ଶାଳଣିଆଁରେ ତ୍ରିରଙ୍ଗା ଶୋଭାଯାତ୍ରା, ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ
ହାଟଡିହି (ବିକାଶ ବିଶ୍ବାଳ): ପହଲଗାମରେ ଆତଙ୍କୀ ଆକ୍ରମଣରେ ମୃତ୍ୟୁ ବରଣ କରିଥିବା ହିନ୍ଦୁ ପର୍ଯ୍ୟଟକ ଓ ପାକିସ୍ତାନ ଯୁଦ୍ଧରେ ସହିଦ୍ ହୋଇଥିବା ଭାରତୀୟ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ସହିତ ଅପରେସନ ସିନ୍ଦୂରର ସଫଳତା ପରେ ଭାରତୀୟ ସେନାର ମନୋବଳକୁ ଦୃଢ କରିବା ପାଇଁ ଶାଳଣିଆଁରେ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମା ତାରିଣୀ କଳାକାର ପରିଷଦର ସଭପତି ଗାୟକ ବାବାଜି ଚରଣ ଜେନାଙ୍କ ସଂଯୋଜନାରେ ତାରିଣୀ କଳାକାର ପରିଷଦ ଓ ଶାଳଣିଆଁ ପଞ୍ଚାୟତ ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶହ ଶହ ମହିଳା ଓ କଳାକାର ପରିଷଦର କର୍ମକର୍ତ୍ତା ସାମିଲ ହୋଇ ଚମାରତିରା ଠାରୁ ବାହାରି ଶାଳଣିଆଁ ପଞ୍ଚାୟତ କାର୍ଯ୍ୟଳୟ ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ସହିଦ୍ ଭାରତୀୟ ଯବାନଙ୍କ ଉଦ୍ଦେଶ୍ୟରେ ଗୋଟିଏ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଏଥିରେ ଶାଳଣିଆଁ ସରପଞ୍ଚ ସୁମିତ୍ରା ଯେନା, ପିଇଓ ରମେଶ ମାଝୀ, ଯୋଗେନ୍ଦ୍ର ବେହେରା, ଅନାଦି ଚରଣ କବି, ରୋହିତ କୁମାର ପୃଷ୍ଟି, ବିନୋଦ ବିହାରୀ ବେହେରା, ନଟବର ଜେନା, ଶରତ ବାରିକ, ରବୀନ୍ଦ୍ର ଖଣ୍ଡେଇ, ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ, ଅନାମ ମୁଖୀ, ବିଶ୍ଵନାଥ ପାତ୍ର, ଉଦୟନାଥ ପଣ୍ଡା, ଭାଷ୍କର କାଣ୍ଡି, ପଦ୍ମନାଭ ନାୟକ, ପର୍ଶୁରାମ ଦାସ, ନବ କୁମାର ଲେଙ୍କା, କର୍ତିକେଶ୍ୱର୍ ବେହେରା, ଗୌରାଙ୍ଗ ନାୟକ, ମାନସ ବେହେରା, ସରୋଜ ନାୟକ, ଭୀମସେନ ଜେନା, ନୀଳକଣ୍ଠ ମହାକୁଡ, ମହିଳା ନେତ୍ରୀ ନିରୁପମା ଜେନା, ନିରୁପମା ଦେହୁରୀ, ଶୋଭରାଣି ବେହେରାଙ୍କ ସମେତ ଶାଳଣିଆଁ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବିଦ୍ୱାନ ବ୍ୟକ୍ତି ଯୋଗଦେଇଥିଲେ।


