ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

ବେତନଟୀ ( ଉଦିତ କୁମାର ପରିଡା) : ମୟୂରଭଞ୍ଜ ଜିଲ୍ଲା ବେତନଟୀ ଅବକାରୀ ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗ ମିଳିତ ଉଦ୍ୟମରେ ଶନିବାର ବେତନଟୀ ବ୍ଲକ ପୁରିନ୍ଦା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ସାରାରାଜ୍ୟରେ ଅବକାରୀ ବିଭାଗ ପକ୍ଷରୁ ଏବେ ନିଶାଦ୍ରବ୍ୟ ତଥା ଅପମିଶ୍ରିତ ଓ ବିଷାକ୍ତ ମାଦକ ଦ୍ରବ୍ୟ ବିରୋଧରେ ସଚେତନତା ଅଭିଯାନ ଚାଲୁରହିଥିବା ବେଳେ ଏହି ସ୍ୱାସ୍ଥ୍ୟ ଶିବିର ଦ୍ୱାରା ବହୁ ଲୋକଙ୍କୁ ସଚେତନ କରାଯିବାର ଲକ୍ଷ୍ୟ ରହିଛି। ବେତନଟୀ ଅବକାରୀ ଇନ୍ସପେକ୍ଟର ପ୍ରକାଶ ସାହୁଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ବେତନଟୀ ମେଡିକାଲର କର୍ମଚାରୀ, ପୁରିନ୍ଦାର ମେଡିକାଲର କର୍ମଚାରୀ, ଏ ଏନ ଏମ, ଆଶା କର୍ମୀଙ୍କ ସମେତ ବେତନଟୀ ଅବକାରୀ ବିଭାଗର ସମସ୍ତ କର୍ମଚାରୀମାନେ ଉପସ୍ଥିତ ରହିଥିଲେ। ଏହି ସ୍ୱାସ୍ଥ୍ୟ ଶିବିର ରେ ମୋଟ ୧୨୧ଜଣ ରୋଗୀ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିବା ବେଳେ ସେମାନଙ୍କୁ ମାଗଣାରେ ଔଷଧ ଓ ଖାଦ୍ୟ ପ୍ୟାକେଟ ପ୍ରଦାନ କରାଯାଇଥିଲା। ଆଗାମୀ ଦିନରେ ଅବକାରୀ ବିଭାଗ ପକ୍ଷରୁ ଏହି ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଅନେକ ଗାଁ ଗୁଡିକ ରେ ହେବାର ସୂଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ