ମାନସିକ ରୋଗଗ୍ରସ୍ତ ଡାକ୍ତରଙ୍କ ହାତରେ ରୋଗୀଙ୍କ ଚିକିତ୍ସାସେବା

କରଞ୍ଜିଆ, (ଜିତେନ୍ଦ୍ର ରାଜ): କରଞ୍ଜିଆ ରେ ଜୈନେକ ଯୁବ ଡାକ୍ତର କିଛିଦିନ ପୂର୍ବେ କରଞ୍ଜିଆ ସହରର ଏକ ସ୍ଥାନରେ କୌଣସି କାରଣରୁ ଝଗଡା ଓ ମାରପିଟ ଏବଂ ଉପସ୍ଥିତ ମହିଳା, ଯୁବକ ଓ ଅନ୍ୟ ମାନଙ୍କୁ ଅତ୍ୟନ୍ତ ଆଶ୍ରବ୍ୟ ଭାଷା ରେ ଗାଳିଗୁଲଜ ଓ ଅପ୍ରିତିକର ପରିସ୍ଥିତି କରୁଥିବା ଖବର ପାଇ ଯୁବ ଡାକ୍ତରଙ୍କୁ ନେବାକୁ ପ୍ରୟାସ କରିଥିଲେ ମଧ୍ୟ୍ୟ ସେ ଥାନାକୁ ଯାଇନଥିଲେ ପରେ ନିଜେ ଉକ୍ତ ନିଶାସକ୍ତ ଯୁବ ଡାକ୍ତର ଜଣଙ୍କ ଥାନା ରେ ପହଞ୍ଚି ଦୀର୍ଘ ସମୟ ଧରି ହଂଗାମା କରିବା ଅତ୍ୟନ୍ତ ଅସ୍ୱାଭାବିକ ଆଚରଣ ପ୍ରଦର୍ଶନ ସହିତ ଉପସ୍ଥିତ ପୋଲିସ କର୍ମଚାରୀ ଓ ଅନ୍ୟ ଜନସାଧାରଣ ଙ୍କୁ ଗାଳିଗୁଲଜ କରିବା ସହିତ ଭିତରେ ଥାନାର କର୍ତ୍ତବ୍ୟରତ ଜଣେ ଏସଆଇଙ୍କୁ ମାଡ଼ ମାରିବା ସହିତ ଆକ୍ରମଣ କରି ରକ୍ତାକ୍ତ କରିଥିଲେ ପୋଲିସ ଉକ୍ତ ଏସଆଇଙ୍କୁ ଆକ୍ରମଣ କାରୀ କ୍ଷତାକ୍ତ କରିବା ସହିତ ଉନ୍ମୁକ୍ତକାଣ୍ଡ କରିଥିବା ନିଶାସକ୍ତ ଯୁବ ଡାକ୍ତରଙ୍କୁ ଅଟକ ରଖି ତାଙ୍କୁ ଗିରଫ କରିବାର ପ୍ରକ୍ରିୟା ଆରମ୍ଭ କରିଥିଲା, ପରେ ଉକ୍ତ ମଦ୍ୟପ ଡାକ୍ତରଙ୍କ ସହଯୋଗୀ ଡାକ୍ତର ଓ କିଛି ବୁଦ୍ଧିଜୀବୀ ଥାନାରେ ପହଞ୍ଚି ଉକ୍ତ ନିଶାସକ୍ତ ଯୁବ ଡାକ୍ତର ଜଣଙ୍କ ମାନସିକ ଅବସାଦ ବା ମାନସିକ ରୋଗ ରେ ଆକ୍ରାନ୍ତ ଓ ସେ ଚିକିତ୍ସିତ ହେଉଥିବା ଏବଂ ସେ ମଝିରେ ମଝିରେ ଏହି ରୋଗରେ ଏଭଳି ଅସ୍ୱାଭାବିକ ବିଶୃଙ୍ଖଳିତ ଓ ଅଭାବନୀୟ କାଣ୍ଡ କରନ୍ତି ଓ ସେ ଉକ୍ତ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ମଧ୍ୟ ହେଉଛନ୍ତି ବୋଲି ଦର୍ଶାଇ ଥାନାରୁ ମୁକୁଳାଇ ନେଇଥିଲେ, ମିଳିଥିବା ସୂଚନା ଅନୁଯାୟୀ ଥାନାରୁ ମୁକୁଳିବା ପରେ ଉକ୍ତ ମାନସିକ ଅବସାଦ ରୋଗୀ ଯୁବ ଡାକ୍ତର ଜଣଙ୍କ ନିଜ ମାନସିକ ରୋଗର ଉନ୍ନତ ଚିକିତ୍ସା କରାଇବାକୁ କିଛିଦିନପାଇଁ ଯାଇଥିଲେ, କିଛିଦିନ ପୂର୍ବରୁ ପୁଣି କରଞ୍ଜିଆ ଫେରି ପୁଣି ନିଜ ନିଯୁକ୍ତି ହୋଇଥିବା ସରକାରୀ ଡାକ୍ତରଖାନାରେ ପୁଣି ରୋଗୀସେବା ବା ଚିକିତ୍ସା କରୁଥିବା ଦେଖିବାକୁ ମିଳିଛି, ସେ ଏବେ ପୁଣି ଡାକ୍ତରଖାନାରେ ରୋଗୀଙ୍କ ଚିକିତ୍ସା ସେବା ଯୋଗାଉଥିବାରୁ ସେ ମାନସିକ ରୋଗୀ ହୋଇଥିବା ବେଳେ ତାଙ୍କୁ ଚିକିତ୍ସାସେବା ଯୋଗାଇବାକୁ ଅନୁମତି ଦେଲା କିଏ ବୋଲି କରଞ୍ଜିଆ ଆଞ୍ଚଳରେ ଚର୍ଚ୍ଚା ଜୋରଧରିଛି, ଏଠାରେ ପ୍ରଶ୍ନ ଉଠେ କି ଯଦି ଉକ୍ତ ମଦ୍ୟପ ଯୁବ ଡାକ୍ତର ମାନସିକ ଅବସାଦ ରୋଗୀ ତେବେ ତାଙ୍କୁ ରୋଗୀ ସେବା ବା ଚିକିତ୍ସା କରାଇବାକୁ ଦେଇ ରୋଗୀଙ୍କ ଜୀବନ ସହିତ ଖେଳ ଖେଳାଯାଉ ନାହିଁକି ? ଉକ୍ତ ଯୁବ ଡାକ୍ତର ମିଛ ମିଛିକା ଭାବେ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ କେଶ ରୁ ମୁକୁଳିବାକୁ ମିଛ ମାନସିକ ଅବସାଦ ରୋଗୀ ଭାବେ ନିଜକୁ ପରିଚିତ କରାଇଥିଲେ କି ?
ଏଣୁ ଏହି ୨ଟି ବିଷୟକୁ ଗୁରୁତ୍ୱ ଦେଇ ଉକ୍ତ ମଦ୍ୟପ ଯୁବ ଡାକ୍ତରଙ୍କ ଡାକ୍ତରୀ ପରୀକ୍ଷା କରାଇବାକୁ ଦାବୀ ହେବା ସହିତ ଯଦି ସେ ମିଛ କହି କେଶରୁ ମୁକୁଳିବାକୁ ପ୍ରୟାସ କରିଛନ୍ତି ତେବେ ତୁରନ୍ତ ତାଙ୍କ ବିରୋଧ ରେ ଥାନା କର୍ମଚାରୀଙ୍କୁ ଆକ୍ରମଣ ଓ ଠକେଇ ଅଭିଯୋଗ ରେ ମାମଲା ରୁଜ୍ଜୁ କରାଯାଇ ଗିରଫ କରାଯିବାକୁ ସାଧାରଣରେ ଦାବୀ ହେଊଛି, ଏସମ୍ପର୍କରେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟର ଅଧିକ୍ଷିକାଙ୍କ ପ୍ରତିକ୍ରିୟା ନେବାରୁ ସେ ଉକ୍ତ ଡାକ୍ତର ଜଣଙ୍କ ମାନସିକ ରୋଗୀ ବୋଲି ସେ ଅବଗତ ଅଛନ୍ତି ସବୁ ଜାଣି ସେ ତାଙ୍କୁ ଚିକିତ୍ସା ସେବା କରିବାକୁ ଅନୁମତି ଦେଇଥିବା ସୂଚନା ଦେଇଛନ୍ତି ବୋଲି ପ୍ରକାଶ କରିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ