ବିଜ୍ଞାନରେ ଶମ୍ଭୁ, ବାଣିଜ୍ୟରେ ଶ୍ରୀକାନ୍ତ ଓ କଳାରେ ବର୍ଷାରାଣୀ କଲେଜ ଟପ୍ପର
ହିଞ୍ଜିଳିକାଟୁ,(ଶେଷଦେବ ସାହୁ):ଓଡିଶା ଉଚ୍ଚ ମାଧ୍ୟାମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ ବିଜ୍ଞାନ, ବାଣିଜ୍ୟ ଓ କଳା ବିଭାଗର ପରୀକ୍ଷା ଫଳ ବୁଧବାର ପ୍ରକାଶିତ ହୋଇଛି । ରାଜ୍ୟରେ ମୋଟ ପାସ୍ ହାର ୮୨.୭୭%, ରହିଛି । ଏହି ପରିପ୍ରେକ୍ଷୀରେ ହିଞ୍ଜିଳିକାଟୁ ସ୍ୱଂୟଶଶସିତ ବିଜ୍ଞାନ ମହାବିଦ୍ୟାଳୟର +୨ ବିଜ୍ଞାନରେ ୩୮୦ ଶିକ୍ଷାର୍ଥୀଙ୍କ ମଧ୍ୟରୁ ୩୭୯ ଜଣ ପରୀକ୍ଷା ଦେଇଥିବା ବେଳେ ଜଣେ ଶିକ୍ଷାର୍ଥୀ ଅନୁପସ୍ଥିତ ରହିଥିଲେ । ସେଥିମଧ୍ୟରୁ ୧୮୪ ଜଣ ପ୍ରଥମ ଶ୍ରେଣୀ, ୧୧୭ ଜଣ ଦ୍ୱିତୀୟ ଶ୍ରେଣୀ, ୩୬ ଜଣ ତୃତୀୟ ଶ୍ରେଣୀରେ ପାସ୍ କରିଥିବା ବେଳେ ୪୨ଜଣ ଶିକ୍ଷାର୍ଥୀ ଫେଲ୍ ହୋଇଛନ୍ତି । ଶମ୍ଭୁ ଲେଙ୍କା ୫୪୭ ମାର୍କ ରଖି କଲେଜର ଟପ୍ପର ଆଖ୍ୟା ଅର୍ଜନ କରିଛନ୍ତି । ବାଣିଜ୍ୟ ବିଗାଗରେ ୩୦୯ ଜଣ ଶିକ୍ଷାର୍ଥୀଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୯୫ଜଣ, ଦ୍ୱିତୀୟ ଶ୍ରେଣୀରେ ୬୪ ଜଣ ଏବଂ ତୃତୀୟ ଶ୍ରେଣୀରେ ୧୧୭ ଜଣ ପାସ୍ କରିଥିବା ବେଳେ ୩୦ଜଣ ଫେଲ୍ ହୋଇଛନ୍ତି । ୩ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିଲେ। ଶ୍ରୀକାନ୍ତ ସୁଆର ସର୍ବାଧିକ ୫୩୯ ମାର୍କ ରଖି କଲେଜ ଟପ୍ପର ଆଖ୍ୟା ଅର୍ଜନ କରିଛନ୍ତି । ସେହିପରି କଳା ବିଭାଗରେ ୩୮୦ ଶିକ୍ଷାର୍ଥୀଙ୍କ ମଧ୍ୟରୁ ୧୭୯ ଜଣ ପ୍ରଥମ ଶ୍ରେଣୀ, ୭୧ ଜଣ ଦ୍ୱିତୀୟ ଶ୍ରେଣୀ ଏବଂ ୯୮ ଜଣ ତୃତୀୟ ଶ୍ରେଣୀରେ ପାସ୍ କରିଥିବା ବେଳେ ୩୦ଜଣ ଶିକ୍ଷାର୍ଥୀ ଫେଲ ହୋଇଛନ୍ତି । ୨ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିଲେ। ବର୍ଷାରାଣୀ ସାହୁ ସର୍ବାଧିକ ୫୩୦ ମାର୍କ ରଖି କଲେଜ ଟପ୍ପର ଆଖ୍ୟା ଅର୍ଜନ କରିଛନ୍ତି । ଉତ୍ତୀଣ୍ଣ ଲାଭ କରିଥିବା ସମସ୍ତ ଶିକ୍ଷାର୍ଥୀଙ୍କୁ ଶୁଭେଚ୍ଛା ସହ ଅନୁତ୍ତୀର୍ଣ୍ଣ ହୋଇଥିବା ସମସ୍ତ ଶିକ୍ଷାର୍ଥୀଙ୍କୁ ପୁର୍ନବାର ଉଦ୍ୟମ କରି ଉତ୍ତୀର୍ଣ୍ଣ ଲାଭ କରିବାକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଅରୁଣ କୁମାର ଖାଡଙ୍ଗା ପରାମର୍ଶ ଦେଇଛନ୍ତି ।
ହିଞ୍ଜିଳିକାଟୁ ବ୍ଳକ କଞ୍ଚୁରୁ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କଳା ବିଭାଗରେ ୧୦୭ ଜଣ ଶିକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ବର୍ଷା ମହାନ୍ତି ସର୍ବାଧିକ ୫୪୬ ମାର୍କ ରଖି ହିଞ୍ଜିଳିକାଟୁ ବ୍ଳକ ଟପ୍ପର ଆଖ୍ୟା ଅର୍ଜନ କରିଛନ୍ତି। ପ୍ରଥମ ଶ୍ରେଣୀରେ ୧୦ ଜଣ, ଦ୍ବିତୀୟ ଶ୍ରେଣୀରେ ୧୩ ଜଣ, ତୃତୀୟ ଶ୍ରେଣୀରେ ୬୮ ଜଣ ଉତ୍ତୀର୍ଣ୍ଣ କରିଥିବା ବେଳେ ୧୬ ଜଣ ପରୀକ୍ଷାର୍ଥୀ ଅନୁତ୍ତୀର୍ଣ୍ଣ ହୋଇଥିବା ବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ସେଠିଙ୍କ ସୂତ୍ରରୁ ପ୍ରକାଶ । ସେହିପରି ହିଞ୍ଜିଳିକାଟୁ ବ୍ଳକ ପୋଚିଲିମା ଖାମ୍ବେୟାଦୋରା ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟର ବିଜ୍ଞାନ ବିଭାଗରେ ୮୦ ଜଣ ଶିକ୍ଷାର୍ଥୀଙ୍କ ମଧ୍ୟରୁ ୪ ଜଣ ପ୍ରଥମ ଶ୍ରେଣୀ, ୩୩ ଜଣ ଦ୍ୱିତୀୟ ଶ୍ରେଣୀ ଓ ୨୨ ଜଣ ତୃତୀୟ ଶ୍ରେଣୀରେ ପାସ୍ କରିଥିବା ବେଳେ ୨୧ ଜଣ ଶିକ୍ଷାର୍ଥୀ ଫେଲ୍ ହୋଇଛନ୍ତି । କଳା ବିଭାଗରେ ୨୪୧ ଶିକ୍ଷାର୍ଥୀଙ୍କ ମଧ୍ୟରୁ ୪୪ ଜଣ ପ୍ରଥମ, ୬୬ ଜଣ ଦ୍ୱିତୀୟ ଓ ୧୦୫ ଜଣ ତୃତୀୟ ଶ୍ରେଣୀରେ ପାସ୍ କରିଥିବା ବେଳେ ୨୬ଜଣ ଫେଲ ହୋଇଛନ୍ତି । ସେହିପରି ବାଣିଜ୍ୟ ବିଭାଗରେ ୪୬ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩ ଜଣ ପ୍ରଥମ, ୨ ଜଣ ଦ୍ୱିତୀୟ ଓ ୧୫ ଜଣ ତୃତୀୟ ଶ୍ରେଣୀରେ ପାସ୍ କରିଥିବା ବେଳେ ୨୪ ଜଣ ପରୀକ୍ଷାର୍ଥୀ ଫେଲ୍ ହୋଇଛନ୍ତି ଓ ୨ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିବା ବିଦ୍ୟାଳୟର ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ପଣ୍ଡାଙ୍କ ସୂତ୍ରରୁ ପ୍ରକାଶ ।


