଲର ଚେୟାରମ୍ୟାନ ଡ଼. ଏସକେ ଚାଟର୍ଜୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ. ଏହି ସଭାରେ କଲେଜର ଅଧକ୍ଷ୍ୟ ପ୍ରଦୀପ କୁମାର ନାୟକ ସଭାପତିତ୍ୱ କରିଥିବା ବେଳେ, ଉପାଧକ୍ଷ୍ୟା ସଂଘମିତ୍ରା ରାଉତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ. ଅନ୍ୟମାନଙ୍କ ମଧ୍ୟରେ ବିଏ. ଏଲଏଲବି ଡିପାର୍ଟମେଣ୍ଟର ଅଧ୍ୟାପକ ସମ୍ବିତ କୁମାର ମିଶ୍ର, ଅଧ୍ୟାପିକା ଅଭିପ୍ସା ନାୟକ, ଦେବାଶ୍ରିତା ବିଶ୍ୱାଳ ସୁଜାତା ପାଲ ରୁପମାଞ୍ଜରୀ ବେହେରା ତୃପ୍ତି ଦାସ, ରୀନାରାଣୀ ମହାନ୍ତ, ମୀରା ସେନାପତି, ସଂଯୁକ୍ତା ମହାନ୍ତ, ପୂଜା ଶତପଥି, ପ୍ରତିଭା ଦାସ ନିଜର ମତାମତ ଉପସ୍ଥାପନ କରିଥିଲେ.
ମହାବିଦ୍ୟାଳୟ ତରଫରୁ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟର କୁଳପତି ଡ଼. କମଲଜିତ ସିଂହ ଓ ପିଜି କାଉନସିଲର ଚେୟାରମ୍ୟାନ ଡ: ଏସ କେ ଚଟାର୍ଜିଙ୍କୁ ମହାବିଦ୍ୟାଳର ଅଧକ୍ଷ୍ୟ ପ୍ରଦୀପ କୁମାର ନାୟକ ଉପଢୌକନ ଦେଇ ସମ୍ମାନିତ କରିଥିଲେ. ମହାବିଦ୍ୟାଳୟ ଆଇନ ଅଧ୍ୟାପକ ଜ୍ଞାନରଞ୍ଜନ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଆଇନ ବିଭାଗର ସଂଯୋଜକ ଡ଼. ଜିତେନ୍ଦ୍ର କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ