ହନୁମାନ ମନ୍ଦିର କାର୍ଯ୍ୟ ଶୁଭାରମ୍ଭ

ଛତ୍ରପୁର, (ଓ୍ବାଇଏନଏସ):  ଛତ୍ରପୁର ସବ-ଜେଲ ରେ ନୂତନ କରି ଦାୟିତ୍ୱ ଗ୍ରହଣ କରିଥିବା ଜେଲ ସୁପେରିଟେଣ୍ଡେଣ୍ଟ- ପ୍ରସନ୍ନ କୁମାର ସାହୁ ଙ୍କ କରକମଳ ରେ ଛତ୍ରପୁର ବିଧାୟକ  ଙ୍କ ଦ୍ୱାରା ଦିଆଯାଇଥିବା ଅନୁଦାନ ରାଶି ରେ ନୂତନ ମନ୍ଦିର କାର୍ଯ୍ୟ ଶୁଭ ଦିଆଯାଇଥିଲା । ଏହି ଅବସରରେ ଜେଲ ଫାର୍ମାସିଷ୍ଟ ମାଥୁ କିସକୁ,  ମନ୍ଦିର କମିଟି ସଦଶ୍ୟ ଦେବାଶିଷ ପଟନାୟକ, ରାମକୃଷ୍ଣ ମହାପାତ୍ର, ମନ୍ଦିର ପୂଜକ ତାରିଣୀ ଚରଣ ପଣ୍ଡା, କମିଟି ସଦସ୍ୟ ଅରୁଣ ପଣ୍ଡା, ସୁରୀ ରେଡ୍ଡୀ ସମସ୍ତେ ଉପସ୍ଥିତ ରହି ମନ୍ଦିର କାର୍ଯ୍ୟ ପାଇଁ ପୂଜାର୍ଚନା ସହିତ ଶୁଭ ଦିଆଯାଇଥିଲା। ମୁଖ୍ୟ ପଣ୍ଡିତ ସରୋଜ ଶତପଥୀ ଓ ସ୍ଥପତି ପଣ୍ଡିତ ଶ୍ରୀ ବିଜୟ କୁମାର ତ୍ରିପାଠୀ ଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନ ରେ ଏହି ମନ୍ଦିର କାର୍ଯ୍ୟ ସମ୍ପୂର୍ଣ ହେବ ବୋଲି କମିଟି ସଂଯୋଜକ କମଳ ପଣ୍ଡା ସୂଚନା ଦେଇଥିଲେ। ଏହି ନୂତନ ମନ୍ଦିର ତିଆରି ପାଇଁ ଅଞ୍ଚଳ ବାସୀଙ୍କୁ ସାହାର୍ଯ୍ୟ ସହଯୋଗ କରିବା ପାଇଁ କମିଟି ତରଫରୁ ଅନୁରୋଧ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ