ନିରଂଜନ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ରୀଙ୍କ ସଫଳତା: ବିଜ୍ଞାନରେ ବୈଶାଳୀ, କଳାରେ ସୁଇଟ୍‍ ଟପ୍ପର୍‍

ଆସିକା(ୱାଇଏନ୍‍ଏସ୍‍) ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ ୨ ଦ୍ୱିତୀୟ ବର୍ଷ ବାଣିଜ୍ୟ, କଳା, ବିଜ୍ଞାନ ଓ ଧନ୍ଦାମୂଳକ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପାଇସାରିଛି । ପୂର୍ବବର୍ଷ ମାନଙ୍କ ଭଳି ଚଳିତବର୍ଷ ମଧ୍ୟ ଯୁକ୍ତ ଦୁଇ ଦ୍ୱାଦଶ ଶ୍ରେଣୀ ବିଜ୍ଞାନ ଓ କଳା ପରୀକ୍ଷାରେ ଆସିକା ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟ (ନିରଂଜନ ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ)ର ଛାତ୍ରୀ ମାନେ ଅଭୂତ୍‌ପୂର୍ବ ସଫଳତା ହାସଲ କରିଛନ୍ତି । ଆସିକା ସରକାରୀ ନିରଞ୍ଜନ ମହିଳା ମହାବିଦ୍ୟାଳୟର ୧୨୭ଜଣ ଛାତ୍ରୀ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର ଯୁକ୍ତ ୨ ବିଜ୍ଞାନ ପାଠ୍ୟକ୍ରମର ପରୀକ୍ଷା ଦେଇଥିଲା ବେଳେ ସେଥି ମଧ୍ୟରୁ ପ୍ରଥମ ଶ୍ରେଣୀରେ ୫୩ ଜଣ, ଦ୍ୱିତୀୟ ଶ୍ରେଣୀରେ ୨୫ ଜଣ ଓ ତୃତୀୟ ଶ୍ରେଣୀରେ ୧୬ ଜଣ ଉତ୍ତୀର୍ଣ୍ଣ ହୋଇଥିବା ଜଣାପଡିଛି। ଯୁକ୍ତ ଦୁଇ ବିଜ୍ଞାନ ପାଠ୍ୟକ୍ରମରେ ଶିକ୍ଷାନୁଷ୍ଠାନର ମେଧାବୀ ଛାତ୍ରୀ ବୈଶାଳୀ ବେହେରା ଟପ୍ପର ହୋଇଥିବା ଜଣାପଡିଛି । ସେହିଭଳି ଯୁକ୍ତ ଦୁଇ କଳା ପାଠ୍ୟାକ୍ରମରେ ସମୂଦାୟ ୨୫୧ ଜଣ ଛାତ୍ରୀ ପରୀକ୍ଷା ଦେଇଥିଲା ବେଳେ ପ୍ରଥମ ଶ୍ରେଣୀରେ ୯୪ ଜଣ, ଦ୍ୱିତୀୟ ଶ୍ରେଣୀରେ ୫୪ ଜଣ ଏବଂ ତୃତୀୟ ଶ୍ରେଣୀରେ ୮୭ ଜଣ ଉତ୍ତୀର୍ଣ୍ଣ ହୋଇଥିବା ଜଣାପଡିଛି । ଯୁକ୍ତ ଦୁଇ କଳା ପାଠ୍ୟକ୍ରମରେ ଆସିକା ଏନ୍‍ଏସି ଅନ୍ତର୍ଗତ ୧୬ ନମ୍ବର ୱାର୍ଡର ଲଛମନପଲ୍ଲୀ ଗ୍ରାମର ସଫଳ ତଥା ଅଗ୍ରଣୀ ଚାଷୀ ବସନ୍ତ ସାହୁ ଓ ଗୃହିଣୀ ସୁମତି ସାହୁଙ୍କ ସୁକନ୍ୟା ସୁଇଟ୍‍ ସାହୁ କଲେଜ ଟପ୍ପର ହୋଇ ସ୍ଥାନୀୟ ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣିଥିବା ଲକ୍ଷ୍ୟ କରାଯାଇଛି । ଆସିକା ନିରଞ୍ଜନ ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟସ୍ତରରେ ଯୁକ୍ତ ୨ କଳା ପାଠ୍ୟକ୍ରମରେ ଟପ୍ପର ହୋଇଥିବା ମେଧାବୀ ତଥା ପ୍ରତିଭାବାନ୍‍ ଛାତ୍ରୀ ସୁଇଟ୍‍ ସାହୁ ଗତ ୨୦୨୩ ମସିହାରେ ଅନୁଷ୍ଠିତ ମାଟ୍ରିକ ପରୀକ୍ଷାରେ ମଧ୍ୟ ଆସିକା ସରକାରୀ ନୋଡାଲ୍‍ ଉଚ୍ଚ ବିଦ୍ୟାଳୟସ୍ତରରେ ଟପ୍ପର ହୋଇ ନିଜର ପ୍ରତିଭାକୁ ପ୍ରଦର୍ଶନ କରିଥିଲେ । ମେଧାବୀ ଛାତ୍ରୀ ସୁଇଟ୍‍ ସାହୁ ନିଜର ନିଷ୍ଠା, ଅଧ୍ୟବସାୟ ଓ କଠିନ ପରିଶ୍ରମର ଫଳ ପାଇଛନ୍ତି ବୋଲି ସଚେତନ ନାଗରିକ ଓ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି । ସିଏଚ୍‌ଏସ୍‌ଇ ଦ୍ୱାରା ପରିଚାଳିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଆସିକା ସରକାରୀ ନିରଞ୍ଜନ ମହିଳା ମହାବିଦ୍ୟାଳୟ (ନିରଞ୍ଜନ ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ)ର ଛାତ୍ରୀ ମାନେ ଅଭୂତ୍‌ପୂର୍ବ ସଫଳତା ପାଇଥିବା ଯୋଗୁଁ ମହାବିଦ୍ୟାଳୟ ପରିସରରେ ଖୁସିର ମାହୋଲ ସୃଷ୍ଟି ହୋଇଥିଲା । ଆସିକା ସରକାରୀ ନିରଞ୍ଜନ ମହିଳା ମହାବିଦ୍ୟାଳୟର କଳା ପାଠ୍ୟକ୍ରମରେ ଶିକ୍ଷାନୁଷ୍ଠାନ ଟପର୍ ହୋଇଥିବା ମେଧାବୀ ବିଦ୍ୟାର୍ଥୀ ସୁଇଟ୍‍ ସାହୁ ଭବିଷ୍ୟତରେ ଭଲ ପାଠ ପଢି ଅଧ୍ୟାପକ ହେବା ପାଇଁ ଲକ୍ଷ୍ୟ ରଖିଥିବା ପ୍ରକାଶ କରି କହିଛନ୍ତି ଏହି ପୁରାତନ ଶିକ୍ଷାନୁଷ୍ଟାନର ଉନ୍ନତ ଶିକ୍ଷାଦାନ ବ୍ୟବସ୍ଥା, ପରିବାରବର୍ଗଙ୍କ ପ୍ରେରଣା ଏବଂ ନିଜର କଠିନ ପରିଶ୍ରମ ଯୋଗୁଁ ଏହି ସଫଳତା ମିଳିବାରେ ସହାୟକ ହୋଇଛି ବୋଲି ପ୍ରକାଶ କରିଥିଲେ । ଆସିକା ସରକାରୀ ନିରଞ୍ଜନ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ସରୋଜ କୁମାର ଜେନାଙ୍କ ସମେତ ଅଧ୍ୟାପକ ଗଣେଶ୍ୱର ମାଝୀ, ଗୋପାନୀଥ କର, ଜଗନ୍ନାଥ ସାମଲ, ଡଃ ଲକ୍ଷ୍ମଣ କୁମାର ସୋରେନ୍‍, ମନ୍ମଥ କୁମାର ମୁନି, ଆଶ୍ରୀର୍ବାଦକୃଷ୍ଣ ମହାନ୍ତି, ଶୁଭପ୍ରସାଦ ପାତ୍ର, ଡଃ କେ.ଓମ୍‍ ନାରାୟଣ ରାଓ, ବି.ପାଣ୍ଡବ ରେଡି, ଡଃ ପ୍ରମୋଦ ତିଆଡି, ସନାତନ ପ୍ରଧାନ, ସୁଧାଂଶୁ କୁମାର ହୋତା, ସୁଶିଲ୍‍ କୁମାର ଆଚାର୍ଯ୍ୟ, ପ୍ରଦୀପ କୁମାର ସାହୁ, ଚିନ୍ମୟ କୁମାର ବାରିକ, ଭାରତୀ ପ୍ରଧାନ, ଡଃ ଉର୍ମିଳା ମୁଦୁଲି, ରିଙ୍କି ନାହାକ, ଡଃ ଲୀନା ଲିଲିୟାନ୍‍, ଭାଗ୍ୟଶ୍ରୀ ବେହେରା, ଶ୍ରୀବାସ ପାତ୍ର, ଡଃ ଜୟପ୍ରଦା ମହାପାତ୍ର, ଇତିଶ୍ରୀ ପଣ୍ଡା, ଡଃ ଯଶଶ୍ରୀ ମଲିକ, ଶ୍ରଦ୍ଧାଞ୍ଜଳୀ ମଲିକ, ମମତା ନିଶାଙ୍କ, ରଶ୍ମିରଂଜିତା ଲେଙ୍କା, ଡଃ ସୁପ୍ରିୟା ଦାଶ, ଚାନ୍ଦିନୀ ସେଠୀ, ସେଫାଳୀ ସୁଚରିତା ପ୍ରଧାନ, ରଜନୀ ରାଉତ, ରାଜେଶ୍ୱରୀ ସାହୁ, ଭାଗ୍ୟଲକ୍ଷ୍ମୀ ପ୍ରଧାନ, ସତ୍ୟଭାମା ସିଂ, ପୁଷ ମୁଣ୍ଡା, ଧ୍ରୁବଚରଣ ନାୟକଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଚଳିତ ସିଏଚ୍‌ଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିବା ଜଣାପଡିଛି । ଆସିକା ନିରଂଜନ ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ରୀମାନଙ୍କ ଏହି ଉଲ୍ଲେଖନୀୟ ସଫଳତା ପାଇଁ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ, ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କ କଠିନ ପରିଶ୍ରମ ସାଙ୍ଗକୁ ଉଚ୍ଚକୋଟୀର ଅଧ୍ୟାପନା ଶୈଳୀ, ଅଧ୍ୟୟନରତ ଛାତ୍ରୀମାନଙ୍କ ଏକାଗ୍ରତା, ଦୃଢ ଆତ୍ମବିଶ୍ୱାସ ଏବଂ କଲେଜର ଶୈକ୍ଷିକ ପରିବେଶ ଓ ବାତାବରଣ ସାଙ୍ଗକୁ ଅନୁଶାସନକୁ ସମସ୍ତ ଶ୍ରେୟ ଦିଆଯାଉଥିବା ଲକ୍ଷ୍ୟ କରାଯାଇଛି । (

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ