ଚ୍ୟାମ୍ପିଆନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟରେ ଭାରତୀୟ କ୍ରିକେଟ ଟିମ ଗ୍ରୁପ ଟପର

ଚ୍ୟାମ୍ପିଅନ୍ସ ଟ୍ରଫି ବା ମିନି ୱାଲ୍ଡକପ ପ୍ରତ୍ୟେକ ଚାରି ବର୍ଷ ରେ ଥରେ ଖେଲାଯାଏ।ଚ୍ୟାମ୍ପିଆନ୍ସ ଟ୍ରଫି ପୂର୍ବ ଥର ୨୦୧୭ ରେ ଖେଳାଯାଇଥିଲା। ପାକିସ୍ତାନ କ୍ରିକେଟ ଟିମ୍ ୨୦୧୭ ଚ୍ୟାମ୍ପିଆନ୍ସ ଟ୍ରଫି ଜିତିଥିଲା ସେଥିପାଇଁ ପାକିସ୍ଥାନ କ୍ରିକେଟ ଟିମ୍ କୁ ଡିଫେଣ୍ଡିଂ କୁହାଯାଏ।ଚ୍ୟାମ୍ପିଅନ୍ସ ଟ୍ରଫି ୨୦୧୭ ରେ ପାକିସ୍ଥାନ ଭାରତ ସହିତ ଫାଇନାଲ କ୍ରିକେଟ ଖେଳି ଭାରତ କୁ ହରାଇ ଚ୍ୟାମ୍ପିଆନ ହୋଇଥିଲା। ବର୍ତ୍ତମାନ ଚ୍ୟାମ୍ପିଆନ୍ସ ଟ୍ରଫି ପାକିସ୍ଥାନ ରେ ଉଦଘାଟନ କରାଯାଇଛି। ଚ୍ୟାମ୍ପିଆନ୍ସ ଟ୍ରଫି ଖେଳିବା ପାଇଁ ସମସ୍ତ କ୍ରିକେଟ ଟିମ୍ ପାକିସ୍ଥାନ ଯାଇଛନ୍ତି କିନ୍ତୁ ଭାରତୀୟ କ୍ରିକେଟ ଟିମ ପାକିସ୍ଥାନ ଯିବାପାଇଁ ମନା କରିଦେଇଛି। ଭାରତ କ୍ରିକେଟ ଟିମ ବୋର୍ଡ ଆଇସିସି ସହିତ ଆଲୋଚନା କରି ନିଷ୍ପତି ନିଆ ଯାଇଛି କି ଭାରତ ତାର ସବୁଯାକ ଚ୍ୟାମ୍ପିଆନ୍ସ ଟ୍ରଫି ମ୍ୟାଚ ଦୁବାଇ ରେ ଖେଳିବ।ଭାରତ ତାର ପ୍ରଥମ ମ୍ୟାଚ ବାଂଲାଦେଶ ସହିତ ଖେଳିଥିଲା।ସେହି ମ୍ୟାଚ ରେ ଭାରତ ବାଂଲାଦେଶ କୁ ୬ ୱିକେଟ ରେ ହରାଇଥିଲା।ଭାରତ ତାର ଦ୍ଵିତୀୟ ଚ୍ୟାମ୍ପିଅନ୍ସ ଟ୍ରଫି ପାକିସ୍ଥାନ ସହିତ ସହିତ ଖେଳି ଥିଲା।ସେହି ଖେଳ ରେ ଭାରତ ପାକିସ୍ଥାନ କୁ ୬ୱିକେଟ ରେ ହରାଇଥିଲା। ବିରାଟ କୋହଲିଙ୍କୁ ପ୍ଲେର ଅଫ ଦି ମ୍ୟାଚ ଘୋଷଣା କରାଗଲା।ବିରାଟ କୋହଲି ପାକିସ୍ଥାନ ବିରୋଧ ରେ ଅପରାଜିତ ଶତକ ମାରିଥିଲେ ଏବଂ ଓଡ଼ିଆଇ କ୍ରିକେଟ ମ୍ୟାଚ ରେ ବିରାଟ କୋହଲି ତାଙ୍କର ୧୪୦୦୦ ରନ କରିଥିଲେ।ପାକିସ୍ଥାନ ତାର ପ୍ରଥମ ମ୍ୟାଚ ନ୍ୟୁଜିଲାଣ୍ଡ ସାଥିରେ ଖେଳିଥିଲା ସେହି ଖେଳ ରେ ପାକିସ୍ଥାନ କ୍ରିକେଟ ଟିମ ନ୍ୟୁଜିଲାଣ୍ଡ କ୍ରିକେଟ ଟିମ୍ ଠାରୁ ୬୦ ରନ ରେ ପରାଜୟ ହୋଇଥିଲା।ଭାରତିୟ କ୍ରିକେଟ ଟିମ୍ ତାର ଅନ୍ତିମ ଲିଗ ମ୍ୟାଚ ନ୍ୟୁଜିଲାଣ୍ଡ ସହିତ ଖେଳିଥିଲେ ଏବଂ ନ୍ୟୁଜିଲାଣ୍ଡ କ୍ରିକେଟ ଟିମ୍ କୁ ହରାଇ ଭାରତୀୟ କ୍ରିକେଟ ଟିମ ବର୍ତ୍ତମାନ ଚ୍ୟାମ୍ପିଆନ୍ସ ଟ୍ରଫି ଖେଳ ରୁ ଚାରୋଟି କ୍ରିକେଟ ଟିମ ବାଦ ପଡିଛନ୍ତି ସେହି ଟିମ ଗୁଡିକ ହେଲେ ପାକିସ୍ଥାନ, ବାଂଲାଦେଶ, ଆଫଗାନିସ୍ଥାନ ଏବଂ ଇଂଲେଣ୍ଡ। ଚ୍ୟାମ୍ପିଆନ୍ସ ଟ୍ରଫି ଭାରତ ଟିମ୍ ଗ୍ରୁପ ଟପର ।ଚ୍ୟାମ୍ପିଅନ୍ସ ଟ୍ରଫି ରେ ଚାରୋଟି ଟିମ ସେମିଫାଇନାଲ ରେ ପ୍ରବେଶ କରିଛନ୍ତି ସେହି ଟିମ ଗୁଡ଼ିକ ହେଲା ଭାରତ,ସାଉଥ ଆଫ୍ରିକା,ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆ। ସେମିଫାଇନାଲ କ୍ରିକେଟ ଏହି ଚାରୋଟି ଟିମ ପାଇଁ ମହତ୍ତ୍ୱପୂର୍ଣ୍ଣ।ଚ୍ୟାମ୍ପିଆନ୍ସ ଟ୍ରଫି ରେ ଭାରତର କ୍ରିକେଟ ଟିମ ର ବିରାଟ କୋହୋଲି, ସୁଭମନ୍ ଗିଲ ନ୍ୟୁଜିଲାଣ୍ଡ ଟିମ ର ଟମ ଲିଥିଆମ , ୱିଲ ୟଙ୍ଗ, ରାଚିନ ରବୀନ୍ଦ୍ର ଅଷ୍ଟ୍ରେଲିଆ କ୍ରିକେଟ ଟିମ୍ ର ଯୋସ ଇଂଲିଶ,ଇଂଲଣ୍ଡ କ୍ରିକେଟ ଟିମ ବେନ ଡକେଟ୍ସ ଏବଂ ଯୋ ରୁଟ ଶାଉଥ ଆଫ୍ରିକାର ରିୟାନ ରିକଲଟନ ନିଜର ଶତକ ଚ୍ୟାମ୍ପିଆନ୍ସ ଟ୍ରଫି ମ୍ୟାଚରେ ମାରିସାରିଲେଣି।ପାକିସ୍ଥାନ ବାଂଲାଦେଶ ଏବଂ ଇଂଲଣ୍ଡ ଚ୍ୟାମ୍ପିଆନ୍ସ ଟ୍ରଫି ରେ ଗୋଟିଏ ବି ଗେମ ନ ଜିତି ଚ୍ୟାମ୍ପିଆନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟ ରୁ ବାଦ ପଡିଛନ୍ତି। ଭାରତୀୟ କ୍ରିକେଟ ଟିମ ତାର ସବୁଯାକ ମ୍ୟାଚ ଜିତି ଚ୍ୟାମ୍ପିଆନ୍ସ ଟ୍ରଫି ର ଗ୍ରୁପ ଏ ଟପର ହୋଇଛି। ଭାରତ, ଅଷ୍ଟ୍ରେଲିଆ, ନୂଜିଲେଣ୍ଡ ଏବଂ ସାଉଥ୍ ଆଫ୍ରିକା କ୍ରିକେଟ ଟିମ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ ସେମି ଫାଇନାଲ ଖେଳ।କାରଣ ଯେଉଁ ଟିମ ସେମି ଫାଇନାଲ ମ୍ୟାଚ ରେ ହାରିବ ସେହି ଟିମ ଚ୍ୟାମ୍ପିଅନ୍ସ ଟ୍ରଫି ରୁ ବାଦ ପଡ଼ିବ। ଭାରତ ତାର ଚ୍ୟାମ୍ପିଆନ୍ସ ଟ୍ରଫି ର ପ୍ରଥମ ସେମି ଫାଇନାଲ ମ୍ୟାଚ ମାର୍ଚ୍ଚ ୪ ରେ ଅଷ୍ଟ୍ରେଲିଆ ସହିତ ଖେଳିବ । ଦ୍ଵିତୀୟ ସେମି ଫାଇନାଲ ସାଉଥ୍ନ୍ ଆଫ୍ରିକା ନ୍ୟୁଜିଲାଣ୍ଡ ସହିତ ଖେଳିବ।ଯେଉଁ ଟିମ ସେମି ଫାଇନାଲ ମ୍ୟାଚ ଜିତିବ ସେହି ଟିମ ଚ୍ୟାମ୍ପିଅନ୍ସ ଟ୍ରଫି ବା ମିନି ୱାଲ୍ଦ ଚ୍ୟାମ୍ପିଆନ ହେବ।ଖେଳ ପ୍ରେମୀ ବହୁତ ଆଶା କରୁଛନ୍ତି କି ଭାରତ ଚ୍ୟାମ୍ପିଆନ୍ସ ଟ୍ରଫି ରେ ଭଲ ପ୍ରଦର୍ଶନ ଦେଖେଇ ଚ୍ୟାମ୍ପିଅନ୍ସ ଟ୍ରଫି ଜିତୁ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ