ସରପଞ୍ଚ ମହାସଂଘର ବୈଠକ
କେନ୍ଦୁଝର(ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝର: ଝୁମ୍ପୁରା ବ୍ଲକ ସରପଞ୍ଚ ମହାସଂଘ ର ସ୍ବତନ୍ତ୍ର ବୈଠକ ଅର୍ଶଳା ପଞ୍ଚାୟତ ର ଦୁର୍ଗାପୂଜା ଠାରେ ସଂଘର ସଭାପତି ମନ୍ମୟ ବିଳାସତିଓଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।ଏହିବୈଠକ ର ମୁଖ୍ୟ ଉଦେଶ୍ୟ ରହିଥିଲା ବର୍ତ୍ତମାନ ଗରିବ ଅସହାୟ ଲୋକ ମାନଙ୍କ ପାଇଁ ଅନ୍ତ୍ୟୋଦୟ ଯୋଜନା ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ରେ ଯେଉଁ ଗରିବ ପରିବାର ସାମିଲ ହେଉଛନ୍ତି ତାକୁ ଘର କରିବା ପାଇଁ ସରକାରୀ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି। ବର୍ତ୍ତମାନ ସମସ୍ତ ଘର କରଣା ସାମଗ୍ରୀ ର ଦର ହୁ ହୁ ହୋଇ ବଢୁଥିବା ବେଳେ ଏହି ଯୋଜନାରେ ଯେଉଁ ହିତାଧିକାରୀମାନେ ସାମିଲ ହେଉଛନ୍ତି ସେମାନଙ୍କୁ ଘରକରିବା ପାଇଁ ସରକାର ୧.୨୦ ଲକ୍ଷ ପ୍ରଦାନ କରିଛନ୍ତି। ସରକାର ଯେତିକି ଅର୍ଥ ପ୍ରଦାନ କରିଛନ୍ତି ସେତିକି ଅର୍ଥ ରେ ଜଣେ ଗରିବାର ଘରକରିବା ସମ୍ଭବପର ନୁହେଁ ଏଣୁ ଏହି ଅର୍ଥ ରାଶିକୁ ବୃଦ୍ଧି କରିବା ପାଇଁ ସରପଞ୍ଚ ସଂଘ ତରଫରୁ ମୁଖ୍ୟମନ୍ତ୍ରୀ କୁ ସାକ୍ଷାତ କରି ଦାବି ପତ୍ର ପ୍ରଦାନ କରିବା ପାଇଁ ସ୍ଥିର କରିଛନ୍ତି। ସେହିପରି ବ୍ଲକ ପ୍ରଶାସନ ତରଫରୁ ଉନ୍ନୟନ କାର୍ଯ୍ୟ ପ୍ରଦାନ କରିବାରେ ପାତର ଅନ୍ତର କରିବା, ଉନ୍ନୟନ କାର୍ଯ୍ୟ ଗୁଡ଼ିକ ସଠିକ ସମୟରେ କରିବା ଦିଗରେ କନିଷ୍ଠ ଯନ୍ତ୍ରୀ ମାନେ ସହଯୋଗ ନକରିବା ସହିତ ସରପଞ୍ଚ ମାନଙ୍କ ରହିଥିବା ବିଭିନ୍ନ ସମସ୍ୟା ଗୁଡିକ କିପରି ସମାଧାନ କରା ଯାଇ ପାରିବ ସେ ସମ୍ପର୍କୀୟ ଦାବି ପତ୍ର ବିଡିଓ ଙ୍କୁ ପ୍ରଦାନ କରିବା ପାଇଁ ସହମତି ପ୍ରକାଶ ପାଇଛି। ବୈଠକକୁ ପରିଚାଳନା କରିଥିଲେ ସରପଞ୍ଚ ପତନ କୁମାର ନାଏକ। ଏହିବୈଠକରେବ୍ଲକର୨୨ଗୋଟିପଞ୍ଚାୟତରସମସ୍ତସରପଞ୍ଚଯୋଗଦାନ କରିସୁଚିନ୍ତିତମତାମତରଖିଥିଲେ।