ବିଜେଡି ସାଂଗଠନିକ ବୈଠକ ଅନୁଷ୍ଠିତ

ବଡ଼ସାହି,(ନିରଞ୍ଜନ ମହାନ୍ତ) : ବଡ଼ସାହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ ଉଭୟ ବଡ଼ସାହି ବ୍ଲକ୍ ଅଧ୍ୟକ୍ଷା ମିନତୀ ସିଂ ଓ ବେତନଟୀ ବ୍ଲକ୍ ଅଧ୍ୟକ୍ଷା କୌଶଲ୍ୟା ମାଝୀଙ୍କ ନେତୃତ୍ୱରେ ଆଜି ନିର୍ବାଚନ ମଣ୍ଡଳୀ ସ୍ତରୀୟ ଗତ ୨୦୨୪ ସାଧାରଣ ନିର୍ବାଚନ ସମୟରେ ଅସନ୍ତୁଷ୍ଟ ହୋଇଥିବା ବିଜେଡିର ଗୋଟିଏ ଗୋଷ୍ଠୀଙ୍କୁ ନେଇ ଯୁଣପଦା ବନ୍ଧରେ ଏକ ବୃହତ୍ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ବରିଷ୍ଠ ବିଜେଡି ନେତା ରାଜକିଶୋର ଆଚାର୍ଯ୍ୟ ଅଧ୍ୟକ୍ଷତା କରିଥିବା ବେଳେ ଉଭୟ ବ୍ଲକର ପ୍ରାୟ ୩୫/୪୦ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଗଣଙ୍କ ସମେତ ୫୦୦ ରୁ ଉର୍ଦ୍ଧ କର୍ମୀ ଓ କର୍ମକର୍ତ୍ତା ଯୋଗ ଦେଇଥିଲେ।ବର୍ତ୍ତମାନ ସ୍ଥିତିରେ ବିଜୁ ଜନତା ଦଳର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟଧାରାକୁ ବୈଠକରେ ନାପସନ୍ଦ କରାଯାଇଥିଲା।ସଂଗଠନକୁ କିପରି ଅଧିକ ସୁଦୃଢ଼ କରାଯାଇପାରିବ ଏବଂ ଦଳକୁ କୋଟେରୀ ଗୋଷ୍ଠୀ କବଳରୁ କିପରି ମୁକ୍ତ କରାଯାଇ ପାରିବ ସେ ସମ୍ପର୍କରେ ଉପସ୍ଥିତ ବରିଷ୍ଟ ନେତୃମଣ୍ଡଳୀ ବକ୍ତବ୍ୟ ମାଧ୍ୟମରେ ପରାମର୍ଶ ଦେବା ସହ ଆହ୍ଵାନ ଦେଇଥିଲେ।ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ନିଜ ପକ୍ଷରୁ ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀ ଦେଇ କିପରି ବିଜୟୀ କରାଯାଇ ପାରିବ ଏବଂ ଉଭୟ ବଡ଼ସାହି ଓ ବେତନଟୀ ବ୍ଲକର ଅଧ୍ୟକ୍ଷ ପଦ କରାୟତ୍ତ କରାଯିବ ସେ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି।ବଡ଼ସାହି ବ୍ଲକର ମହେଶ୍ୱର ସେନାପତି,ପ୍ରକାଶ ଚନ୍ଦ୍ର ଦଳେଇ,ଅଜୟ କୁମାର ବେହେରା,ଅନନ୍ତ ପଶା,ପ୍ରକାଶ ଚନ୍ଦ୍ର ଦାସ,ରଣଜିତ୍ ପାତ୍ର, ଶୋଭାକର ସେଠୀ,କୁଳମଣି ତ୍ରିପାଠୀ, ଗଗନ ସେନାପତି,ଚନ୍ଦ୍ରଶେଖର ଭୂୟାଁ ପ୍ରମୁଖ ଯୋଗଦେଇଥିବା ବେଳେ ବେତନଟୀ ବ୍ଲକର ରବିନାରାୟଣ ପଣ୍ଡା, ମୃତ୍ୟୁଞ୍ଜୟ ମିଶ୍ର,ସୁଶାନ୍ତ ବଳା,ସନ୍ତୋଷ ଜେନା,ବୃନ୍ଦାବନ ଦାସ,ସୁଜିତ୍ ଲେଙ୍କା, ସଂଯୁକ୍ତା ପାତ୍ର,ତପନ ଜେନା,ରଶ୍ମିତା ମହାପାତ୍ର,କମଳାକାନ୍ତ ଧଳ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ।
ବର୍ତ୍ତମାନ ବଡ଼ସାହି ବ୍ଲକ୍ ବିଜେଡିର ସଭାପତି ଥିବା ତପନ କୁମାର ପତିଙ୍କ ସହିତ ଏ ସଂପର୍କରେ ପ୍ରତିକ୍ରିୟା ନେବାକୁ ଯୋଗାଯୋଗ କରିବାରେ ସେ କହନ୍ତି, ” ଏଭଳି ବୈଠକ ବିଜେଡି ପାଇଁ କିଛି ଫରକ ପଡିବ ନାହିଁ।ଗତ ସାଧାରଣ ନିର୍ବାଚନରେ ବିଜେଡିକୁ ବିରୋଧ କରି ବିଜେପିକୁ ଯେଉଁ ଆଶା ନେଇ ସହଯୋଗ କରିଥିଲେ ତାହା ପୂରଣ କରିବାରେ ବ୍ୟର୍ଥ ହୋଇଛନ୍ତି।ବିଜେଡିକୁ ପୁନର୍ବାର ଫେରିବାର ପ୍ରୟାସ କରି ଉକ୍ତ ବୈଠକ କରିଥିବା ସ୍ପଷ୍ଟ ବାରି ହୋଇପଡ଼ୁଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ