ଓମକାର ମନ୍ଦିରର ପୁନଃ ପ୍ରତିଷ୍ଠା
ମୟୁରଭଞ୍ଜ, (ମୁରାରୀ ମୋହନ ମହାପାତ୍ର): ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଳକ୍ ଅନ୍ତର୍ଗତ ଚାକଦହ ସ୍ଥିତ ଓମକାର ମଠ ପ୍ରାଙ୍ଗଣରେ ଥିବା ଓମକାର ମନ୍ଦିର ର ପୁନଃ ପ୍ରତିଷ୍ଠା ହେବା ସହିତ ହରିନାମ ସଙ୍କୀର୍ତ୍ତନ ମହା ଯଜ୍ଞ ଅଷ୍ଟମ ପ୍ରହର ଅନୁଷ୍ଠିତ ହୋଇଯାଇଛି।ମନ୍ଦିର ପ୍ରତିଷ୍ଠା ଅବସରରେ ସୋମବାର ଦିନ ପ୍ରାୟ ୧୧ଘଟିକା ସମୟରେ ସ୍ଥାନୀୟ ପୁଷ୍କରିଣୀ ରୁ ପୁରୋହିତ ଙ୍କ ଦ୍ଵାରା ପୂଜା ପାଠ କରି ଭକ୍ତ ମାନେ ଘଟ ହୋମ ଯଜ୍ଞ ମଣ୍ଡପ କୁ ଆଣିଥିଲେ । ଘଟ ଆଣି ମଣ୍ଡପ ରେ ହୋମ ଯଜ୍ଞ ହେବା ସହିତ ମନ୍ଦିର ର ପୁନଃ ପ୍ରତିଷ୍ଠା କରାଯାଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମୟୂରଭଞ୍ଜ ମହାରାଣୀ ରଶ୍ମୀ ରାଜଲକ୍ଷ୍ମୀ ଭଞ୍ଜଦେଓ ଏବଂ ସମ୍ମାନୀୟ ଅତିଥି ଭାବେ ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟ ଶିଳ୍ପୀ ସସ୍ଵତ୍ ଯୋଶୀ ଉପସ୍ଥିତ ଥିଲେ ।
ମଙ୍ଗଳବାର ଦିନ ଠାରୁ ଅଷ୍ଟମ ପ୍ରହର ଅଖଣ୍ଡ ହରି ନାମ ସଙ୍କୀର୍ତ୍ତନ ଆରମ୍ଭ ହୋଇ ଥିଲା । ଏହି ଅବସରରେ ସୋମବାର ରାତିରେ ଶଙ୍ଖ ଓ ଘଣ୍ଟା ସହିତ ପୁରୋହିତ କରୁଣାସୋଳ ଗ୍ରାମରୁ ରାଧା କୃଷ୍ଣ ଙ୍କ ମୂର୍ତ୍ତି ଆଣି ହରି ମଣ୍ଡପରେ ସ୍ଥାପନ କରିଥିଲେ । ଏହାପରେ ବିଧି ମତରେ ରାଧା କୃଷ୍ଣଙ୍କ ପୂଜା ଅର୍ଚ୍ଚନା କରିବା ପରେ ହରି ନାମ ସଙ୍କୀର୍ତ୍ତନ ଆରମ୍ଭ କରିଥିଲେ। ଏଠାରେ ପୂଜା ପାଠ ପାଇଁ ବିଭିନ୍ନ ଅଞ୍ଚଳରୁ ଶତାଧିକ ଭକ୍ତ ଏକତ୍ରିତ ହୋଇଥିଲେ । ଏହି ଅବସରରେ ମଙ୍ଗଳବାର ଦିନ ସମ୍ପୂର୍ଣ ମଠ ପ୍ରାଙ୍ଗଣ ଟି ଆଧ୍ୟାତ୍ମିକ ରଙ୍ଗରେ ରଙ୍ଗୀନ ହୋଇଥିଲା । ମଠ ପ୍ରାଙ୍ଗଣ ରେ ହରେ କୃଷ୍ଣ ଜପ , କୃଷ୍ଣ ତିଳକ ଦ୍ଵାରା ସଜ୍ଜିତ ଭକ୍ତଙ୍କ କପାଳ ସୁମଧୁର ବାତାବରଣ ଇଶ୍ୱରୀୟତା ରେ ପରିପୂର୍ଣ ହେଉଥିଲା । ଉକ୍ତ ଉତ୍ସବରେ ଓମ କାର କମିଟି ମାନଙ୍କ ଦ୍ଵାରା ବ୍ୟବସ୍ଥାକୁ ମଧ୍ୟ ପ୍ରଶଂସା କରାଯାଇଥିଲା । ପରିଷ୍କାର ପରିଚ୍ଛନ୍ନତା ,ଭଣ୍ଡାର ର ସୁଗମ ବ୍ୟବସ୍ଥା ଏବଂ ଭକ୍ତଙ୍କ ସୁବିଧା ଉପରେ ଧ୍ୟାନ ଦିଆଯାଇ ଥିଲା । ମଠ କମିଟି ଦ୍ଵାରା ଆସିଥିବା ଭକ୍ତ ମାନଙ୍କ ପାଇଁ ଅନ୍ନଛତ୍ର ର ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଅଖଣ୍ଡ ହରି ନାମ ସଙ୍କୀର୍ତ୍ତନ ୧୮ତାରିଖରୁ ବ୍ରହ୍ମ ମୁହୂର୍ତ୍ତ ରେ ଆରମ୍ଭ ହୋଇ ଥିଲା ଯାହା କ୍ରମାଗତ ଭାବେ ଜାରି ରହିଥିଲା । ୧୯ତାରିଖ ରେ ଦଧି ମହୋତ୍ସବ ଏବଂ ମହା ପ୍ରସାଦ ବଣ୍ଟନ ସହିତ ଲିଳା ସଙ୍କୀର୍ତ୍ତନ ରୀତିନୀତି ସମ୍ପନ୍ନ ହୋଇଥିଲା । ଏହି ଅବସରରେ ମଠ କମିଟିର ସମସ୍ତ ସଭ୍ୟ ସଭ୍ୟା ମାନେ ଉପସ୍ଥିତ ଥିଲେ ।