ଚାରିଗାଁରେ ବିନା ଫଳକରେ ଚାଲିଛି ସୋଲାର ଲାଇଟ ପ୍ରକଳ୍ପ କାର୍ଯ୍ୟ
କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜନ ଦାଶ): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚାରିଗାଁ ହରିଜନସାହିରେ ବିନା ଫଳକରେ ସୋଲାର ଷ୍ଟ୍ରୀଟ ଲାଇଟ ପ୍ରକଳ୍ପ କାର୍ଯ୍ୟ ଚାଲିଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ଚାରିଗାଁ ହରିଜନସାହିରେ ୨୫ଟି ସୋଲାର ଷ୍ଟ୍ରୀଟ ଲାଇଟ ଲଗାଯିବା ପାଇଁ ଅନୁସୂଚିତ ଜାତି ଜନଜାତି ବିଭାଗ ପକ୍ଷରୁ ୬ଲକ୍ଷ ଟଙ୍କାର ଅନୁଦାନ ମଞ୍ଜୁର ହୋଇଛି। ଏହି ପ୍ରକଳ୍ପ ନିମନ୍ତେ ଟେଣ୍ଡର ଡକାଯାଇନଥିବା ବେଳେ ବିନା ଫଳକରେ କେତେକ ଲୋକ ଚାରିଗାଁ ହରିଜନସାହିରେ ସୋଲାର ଷ୍ଟ୍ରୀଟ ଲାଇଟ ଲଗାଉଥିବା ଗ୍ରାମବାସୀଙ୍କ ପକ୍ଷରୁ କଳାକାର ମଳିକ, ସୁଦାମ ମଳିକ, ବିଶ୍ୱଜିତ କବି, ପ୍ରଫୁଲ୍ଲ ମଳିକ, ରତ୍ନାକର ମଳିକ, ଅକ୍ଷୟ ମଳିକ, ସୂର୍ଯ୍ୟକାନ୍ତ ମଳିକ, ବୃନ୍ଦାବନ ମଳିକ, ପ୍ରମୋଦ ମଳିକ, ଅନନ୍ତ ମଳିକ, ମଦନ ମଳିକ ଓ ନାରାୟଣ ମଳିକ ପ୍ରମୁଖ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏସମ୍ପର୍କରେ କେନ୍ଦ୍ରାପଡା ବିଡିଓ ଅଭିଷେକ ସ୍ୱାଇଁଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଏହି ପ୍ରକଳ୍ପ ନିମନ୍ତେ କାହାରିକୁ କାର୍ଯ୍ୟାଦ୍ଦେଶ ପ୍ରଦାନ କରାଯାଇନାହିଁ।


