ଯମୁନା ସ୍ନାନ ପରେ ଠାକୁର ମାନଙ୍କ ସ୍ଵ ମନ୍ଦିର ପ୍ରବେଶ
ନିମାପଡ଼ା,(ସନ୍ତୋଷ କୁମାର ଦାଶ): ପାରମ୍ପରିକ ପ୍ରଥାନୁସାରେ ଆଜି ପ୍ରାଚୀ ଉପତ୍ୟକା ଅଞ୍ଚଳର ପ୍ରଭୁ ଅମରେଶ୍ୱର, ପ୍ରଭୁ ବନ୍ଦେଶ୍ଵର, ପ୍ରଭୁ ରାଧାକାନ୍ତ, ପ୍ରଭୁ ମାଧବାନନ୍ଦ ଠାକୁର ଯମୁନା ସ୍ନାନ କରିବାପରେ ସ୍ୱ ସ୍ୱ ମନ୍ଦିର କୁ ପ୍ରବେଶ କରିଛନ୍ତି। ପ୍ରାତଃ ରୁ ଅମରେଶ୍ଵର ଓ ବନ୍ଦେଶ୍ଵର ସ୍ୱ ସ୍ୱ ବିମାନ ରେ ଚଉରାଶି ଗ୍ରାମ କୁ ଯାଇ ଦ୍ୱାରୀ ଭୋଗ ଖାଇ ସାରିବା ପରେ ପ୍ରାଚୀ ନଦୀ ର ଗୋ ତୀର୍ଥ କୁ ଯାଇ ଥିଲେ। ସେଠାରେ ଯମୁନା ସ୍ନାନ କରି ସାରି ଏକ ବିରାଟ ଶୋଭାଯାତ୍ରାରେ ଅମରେଶ୍ୱର ମନ୍ଦିର ନିକଟକୁ ଆସିଥିଲେ। ପ୍ରଭୁ ଅମରେଶ୍ୱର ଓ ବନ୍ଦେଶ୍ୱର ଠାକୁର ଙ୍କ ମଧ୍ୟରେ ମେଳଣ ଅନୁଷ୍ଠିତ ହେବା ପରେ ଠାକୁର ମାନେ ସ୍ୱ ସ୍ୱ ମନ୍ଦିର କୁ ପ୍ରବେଶ କରିଥିଲେ। ହରିବୋଲ ହୁଳହୁଳି ଶବ୍ଦ ରେ ମନ୍ଦିର ପରିସର ପ୍ରକମ୍ପିତ ହୋଇ ପଡ଼ିଥିଲା। ଠାକୁର ଙ୍କ ମେଳଣ ସମୟ ରେ ଆତସବାଜି ପ୍ରଦର୍ଶନ ହୋଇଥିଲା। ସେହି ପରି ପ୍ରଭୁ ରାଧାକାନ୍ତ ଯମୁନା ସ୍ନାନ କରି ସ୍ୱ ମନ୍ଦିର କୁ ପ୍ରବେଶ କରିଥିଲେ। ପ୍ରଭୁ ମାଧବାନନ୍ଦ ପ୍ରାଚୀ ନଦୀ କୂଳ ର ଚନ୍ଦେଶ୍ୱର ମଠ କୁ ଯାଇ ସେଠାରେ ଯମୁନା ସ୍ନାନ କରି ସ୍ୱ ମନ୍ଦିର କୁ ପ୍ରବେଶ କରିଥିଲେ। ଶେଷ ହୋଇଥିଲା ଏହି ଚାରି ଠାକୁର ଙ୍କ ଦୋଳ ଯାତ୍ରା।