ବର୍ଦ୍ଧିତ ଦରମା ଓ ବିଭିନ୍ନ ଦାବି ନେଇ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ

ମାଲକାନଗିରି,(ମନୋଜ କୁମାର ସାହା):ମାଲକାନଗିରି ପୌର ପରିଷଦରେ କାର୍ଯ୍ୟରତ ସମସ୍ତ ସଫେଇ କର୍ମଚାରୀ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଛନ୍ତି। ଦୀର୍ଘ ତିନିମାସ ଧରି ସଫେଇ ଠିକା ନେଇଥିବା ଏଲ ଆଣ୍ଡ କେ ସର୍ଭିସ ଠିକ୍ ସମୟରେ ଦରମା ପ୍ରଦାନ ନକରିବା ସହ ସଫେଇ କୀଟ ପ୍ରଦାନନକରିବା,ସମାନ କାମକୁ ସମାନ ଦରମା ପ୍ରଦାନ କରୁନଥିବା ଭଳି ଅଭିଯୋଗ ମାନ ବାଢିଥିଲେ ସଫେଇ କର୍ମଚାରୀ ସମୂହ । ଯାହା ଦ୍ଵାରା ସଫେଇ କାର୍ଯ୍ୟବନ୍ଦ ରହିବା ସହିତ ଆଗାମୀ ଦିନରେ ଏହି ସବୁ ଦାବି ପୁରଣ କରିବାକୁ ଦାବି ଦୋହରାଇ ଥିଲେ । ଏ ବାବଦରେ ପୌର ପରିଷଦ ନିର୍ବାହୀ ଅଧିକାରୀ ଙ୍କ ସହ ଯୋଗାଯୋଗ କରିବାରୁ ସେ କହିଥିଲେ ପୌର ପରିଷଦ ପକ୍ଷରୁ ଏଲ ଆଣ୍ଡ କେ ସର୍ଭିସ ସଂସ୍ଥା କୁ ଏ ବାବଦରେ ଅବଗତ କରାଯାଇଛି । ଏହା ସହ ସଫେଇ କର୍ମଚାରୀ ମାନଙ୍କୁ ସେଫ୍ଟି କିଟ ଯୋଗାଇଦେବା, ସଫେଇ କର୍ମଚାରୀ ମାନଙ୍କ EPF ଏକାଉଣ୍ଟ ଠିକ୍ ଭାବେ ପରିଚାଳନା କରିବା ଓ ସରକାରୀ ଛୁଟି ତାଲିକାରେ ସଫେଇ କର୍ମଚାରୀ ମାନଙ୍କୁ ଅନ୍ତର୍ଭୁକ୍ତ କରିବା ସହ ଅଣ କୁଶଳୀ ଶ୍ରମିକ ଶ୍ରେଣୀ ରେ ସାମିଲ କରି ଦରମା ବୃଦ୍ଧି କରିବା, ଅନ୍ୟ ଜିଲ୍ଲାରେ ଦରମା ବାବଦରେ ଟ୧୬୦୦୦/- ଦିଆ ଯାଉଥିବା ବେଳେ ମାଲକାନଗିରି ରେ ଟ୧୩୦୦୦/- ଦିଆଯାଉଛି ଏବଂ ନର୍ଦମା ସଫେଇ କର୍ମଚାରୀଙ୍କୁ ଟ୧୩୦୦୦/- ବଦଳରେ ମାତ୍ର ଟ୭୦୦୦/- ଦିଆଯାଉଥିବା ବେଳେ ସମାନ କାମ କୁ ସମାନ ଦରମା ନମିଳିଲେ ମାଲକାନଗିରି ସହରର ଅଳିଆ ଆବର୍ଜନା ଆଉ ହଟିବ ନାହିଁ ବୋଲି ସଫେଇ କର୍ମଚାରୀ ସଂଘ ପକ୍ଷରୁ କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ