ସରକାରୀ ଜମି ଚିହ୍ନଟ କରିବାକୁ ଯାଇ ଆକ୍ରମଣର ଶିକାର ହେଲେ ଡେରିକି ଆରଆଇ

ନାଉଗାଁ (ଓ୍ବାଇଏନଏସ):ଜଗତସିଂହପୁର ଜିଲ୍ଲା ନାଉଗାଁ ତହସିଲର ଡେରିକି ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଅଧିନ ଓଷକଣା ଗ୍ରାମର ଏକ ସରକାରୀ ଜମିକୁ ଚିହ୍ନଟ କରିବାକୁ ଯାଇ ରାଜସ୍ୱ ନିରୀକ୍ଷକ ରାଜେଶ ସାହୁ ଆକ୍ରମଣର ଶିକାର ହୋଇଥିବା ତହସିଲଦାର ଅଜୟ ମହାନ୍ତି ଦ୍ୱାରା ଥାନାରେ ଶୁକ୍ରବାର ଲିଖିତ ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ ଓଷକଣା ଗ୍ରାମର ହୃଦାନନ୍ଦ ନାୟକ ଗ୍ରାମ୍ୟ ଜଙ୍ଗଲ କିସମ ସରକାରୀ ଜମିରୁ ଗଛ କାଟି ଗୃହ ନିର୍ମାଣ କରୁଥିବା ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତିିକରି ରାଜସ୍ୱ ନିରୀକ୍ଷକ ସାହୁ ତଦନ୍ତ କରିବାକୁ ଅଭିଯୋଗ ହୋଇଥିବା ସ୍ଥାନକୁ ଯାଇଥିଲେ। ହେଲେ ଗୃହ ନିର୍ମାଣ କରୁଥିବା ନାୟକ ରାଜସ୍ୱ ନିରୀକ୍ଷକ ସାହୁଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ପରେ ମୁତୁଣୀଆ ଗ୍ରାମର କ୍ଷୀରୋଦ ଦଳାଇ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ବାଉଁଶ ଆଣି ବାଡେଇବା ପାଇଁ ବାହାରିଥିଲେ। ରାଜସ୍ୱ ନିରୀକ୍ଷକ ସାହୁ ସେଠାରୁ ବାଇକ୍ ଆଣି ପଳାଇ ଆସୁଥିବା ବେଳେ ବାଇକ୍ ଅଟକାଇ ବାଇକ୍‌କୁ ଗୋଇଠା ମାରିବା ସହିତ ନକ୍ସାକୁ ଚିରି ଦିଆଯାଇଥିବା ଅଭିଯୋଗରେ ଦର୍ଶାଯାଇଛି। ଅଭିଯୋଗକୁ ଭିତିକରି ତଦନ୍ତ ଜାରୀ ରହିଥିବା ଥାନାଧିକାରୀ ପ୍ରଦିପ୍ତ କାନୁନଗୋ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ